ଓଡିଶା

କିନ୍ନର Swity ଙ୍କ ସହ Exclusive Interview: ‘ବାର ରେ ପ୍ରଥମ ରାତିରେ ମୁଁ 60 ହଜାର ରୋଜଗାର କରିଥିଲି, କିନ୍ତୁ ଯେତେବେଳେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କିନ୍ନର ସମାଜ ଏକ ଏପରି ସମାଜ ଅଟେ ଯିଏ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଆନ୍ତି । ଏହା ମଧ୍ୟ କୁହାଯାଏ ଯେ,କିନ୍ନର ମାନଙ୍କ ଆଶୀର୍ବାଦ ଏବଂ ଅଭିଶାପ ନିଶ୍ଚିତ ଭାବରେ ପଡ଼ିଥାଏ । ତାଙ୍କର ଏକ ମାତ୍ର ସାହାରା ହେଉଛି ଆଖପାଖ ରେ ହେଉଥିବା ସମାହାର ରେ ଯୋଗ ଦେବା ଏବଂ ନାଚ ଗୀତ କରିବା । କିନ୍ନର ସମାଜ ଏକ ଏପରି ସମାଜ ଯାହା ଅନ୍ୟ ମାନଙ୍କ ପାଇଁ ଏକ ଜିଜ୍ଞାସା ହୋଇ ରହି ଯାଇଥାଏ ।

ତେବେ କିଛ ବ୍ୟକ୍ତି ଏପରି ମଧ୍ୟ ଭାବି ଥାଆନ୍ତି ଯେ, କିନ୍ନର ମାନଙ୍କ ସାମ୍ନାକୁ ଯିବା ଆଦୋୖ ଉଚିତ ନୁହେଁ କାରଣ ସେମାନଙ୍କ ସମ୍ମୁଖକୁ ଯିବା ଦ୍ୱାରା ସେମାନଙ୍କ କହିବା ଅନୁସାରେ ସବୁ କରିବାକୁ ପଡିଥାଏ ନଚେତ ସେମାନେ କିଛିବି କରି ଦିଅନ୍ତି ବୋଲି ଏଭଳି ଲୋକ ମାନଙ୍କ ଧାରଣା ରହିଥାଏ । କିନ୍ନର ମାନେ ନିଜ ଜୀବନ ରେ ବହୁତ ସଂଘର୍ଷ କରିଥାନ୍ତି । ତାଙ୍କ ସଙ୍ଘର୍ଷ ର କାହାଣୀ ଲୋକଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଥାଏ ।

ତେବେ ସେହିପରି ଏକ ସଙ୍ଘର୍ଷମୟ କାହାଣୀ ସାମ୍ନା କୁ ଆସିଛି ସ୍ୱିଟି ଙ୍କ ର । ତେବେ ସ୍ୱିଟି ସାକ୍ଷାତକାର ରେ କହିଛନ୍ତି ଯେ, ଯେତେବେଳେ ସେ ପଞ୍ଚମ ଶ୍ରେଣୀ ରେ ପାଠ ପଢ଼ିବାକୁ ଲାଗିଲେ ସେତେବେଳେ ସେ ନିଜକୁ ସ୍ତ୍ରୀ ବୋଲି ଅନୁଭବ କରିଲେ । ଝିଅ ପିଲା ଙ୍କ ମଧ୍ୟ ରେ ନିହିତ ସମସ୍ତ ଗୁଣ ତାଙ୍କ ଭିତରେ ନିହିତ ଥିଲା ବୋଲି ସେ ଅନୁଭବ କରିଲେ । ପରେ ସେ ଜାଣି ପାରିଲେ ଯେ, ସେ ଜଣେ ଟ୍ରାନ୍ସ ଜେଣ୍ଡର ଅଟନ୍ତି । ସେ ଜଣେ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଯେତେବେଳେ ତାଙ୍କ ପରିବାର ତାଙ୍କ ସମ୍ବନ୍ଧରେ ଜାଣିଲେ ସେତେବେଳେ ସେମାନେ ଏହି କଥାକୁ ସହଜ ରେ ଗ୍ରହଣ କରି ପାରିଲେ ନାହିଁ । ତାଙ୍କୁ ନିଜ ଚାଲି ଚଲଣ ବଦଳାଇବାକୁ ମଧ୍ୟ ବାଧ୍ୟ କରୁଥିଲେ । ପରେ ସେ ତାଙ୍କୁ ପଢ଼ିବା ପାଇଁ ମହାରାଷ୍ଟ୍ର କୁ ପଠାଇ ଦେଲେ । କିନ୍ତୁ ସ୍ୱିଟି ସେଠାରେ ନିଜର ପାଠପଢା ଛାଡିଦେଲେ ।

ପରେ ସେ ଜଣେ ବାର୍ ଡାନ୍ସର ସାଜିଲେ । ବାର୍ ରେ ପ୍ରଥମ ଦିନ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା । ମନରେ ଭୟ ଥିଲା । କିନ୍ତୁ ସେଠାରେ ସେ ଡାନ୍ସ କରି ଗୋଟିଏ ରାତି ଭିତରେ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରିଥିଲେ । ପରେ ସେ ବହୁତ ଡାନ୍ସ ବାର୍ ରେ କାମ କରିଲେ ଏବଂ ଏବେ ସେଥିରେ ସେ ସନ୍ତୁଷ୍ଟ ଅଛନ୍ତି । ତେବେ ଆପଣଙ୍କୁ ସ୍ୱିଟି ଙ୍କ ସଂଘର୍ଷ ଭରା କାହାଣୀ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button