ଓଡିଶା

କ୍ୟାମେରାରେ କଏଦ ହେଲା ସବୁଠୁ ବିରଳ ଦୃଶ୍ୟ, ଘରକୁ ଚାଲି ଚାଲି ଆସିଲା ଏକ ଜିଅନ୍ତା ଶଙ୍ଖ, ଭିଡିଓ ଦେଖିଲେ ଆପଣ ବି ଚମକି ପଡିବେ

ବନ୍ଧୁଗଣ ସାଧାରଣତଃ ହିନ୍ଦୁ ଧର୍ମରେ ପୂଜା ପାଠ ଆଦିରେ ଶଙ୍ଖର ବହୁତ ମହତ୍ଵ ରହିଛି । ଦେବାଦେବୀ ମାନଙ୍କୁ ପୂଜା କରିବା ସମୟରେ ଲୋକମାନେ ଶଙ୍ଖ ବଜାଇ ଥାନ୍ତି । ଶଙ୍ଖ ହେଉଛି ଏକ ଜଳଚର ଜୀବ ଏହା ସାଧାରଣ ସମୁଦ୍ର କୁଳ ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

ହେଲେ ଗତ କିଛି ସମୟ ହେବ ଶଙ୍ଖ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଓ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ସମ୍ବନ୍ଧରେ ରଖିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ରାଜଧାନୀ ଭୁବନେଶ୍ଵରର ଲିଙ୍ଗିପୁରୁ ଅଞ୍ଚଳରେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ବନ୍ଧୁଗଣ ଏହି ଅଞ୍ଚଳର ଏକ ମହିଳା ତଥା ପ୍ରଭାସିନୀ ଦେବୀ ସନ୍ଧ୍ୟା ସମୟର ଆଳତି ଦେବା ପରେ ଘର ବାହାରକୁ ଯାଇଥିଲେ । ସେହି ସ୍ଥାନରେ ଏକ ଜିଅନ୍ତା ଶଙ୍ଖକୁ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ ପ୍ରଭାସିନୀ ଦେବୀ ନିଜ ଘର ଲୋକଙ୍କୁ ଡାକି ସେହି ଜିଅନ୍ତା ଶଙ୍ଖକୁ ଦେଖାଇ ଥିଲେ । ବନ୍ଧୁଗଣ ଯେଉଁ ସ୍ଥାନରୁ ଶଙ୍ଖ ବାହାରିଲା ତାହା ଏକ ସମୁଦ୍ର କୁଳ ଅଞ୍ଚଳ ନୁହେଁ ଏହା ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଭାସିନୀଙ୍କ ଘର ଆଡକୁ ଚାଲି ଚାଲି ଆସୁଥିଲା ସେହି ଶଙ୍ଖ । ଶଙ୍ଖ ମଙ୍ଗଳ ବାଦ୍ୟ ରୂପେ ଘରେ ରହିଥାଏ ।

ସେହି ଜିଅନ୍ତା ଶଙ୍ଖକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ପ୍ରଭାସିନୀ ସେହି ଜିଅନ୍ତା ଶଙ୍ଖକୁ ନେଇ ଠାକୁରଙ୍କ ପାଖରେ ରଖିଲେ ଓ ହଳଦୀ ସିନ୍ଦୁର ଦେଇ ସେହି ଶଙ୍ଖଟିକୁ ପୂଜା ମଧ୍ୟ କରିଲେ । ଶଙ୍ଖଟି ଘରକୁ ଗୁରୁବାର ଦିନ ଆସିଥିବାରୁ ଅତ୍ୟନ୍ତ ଶୁଭ ବାର ଦେଖି ମନ୍ତ୍ରପାଠ କରିଥିଲେ ପ୍ରଭାସିନୀ ।

ହେଲେ ସେହି ସମୟରେ ତାଙ୍କ ମନରେ ଏକ ଧାରଣା ଆସିଲା ଯେ, ଶଙ୍ଖ ଖାଇବ କଣ । କାରଣ ଶଙ୍ଖ କଣ ଖାଏ ତାହା ବିଷୟରେ ସେମାନେ ଜାଣି ନଥିଲେ । ଏହା ବିଷୟରେ ପ୍ରଭାସିନୀ କିଛି ଲୋକଙ୍କୁ ପଚାରିଥିଲେ ହେଲେ କାହାର ଉତ୍ତର ତାଙ୍କୁ ସନ୍ତୁଷ୍ଟ କରି ନଥିଲା । ଶେଷରେ ପ୍ରଭାସିନୀ ଶଙ୍ଖଟିକୁ ନେଇ ପୁରୀ ମନ୍ଦିର ଯାଇଥିଲେ ଓ ପୁରୀ ସମୁଦ୍ରରେ ଛାଡି ଥିଲେ ।

ଏହା ପରେ ସେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରରେ ଦୁଇ ବାହା ଟେକି ମୁଣ୍ଡିଆ ମାରିଥିଲେ । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button