ଜୀବନଶୈଳୀ

ହଠାତ ମାଡି ଆସିଲା ବନ୍ୟା ପାଣି, ନଈ ମଝିରେ ଫସିଗଲେ ମା’ ପୁଅ, ବିକଳ ହେଇ ଡାକୁଛି ମା’ ମୋ ପୁଅକୁ ଉଦ୍ଧାର କର…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି ।

ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି । କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ । ତେବେ ମାଆ ପୁଅ ନଦୀ ମଝିରେ ବନ୍ୟା ଜଳରେ ଫସି ରହିଥିଲେ ଏବଂ ଉଦ୍ଧାର ପାଇଁ ଚିତ୍କାର କରୁଥିଲେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା ।

ତେବେ ଉଛୁଳା ନଦୀ ମଝିରେ ଫଶି ରହିଲେ ମା ଓ ପୁଅ । କିନ୍ତୁ ଅଳ୍ପକେ ବର୍ତି ଯାଇଛନ୍ତି ଏହି ମା ଓ ପୁଅ । କୌଣସି କାମରେ ନଦୀ ପାର ହେଇ ଯାଇଥିଲେ ମା ନନ୍ଦିନୀ ମାଣ୍ଡଙ୍ଗି ଓ ପୁତ୍ର ରୋହିତ । ଆଜି ନନ୍ଦିନୀ ନିଜ ପୁଅ ରୋହିତକୁ କାଖରେ ଧରି କୌଣସି କାମରେ ରାଣୀ ଗଙ୍ଗା ନଦୀ ଆର ପାରିକୁ ଯାଇଥିଲେ ।

କାମ ସାରି ଘରକୁ ଫେରିଲା ବେଳେ ମଝି ନଈରେ ହଠାତ ଉପର ମୁଣ୍ଡରୁ ଗୋଳିଆ ପାଣି ମାଡିଆସିଲା । ଫଳରେ ନଦୀ ମଝିରେ ଜୀବନ ବିକଳରେ ଚିତ୍କାର କରିଥିଲେ ମା ନନ୍ଦନି । ନଦୀର ପ୍ରଖର ସ୍ରୋତରେ ଜୀବନର ଆଶା ଛାଡ଼ି ଦେଇଥିଲେ ବୋଲି ନନ୍ଦିନୀ । ନଦୀ ମଝିରେ ଥିବା ଏକ ବୁଦାକୁ ଜାବୁଡି ଧରି ଜୀବନ ରକ୍ଷା କରିଥିଲେ ।

ତେବେ ଏହିଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ କୁମ୍ଭୀକଟା ଗ୍ରାମ ପଞ୍ଚାୟତର ପୁଞ୍ଜିପାଇ ଗ୍ରାମରେ । ଦୀର୍ଘ ସମୟ ଧରି ନନ୍ଦିନୀ ଓ ରୋହିତ ଘରେ ନଥିବା ଦେଖି ଘର ଲୋକେ ଖୋଜା ଖୋଜି କରିଥିଲେ । ପରେ ଗ୍ରାମର ଲୋକମାନେ ଯାଇ ଦେଖିଲା ବେଳକୁ ନନ୍ଦିନୀ ପିଲା ସହ ଫସି ଯାଇ ଚିତ୍କାର କରୁଛି ମୋତେ ବଞ୍ଚାଇ ଦିଅ ବୋଲି । କିନ୍ତୁ ପାହାଡିଆ ପାଣିର ବେଗ ଅଧିକ କେହିବି ସାହସ ବାନ୍ଧି ପାରିଲେ ନାହିଁ ଭିତରକୁ ଯାଇ ରକ୍ଷା କରିବା ପାଇଁ ।

ଗ୍ରାମର ବିଟୁ ମାଣ୍ଡଙ୍ଗି, ନରେନ୍ଦ୍ର ମାଣ୍ଡଙ୍ଗି,ମୁଲୁକୁ ମାଣ୍ଡଙ୍ଗି,ନକୁଳ ମାଣ୍ଡଙ୍ଗି,କମୁକୁ ମାଣ୍ଡଙ୍ଗି,କସମା ମାଣ୍ଡଙ୍ଗି ଓ ସିଦ୍ଧାନ୍ତ ଏକ ଦଉଡିକୁ ନଦୀର ପ୍ରବାହିତ ଜଳରେ ଫୋପାଡ଼ି ନନ୍ଦିନୀକୁ ଧରିବାକୁ କହି ଥିଲେ । ସାହସ ବାନ୍ଧି ନନ୍ଦିନୀ ନିଜ ଦେହରେ ରଶି ଗୁଡ଼ାଇବା ପରେ ଧୀରେ ଧୀରେ କୂଳକୁ ଟାଣି ଆଣି ଜୀବନ ବଞ୍ଚାଇଥିଲେ ଗ୍ରାମବାସୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button