ଓଡିଶା

ଓଡିଶା ପାଇଁ ଗର୍ବ, CBSE ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା, ପଢନ୍ତୁ ତାଙ୍କର ସଫଳତା କାହାଣୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚଳିତ ବର୍ଷ ସିବିଏସ୍ଇ ପରୀକ୍ଷା ରେ ଓଡ଼ିଆ ଝିଅ ଙ୍କ କୃତିତ୍ବ । ପରୀକ୍ଷା ର ସର୍ବମୋଟ ୫୦୦ ନମ୍ବର ରୁ ୪୯୯ ନମ୍ବର ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା ।

ଅମ୍ରିତା ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଲାଭର ବରୁଣା ଗ୍ରାମ ରେ ଅଟେ । ଅମ୍ରିତା ଙ୍କ ପିତା ଅମୀୟ ବେହୁରା ଆଇଓସିଏଲ ରେ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି ଏବଂ ମାଆ ମିତାରାଣୀ ନବୋଦୟ ବିଦ୍ୟାଳୟ ସମିତି ର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାର୍ଯ୍ୟ କରନ୍ତି । ସେମାନେ ନୋଏଡ଼ା ରେ ରହୁଥିବା ସମୟରେ ଝିଅ ଅମ୍ରିତା ନୋଏଡ଼ା ସେକ୍ଟର ୨୭ ସ୍ଥିତ କେମ୍ବ୍ରିଜ ବିଦ୍ୟାଳୟ ରେ ପାଠ ପଢ଼ନ୍ତି ।

ସିବିଏସଇ ପରୀକ୍ଷା ରେ ଏତେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହିତ ଟପ୍ପର ହୋଇଛନ୍ତି ଅମ୍ରିତା । ଆଗକୁ ଜଣେ ଅର୍ଥନୀତିଜ୍ଞ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ଅମ୍ରିତା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅମ୍ରିତା ପାଠପଢ଼ା ସହିତ ନିଜକୁ ସାମାଜିକ କାର୍ଯ୍ୟ ରେ ମଧ୍ୟ ନିୟୋଜିତ ରଖିଛନ୍ତି ।

ସେ ଯେଉଁ ବିଦ୍ୟାଳୟ ରେ ପାଠ ପଢୁଥିଲେ ସେଠାରେ ବୟାନ ନାମକ ଏକ କ୍ଳବ ଗଠନ କରିଛନ୍ତି ଏବଂ ଏହି କ୍ଳବ ର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଏବଂ ସେମାନଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି । କୋରନା ମହାମାରୀ ର ଏହି ବିକଟ ପରିସ୍ଥିତି ରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ଏହି ଅସୁବିଧା ର ସମୟ ରେ ଅମ୍ରିତା ଙ୍କ ଦ୍ଵାରା ଗଠିତ ବୟାନ କ୍ଳବ ର ଛାତ୍ରଛାତ୍ରୀ ମାନେ ସାହାଯ୍ୟ ଲୋଡ଼ା ଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ କରିଛନ୍ତି । ଏହି ମହାମାରୀ ରେ ଶିକାର ହୋଇଥିବା ରୋଗୀ ମାନଙ୍କୁ ମଧ୍ୟ ସେମାନେ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ଏହା ନିଶ୍ଚିତ ଭାବରେ ପ୍ରଶଂସା ଦାୟକ ଅଟେ ।

ତେବେ ସିବିଏସ୍ଇ ଟପ୍ କରିଥିବା ଅମ୍ରିତା ଙ୍କୁ ଯେତେବେଳେ ତାଙ୍କ ସଫଳତା ସମ୍ବନ୍ଧରେ ପଚରା ଯାଇଥିଲା ।ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ସେ ଆଜି ଏପରି ଭାବରେ ସଫଳତା ହାସଲ କରି ପାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button