କ୍ରୀଡା

ପାକିସ୍ତାନ ବିପକ୍ଷରେ ଖେଳିବେ କି ଶୁଭମନ ଗିଲ୍ ? କ’ଣ କହୁଛନ୍ତି ରୋହିତ ? – Utkal Mail


ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୧୪ରେ ଚଳିତ ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ଭାରତର ବିସ୍ଫୋରକ ଓପନର ଶୁଭମନ ଗିଲ୍ ଖେଳିବେ କି ନା, ତାହାକୁ ନେଇ ଗତ କିଛି ଦିନ ହେଲା ଅନିଶ୍ଚିତତା ଲାଗି ରହିଥିଲା, କାରଣ ଗିଲ୍ ଡେଙ୍ଗୁ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଲୋକମାନଙ୍କ ଏହି ସଂଦେହ କେତେକାଂଶରେ ଦୂର କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି ଯେ ଗିଲ୍ ୯୯ ପ୍ରତିଶତ ଫିଟ ଅଛନ୍ତି ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗିଲ ଅହମଦାବାଦରେ ପହଞ୍ଚିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ରହିଛି। ଗିଲ୍ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ ଭାରତ ପାଇଁ ଖେଳିନଥିଲେ। କିନ୍ତୁ ଏବେ ଗିଲ ଅଭ୍ୟାସ ଆରମ୍ଭ କରିଛନ୍ତି।

ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଶୁଭମନ ଗିଲ ୯୯ ପ୍ରତିଶତ ଫିଟ୍ ଅଛନ୍ତି। ତେବେ ଗିଲ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସେ ସ୍ପଷ୍ଟ କରିନାହାନ୍ତି।

ଗିଲ୍ ଏବେ ଭଲ ଫର୍ମରେ ଅଛନ୍ତି । କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ ବିଶ୍ୱକପର ପ୍ରଥମ ଦୁଇଟି ପ୍ରାରମ୍ଭିକ ମ୍ୟାଚରୁ ଦୂରେଇ ରହିବାକୁ ପଡ଼ିଥିଲା। ତେବେ ପାକିସ୍ତାନ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ତାଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।




Related Articles

Leave a Reply

Your email address will not be published. Required fields are marked *

Back to top button