ଦେଶ ବିଦେଶ

ଭଉଣୀ ମୋ ପିଛା ଛାଡ଼ିଦିଅ, ନହେଲେ ମୁଁ…’ କାହିଁକି ସୋସିଆଲ ମିଡିଆରେ Urvashi ଙ୍କୁ ଏମିତି କହିଲେ କ୍ରିକେଟର Rishabh Pant, ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଙ୍କୁ ଏବଂ ଭାରତୀୟ କ୍ରିକେଟର ରିସବ ପନ୍ତ ଙ୍କୁ ତ ନିଏ ଭାବରେ ଜାଣିଥିବେ । ଉଭୟ ଭାରତ ର ପ୍ରତିଷ୍ଠିତ ନାମ ଅଟନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ପୁଣିଥରେ ଖବର ରେ ରିସବ ପନ୍ତ ଏବଂ ଉର୍ବଶୀ ରାଉତେଲା । ଭାରତ ଦଳର ବିକେଟ କିପର ରିସବ ପନ୍ତ ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା କୁ ନେଇ ପୁଣି ଚର୍ଚ୍ଚା ।

ଏହା ପୂର୍ବରୁ ମଧ୍ୟ ଦୁଇ ଜଣ ବେଶ ଚର୍ଚ୍ଚା ରେ ଥିଲେ । ଏହି ଥର କିନ୍ତୁ ପନ୍ତ ସୋସିଆଲ ମିଡିଆ ରେ କହିଛନ୍ତି ଯେ, ଭଉଣୀ ମୋ ପିଛା ଛାଡିଦିଅ । ଏକ ସାକ୍ଷାତକାର ରେ ଉର୍ବଶୀ କହିଥିଲେ, ଥରେ ସୁଟିଂ କାର୍ଯ୍ୟ ରେ ସେ ବାରଣାସୀ ରୁ ଦିଲ୍ଲୀ ଆସିଥିଲେ । ସେତେବେଳେ ମିଷ୍ଟର ଆର ପି ମୋତେ ସାକ୍ଷାତ କରିବାକୁ ଆସିଥିଲେ ।

ସେ ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । କିନ୍ତୁ ମୁଁ ଶୋଇ ପଡ଼ିଥିଲି । ପଛରେ ମୋତେ ଏହା ଜଣା ପଡ଼ିଲା ଯେ, ସେ ମୋତେ ୧୭ ରୁ ୧୮ ଥର କଲ କରିଛନ୍ତି । ଏହା ପରେ ମୁଁ କହିଲି ଯେତେବେଳେ ମୁମ୍ବାଇ ଆସିବ ସେତେବେଳେ ଆମର ଦେଖା ହେବ । ପରବର୍ତ୍ତୀ ସମୟରେ ଉଭୟ ମୁମ୍ବାଇ ରେ ଏକାଠି ହୋଇଥିଲେ ।

ଉର୍ବଶୀ ଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ମିଷ୍ଟର ଆର ପି ଙ୍କୁ ରିସବ ପନ୍ତ ବୋଲି ଭାବି ନେଇଥିଲେ ପ୍ରଶଂସକ । ପରେ ରିସବ ପନ୍ତ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ପୋଷ୍ଟ କରିଥିଲେ ଏବଂ କହିଥିଲେ ଯେ, ଏହା ହାସ୍ୟସ୍ପଦ ଯେ ଖବର ରେ ରହିବା ପାଇଁ ଏବଂ ଲୋକପ୍ରିୟତା ପାଇଁ ଲୋକମାନେ କେଉଁ ଭଳି ସାକ୍ଷାତ୍କାର ରେ ମିଛ କଥା କହିଥାନ୍ତି ।

ଏହା ସହିତ ସେ ଲେଖିଥିଲେ ଯେ, ମୋ ପିଛା ଛାଡ଼ି ଦିଅ ଭଉଣୀ । ମିଛ ର ମଧ୍ୟ ଏକ ସୀମା ରହିଥାଏ । କିନ୍ତୁ ଏହାର କିଛି ସମୟ ପରେ ପନ୍ତ ସମସ୍ତ ପୋଷ୍ଟ କୁ ଡିଲିଟ୍ କରି ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button