ବିଚାର

Varsha ଙ୍କ ବିରୁଦ୍ଧରେ ମିଡିଆ ଆଗରେ ମୁହଁ ଖୋଲିଲେ Anubhab Mohanty, କହିଲେ କିଛି ଏମିତି…ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର କରା ଯାଉଛି ବୋଲି କେ-ସ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା ।

ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂ-ପ-ର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭବ ଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିଲେ ।

ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅପମାନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି । ତେବେ ଏହି ସ-ମ୍ବ-ନ୍ଧ-ରେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ । ଏହା ଛଡା ଅନୁଭବ ତିନିଥର କଟକ ଫ୍ୟାମିଲି କୋ-ର୍ଟ-ରେ ହାଜର ହୋଇ ଏହି ମାମଲାର ଏକ ଫଇସିଲା ପାଇଁ ନିବେଦନ କରିଥିଲେ ତେବେ ଉଭୟ ଙ୍କୁ ଫ୍ୟାମିଲି କୋ-ର୍ଟ ରେ ହାଜର କରାଯାଇଥିଲା ।

ଦୁହେଁ ଗତ ୯ ତାରିଖ ରେ କଟକ ଫ୍ୟାମିଲି କୋ-ର୍ଟ-ରେ ହାଜର ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କ କୁ ସୁଧାରିବା ପାଇଁ ଅନେକ ସମୟ ପର୍ଯ୍ୟନ୍ତ ବିମର୍ଷ ମଧ୍ୟ ହୋଇଥିଲା । ଏହା ପରେ କାଉନ୍ସିଲିଂ ର ଯେଉଁ ସବୁ ପ୍ରକ୍ରିୟା ହେବା କଥା ତାହା ହୋଇଥିଲା । ତେବେ ମିଡ଼ିଆ ଵାଲା ଙ୍କ ଆଗରେ ଅନୁଭବ କହିଥିଲେ କି ମୁଁ ଶ୍ରୀ ଜଗନ୍ନାଥ ଙ୍କ ଆଗରେ ପ୍ରାର୍ଥନା କରୁଛି କି ସେ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଏବଂ ବର୍ଷା ମଧ୍ୟ ଖୁସି ରେ ରୁହନ୍ତୁ ।

ସେ ମିଡ଼ିଆ କୁ କହିଥିଲେ କି ବର୍ଷା ଆପଣ ଙ୍କୁ ବହୁତ ଭଲ ଭାବରେ ଦୂରତା ରଖୁଛନ୍ତି କିଛି କହୁ ନାହାନ୍ତି ଏବଂ କୌଣସି ନିଷ୍ପତ୍ତି ରେ ଏ ପର୍ଯ୍ୟନ୍ତ ପହଁଚି ପାରୁ ନାହାଁନ୍ତି । ନିଜ ଓକିଲ ଙ୍କ ସହ କଥା ହୋଇ କୌଣସି ଏକ ଶେଷ ନିଷ୍ପତ୍ତି ନେବା ଉଚିତ ।

ଯଦି ଏଭଳି ଭାବରେ ଆଗକୁ ହୁଏ ତେବେ ସେ ଭଲ ପାଇବା ଉପରୁ ନିଜର ଭରସା ଉଠିଯିବ । ସେ ଜଣଙ୍କୁ ଭଲ ପାଇ ବିବାହ କରିଥିଲେ ଏବଂ ସେ ତାଙ୍କ ଠାରୁ ଏଭଳି କିଛି ଆଶା କରି ନଥିଲେ ତେବେ ତଥାପି ସେ ଏପର୍ଯ୍ୟନ୍ତ ବର୍ଷାଙ୍କୁ ସମ୍ମାନ ଦେଉଛନ୍ତି ଏବଂ ଖୁସି ରେ ରୁହନ୍ତୁ ବୋଲି ପାର୍ଥନା କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button