ଓଡିଶା

ଭାଟି ଭିତରେ ଗୁପ୍ତ କୋଠରି, Bhubaneswar ସାଲିଆସାହିରେ ପୁଲିସର ରେଡ ପରେ ସାମ୍ନାକୁ ଆସିଲା ସାଂଘାତିକ ସତ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଶା କୁ ନେଇ ଜୋରଦାର ଅଭିଯାନ ଚାଲି ରଖିଥିବା ବେଳେ ସାଲିଆ ସାହିରେ ପୋଲିସ ପକ୍ଷରେ ଆଜି ବ୍ୟାପକ ଭାବରେ ରେଡ ହୋଇଛି । ତେବେ ଆସନ୍ତୁ ଜାଣିନେବା କିଭଳି ଭାବରେ ପୋଲିସ ଙ୍କୁ ସୂଚନା ମିଳିଲା ଏବଂ ତାହା କେଉଁଠାରେ ? ଖବର ଅନୁଯାୟୀ ଗୋଟିଏ ଘରେ ସୁଢଙ୍ଗ ଭଳି ଏକ ବାଟ କରାଯାଇଥିଲା । ମାତ୍ର ଯଦି ଏହି ସୁଢଙ୍ଗ ଭିତରେ ପଶିବେ ତେବେ ତାହା ଭିତରେ ପାଇବେ ଦେଶୀ ମଦ ଭାଟି ।

ତେବେ ଏହି ସୁଢଙ୍ଗ ଟି କରିବା ପଛର କାରଣ ହେଉଛି ଯେ ଏହା ଭିତରେ ରାସ୍ତା ଏକ ମଦ ଭାଟି ର ଥିଲା । ତେବେ ସୁଚିନ୍ତିତ ଭାବରେ ଅଣ୍ଡରଗ୍ରାଉଣ୍ଡ ମଧ୍ୟରେ ଦେଶୀ ମଦ ଭାଟି ରହିଥିଲା । ତେବେ ଏହି ଘର ଭିତରେ ଅନେକ ସୁଢଙ୍ଗ ରହିଥିଲା ଯାହା କି ଯଦି ପୋଲିସ ର ରେଡ ପଡେ ତେବେ ସେହି ସୁଢଙ୍ଗ ମଧ୍ୟ ଦେଇ ଫେରାର ମଧ୍ୟ ହୋଇପାରିବେ । ତେବେ ଗୋଟିଏ ଲୋକର ଘର ଭିତରେ ଏହିଭଳି ଭାବରେ ଦେଶୀ ମଦ ରନ୍ଧା ହେଉଥିବାର ଆପଣ ଦେଖିବାକୁ ପାଇବେ ।

ତେବେ ପୋଲିସ ଏହିସବୁ ଘରକୁ ବର୍ତ୍ତମାନ ଚଢାଊ କରି ଲୋକ ମାନଙ୍କୁ ପଚରା ଉଚରା କରିଛି । ଏବଂ ଏମାନେ ବର୍ଷ ବର୍ଷ ଧରି ଏହିଭଳି କରି ଆସୁଛନ୍ତି । ବର୍ଷ ବର୍ଷ ଧରି ଏହିଭଳି ଭାବରେ ମଦ ପ୍ରସ୍ତୁତ କରି ବିକ୍ରି କରି ଆସୁଛନ୍ତି । ତେବେ ସାଲିଆ ସାହିରେ ଘର ଭିତରେ ସୁଢଙ୍ଗ ଏବଂ ସୁଢଙ୍ଗ ଦେଇ ଗଲେ ଦେଶୀ ମଦ  ଭାଟି ଦେଖିବାକୁ ମିଳିଥିଲା ।

ପୋଲିସ ବ୍ୟାପକ ପରିମାଣର ପୋଚା ଦ୍ରବ୍ୟକୁ ନଷ୍ଟ କରିଛି ଏବଂ ବିପୁଳ ପରିମାଣର ଖାଦ୍ୟ ତଥା ଯାହା ଯାହା ସାମଗ୍ରୀ ତାକୁ ମଧ୍ୟ ଜବତ କରିଛି । ଦେଶୀ ମଦ ପାଇଁ ଯାହା ଯାହା ଆସବା ପତ୍ର ଲୋଡା ତାହା ମଧ୍ୟ ବିପୁଳ ପରିମାଣରେ ପୋଲିସ ଙ୍କୁ ଦେଖିବାକୁ ମିଳିଛି । ପୋଲିସ କହିଛନ୍ତି ଯେ ଘର ଭିତରେ ଏହିଭଳି ସୁଢଙ୍ଗ ଜାଣିଶୁଣି କରାଯାଇଅଛି ।

ଯାହା କି କୌଣସି ପ୍ରକାରର ପୋଲିସ ରେଡ ହେଲେ ତାକୁ ଚଖମା ଦେବା ଲାଗି । ତାଙ୍କର ଯେଉଁ ଭାଟି ବନିଥିଲା ସେହି ଭାଟିକୁ ଯିବା ଆସିବାର ରାସ୍ତା ସେମାନେ ଏହି ଘର ଭିତରେ ବନାଇଥିଲେ । ଏବଂ ଏହା କୁ ନେଇ ପୋଲିସ ବର୍ତ୍ତମାନ ଦୃଢ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button