ବିଚାର

ନେତା ହୁଅନ୍ତୁ କି ଅଭିନେତା ସମସ୍ତଙ୍କ ସ୍ୱର ନିଖୁଣ ଭାବେ ମିମିକ୍ରି କରି ପ୍ରଶଂସା ସାଉଣ୍ଟୁଛନ୍ତି ଯୁବକ, ଶୁଣିଲେ ଆପଣ ବି ହେବେ କାବା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ସୋସିଆଲ ମିଡ଼ିଆ ଦୁନିଆ ରେ ସମସ୍ତେ ନିଜ ନିଜର ପ୍ରତିଭା କି ଏହି ସୋସିଆଲ ମିଡ଼ିଆ ଜରିଆରେ ଦେଖାଇ ଥାଆନ୍ତି ତେବେ କିଛି ଲୋକ ନିଜର ମନୋରଞ୍ଜନ ମଧ୍ୟ କରନ୍ତି ଏବଂ ଆଉ କିଛି ଲୋକ ମାନଙ୍କ ର ମନୋରଞ୍ଜନ କରନ୍ତି । ତେବେ ମିମିକ୍ରି ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ଯେଉଁ ଥିରେ ବ୍ୟକ୍ତି ଟି ଅଲଗା ଅଲଗା ସେଲିବ୍ରେଟି ଏବଂ ଚରିତ୍ର ର ଅଭିନୟ କରିଥାଏ ଏବଂ ଲୋକ ମାନଙ୍କ ମୁହଁ ରେ ହସ ଆଣି ଥାଏ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ମିମିକ୍ରି ଆର୍ଟିଷ୍ଟ ବହୁତ ଭାଇରାଲ ହେଉଛନ୍ତି ତେବେ ସେ ଗୋଟିଏ ମଣିଷ ହୋଇ ଅନେକ ଲୋକଙ୍କ ସ୍ୱର କୁ ବାହାର କରି ପାରୁଛନ୍ତି ଏବଂ ତାଙ୍କରି ଭଳିଆ ହିଁ ସେ କଥାବାର୍ତ୍ତା କରୁଛନ୍ତି । ତେବେ ସେ ହେଉଛନ୍ତି ଆମିରୁଦିନ ତେବେ ସେ ବହୁତ ପ୍ରତିଭା ଶାଳୀ ସେ କିନ୍ତୁ ତାଙ୍କର ଏହି ପ୍ରତିଭା ବର୍ତ୍ତମାନ ଲୁକାୟତ ହୋଇ ଯାଉଛି ।

ତେବେ ସେ ନେତା ହେଉ କିମ୍ବା ଅଭିନେତା ସେ ସମସ୍ତଙ୍କ ସ୍ୱର କୁ ଅତି ସହଜରେ ଆପଣେଇ ନିଜର କରି ପାରୁଛନ୍ତି ଏବଂ ସୁନ୍ଦର ଭାବରେ ତାକୁ ପରିବେଶଣ ମଧ୍ୟ କରି ପାରୁଛନ୍ତି । ତେବେ ସେ ଓଡିଶା ଭାସ୍କର ରେ ନିଜର ଇନ୍ଟର୍ଭିୟୁ ଦେଇଥିଲେ । ତେବେ ସେ ନିଜର ଇନ୍ଟର୍ଭିୟୁ ର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାଇଲଗ କହିଥିଲେ ତେବେ ସେ ହୁବହୁ ନବୀନଙ୍କ ସ୍ୱର କୁ ସୁନ୍ଦର ଭାବରେ ପରିବେଷଣ କରି ପାରିଛନ୍ତି ।

ତେବେ ଏହାପରେ ସେ ଯାତ୍ରା ର ଖଳନାୟକ ସ୍ୱର୍ଗତଃ ବିକୁ ସେଠ ଯିଏ କି ତାଙ୍କର ପ୍ରିୟ କଳାକାର ଥିଲେ । ତେବେ ତାଙ୍କର ସବୁଠାରୁ ଲୋକପ୍ରିୟ ଡାଇଲଗ ଶାଗୁଣା ବସିଛି ଡେଣା ମେଲାଇ କୁ କହିଥିଲେ ଏବଂ ଯଦି ଆପଣ ଆଖି ବନ୍ଦ କରିକି ଶୁଣିବେ ତେବେ ତାହା ବିକୁ ସେଠ କହୁଛନ୍ତି ବୋଲି ହିଁ ଲାଗିବ । ତେବେ ଏହା ପରେ ଅଭିନେତା ଓଁ ପ୍ରକାଶ ଙ୍କ ର ଡାଇଲଗ କହିଥିଲେ ତେବେ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭିତରେ ହେଉଥିବା କିଛି କଥାବାର୍ତ୍ତା ର ଅଭିନୟ କରିଥିଲେ ।

ତେବେ ଓଡିଶା ରେ କଣ କରିବା ଆବଶ୍ୟକ ଏବଂ କଣ କରାଯାଇଛି ତାହା ବିଷୟରେ ସେ କଥା କରୁଥିଲେ ତେବେ ଦୁହିଁଙ୍କ ର ସ୍ୱର କୁ ବହୁତ ସୁନ୍ଦର ଭାବରେ ପରିବେଷଣ କରି ପାରିଛନ୍ତି ।ତେବେ ଶେଷ ରେ ସେ ବଲିଉଡ ର ଲୋକପ୍ରିୟ ଅଭିନେତା ହୃତିକ ରୋଶନ ଙ୍କ ର ଲୋକପ୍ରିୟ ଡାଇଲଗ ଯାହା ସେ କୋଇ ମିଲ ଗୟା ସିନେମା ରେ କହିଥିଲେ ତାହାକୁ ନେଇ ମଧ୍ୟ ଖୁବ ସୁନ୍ଦର ଅଭିନୟ କରିଥିଲେ ଏବଂ ସୁନ୍ଦର ଭାବରେ ତାଙ୍କର ସ୍ୱର କୁ ବାହାର କରିଥିଲେ ।

ତେବେ ବର୍ତ୍ତମାନ ଫେସବୁକ ରେ ତାଙ୍କର ଭିଡିଓ ଖୁବ ଭାଇରାଲ ହେଉଛି ଏବଂ ଲୋକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ତାଙ୍କ ମିମିକ୍ରି କୁ । ତେବେ ସେ କୁହନ୍ତି କି ସେ ଯାତ୍ରା ମେଲୋଡି ରେ ଯାଇ ନିଜର ଏହି ପ୍ରତିଭା କୁ ଦେଖାଇ ଥାଆନ୍ତି ଏହା ଛଡା ଆଉ କେବେବି କୌଣସି ଠାରେ ସୁଯୋଗ ମିଳିନାହିଁ । ତେବେ ଏତେ ସୁନ୍ଦର ପ୍ରତିଭା କୁ ଲୁଚି ରହିବା ଉଚିତ ନୁହେଁ ତାହା ବିକଶିତ ହେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button