ନୀତି

ଶନିବାର ଦିନ ଯଦି ଏହି ୩ ଜିନିଷ ଦେଖନ୍ତି, ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନିଦେବଙ୍କ ରହିଛି ବିଶେଷ କୃପା

ଶନିବାର ଶନିଦେବଙ୍କ ଦିନ। ପ୍ରାୟ ଲୋକମାନେ ଶନିବାରରେ ଡରି ଡରି ରହିଥାନ୍ତି କାରଣ ଏହି ଦିନ ଶନିଦେବଙ୍କର ଦିନ ହୋଇଥାଏ ଏବଂ ଆପଣଙ୍କର କୌଣସି ବି ଭୁଲ ପାଇଁ ଶନିଦେବ ତାଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପକାଇପାରନ୍ତି। ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଯଦି ଆପଣ ସକାଳ ସମୟରେ ଦେଖିଲେ ତେବେ ସେଇଠାରୁଜାଣି ପାରିବେ ଶନିଦେବଙ୍କର ଆପଣଙ୍କ ଉପରେ ବିଶେଷ କୃପା ରହିଛି।

ଭିକାରୀ

ଶନିବାର ଦିନ ସକାଳୁ ଯଦି ଆପଣ କୌଣସି ଭିକାରୀକୁ କିମ୍ବା ନିର୍ଧନ ବ୍ୟକ୍ତି ଆପଣଙ୍କ ଘରକୁ ଆସନ୍ତି କିମ୍ବା ଆପଣ ତାଙ୍କୁ ଦେଖନ୍ତି, ତେବେ ଏହା ହେଉଛି ଶନିଙ୍କର ଶୁଭ ସଂକେତ। ଯଦି ଏମିତି କେବେ ଦେଖନ୍ତି ତେବେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବା ଉଚିତ। ଏମିତି କଲେ ଶନିଦେବ ପ୍ରସନ୍ନ ହୁଅନ୍ତି।

କଳା କୁକୁର

ଶନିବାର ଯଦି ଆପଣ କଳା କୁକୁରକୁ ଦେଖନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏମିତି କୁକୁରକୁ ଯଦି ଆପଣ ଶନିବାର ଦେଖନ୍ତି ତେବେ ଘିଅ ଲଗାଇ ରୁଟି ଖାଇବାକୁ ଦିଅନ୍ତୁ।

ସଫେଇ କର୍ମଚାରୀ

ଶନିବାର ଦିନ ସକାଳୁ ସଫେଇ କର୍ମଚାରୀଙ୍କୁ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଖାସ୍‌ କରି ଝାଡୁ ଲଗାଇବା ସମୟରେ ଯଦି ଆପଣ ତାଙ୍କୁ ଦେଖନ୍ତି ତେବେ ଏହା ବହୁତ ଭଲ ହୋଇଥାଏ। ଆପଣ ତାଙ୍କୁ କିଛି ଟଙ୍କା ଦାନ କରପାରିବେ। ଏହାଦ୍ୱାରା ଶନିଦେବଙ୍କର କୃପା ଆପଣଙ୍କ ଉପରେ ସବୁବେଳେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button