କ୍ରୀଡା

ଆଇଟା ଟିଏସ୍‌: ଜଗତଜ୍ୟୋତି ବିଜେତା – Utkal Mail


ଭୁବନେଶ୍ବର: ବରୁଣେଇସ୍ଥିତ କେଟି ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଆୟୋଜିତ ଆଇଟା ଟ୍ୟାଲେଣ୍ଟ୍ ସିରିଜ୍‌ର ୧୪ ବର୍ଷରୁ କମ୍ ବାଳକ ଏକକ ବର୍ଗରେ ଓଡ଼ିଶାର ଜଗ‌ତଜ୍ୟୋତି ପତି ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଶନିବାର ଜଗତଜ୍ୟୋତି ୬-୪, ୩-୬, ୬-୨ରେ ନିଜ ରାଜ୍ୟର ସୁତଭ୍ୟା କର୍ମକାରଙ୍କୁ ପରାସ୍ତ କରିଛନ୍ତି। ଦୀର୍ଘ ଅଢ଼େଇ ଘଣ୍ଟା ସଂଘର୍ଷ କରିବା ପରେ ଜଗତ ଜୀବନର ଏହି ପ୍ରଥମ ପ୍ରମୁଖ ପ୍ରତିଯୋଗିତା ଟ୍ରଫି ହାସଲ କରିଛନ୍ତି। ଆଇଆଇଜି‌ ସ୍ପୋର୍ଟ ଏକାଡେମିର ନିର୍ଦେଶକ ପ୍ରଶାନ୍ତ କୁମାର ପୁହାଣ ପୁରସ୍କାରଙ୍କ ପ୍ରଦାନ କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button