ସ୍ୱାସ୍ଥ୍ୟ

ଜିରାର ୧୫ ସ୍ୱାସ୍ଥ୍ୟକର ଫାଇଦା ଯାହାକୁ କେବେବି ଜାଣିନଥିବେ ଆପଣ, ଥରେ ପଢ଼ନ୍ତୁ

ଜିରା ଏକ ମସଲା ଅଟେ, ଯାହାର ଉପଯୋଗ ରୋଷେଇଶାଳାରେ ପ୍ରାୟ ପ୍ରତ୍ୟେକଦିନ ହୋଇଥାଏ। କିନ୍ତୁ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନଙ୍କୁ ଜିରାର ଫାଇଦା ବିଷୟରେ ଜଣାନଥିବ। ଜିରା ଅନେକ ପ୍ରକାରର ଆମକୁ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଜିରାର କଣ କଣ ସବୁ ଫାଇଦା ରହିଛି ଏବଂ ଏହାଦ୍ୱାରା କଣ କଣ କ୍ଷତି ହୋଇଥାଏ ମଧ୍ୟ ଜାଣନ୍ତୁ।

-ଯଦି ଆପଣ ଅଲିଭ୍‌ ଅଏଲ ବ୍ୟବହାର କରୁଛନ୍ତି ତେବେ ସେଥିରେ କିଛି କଳା ଜିରା ମିଶାଇ ପାରିବେ।

-ଆପଣ ନିଜ ଫେସ ପ୍ୟାକରେ ସାମାନ୍ୟ ଜିରା ମିଶାନ୍ତୁ, ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବ। କିନ୍ତୁ ଏହା ଧ୍ୟାନ ରଖିବାକୁ ପଡିବ ଯେ ଜିରାକୁ ଯେପରି ସାମାନ୍ୟ ମିଶାଇବେ। ଅଧିକ ଜିରା ମିଶାଇବା ଦ୍ୱାରା ଆପଣଙ୍କ ତ୍ୱଚାକୁ କ୍ଷତି ପହଁଚିପାରେ।

zeera-ଅତ୍ୟଧିତ ମାତ୍ରାରେ ଜିରାର ଉପଯୋଗ କରିବା ଦ୍ୱାରା ମହିଳାଙ୍କର ମାସିକ ଋତୁସ୍ରାବ ଜଲଦି ହୋଇଥାଏ। ଯେଉଁ ମାନଙ୍କର ଅନିୟମିତତା ଦେଖାଦେଉଛି ସେମାନଙ୍କ ପାଇଁ ଏହା ବହୁତ ଉପଯୋଗୀ।

-ଯଦି ଆପଣଙ୍କ କେଶ ଝଡିବା ସମସ୍ୟା ହେଉଛି ତେବେ ତେଲରେ କଳା ଜିରା ମିଶାଇ ନିୟମିତ ଲଗାନ୍ତୁ। ଦେଖିବେ ଆପଣଙ୍କ କେଶ ଝଡିବା ବନ୍ଦ ହୋଇଯିବ ଏବଂ ମାତ୍ର କିଛି ଦିନ ମଧ୍ୟରେ ଫରକ ଜାଣିପାରିବେ।

-ଜିରା ତ୍ୱଚାକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ।

-ସ୍ତନପାନ କରାଉଥିବା ମହିଳାଙ୍କୁ ଜିରାର ସେବନ ଅଧିକ କରିବା ଉଚିତ ନୁହେଁ କାରଣ ଏହା ନବଜାତଙ୍କ ପାଇଁ କ୍ଷତିକାରକ ହୋଇଥାଏ।

cumin-ଜିରାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଆପଣ ଏହାକୁ ଭୋଜନ ପ୍ରସ୍ତୁତ କରିବା ସମୟରେ ସେଥିରେ ମିଶାଇ ପାରିବେ।

-ଯଦି ଆପଣଙ୍କ କୁଣ୍ଡିଆଣ ସମସ୍ୟା ହେଉଛି ତେବେ ଅଳ୍ପ ପାଣିରେ ଜିରାକୁ ଫୁଟାଇ ଦିଅନ୍ତୁ। ଏହାପରେ ଏହାକୁ ଛାଣି ସେହି ପାଣିକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା କୁଣ୍ଡିଆଣ ସମସ୍ୟା କମ୍‌ ହୋଇଯିବ।

– ଜିରା ହାର୍ଟ ଆଟାକ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ।

-ଜିରା ବ୍ରଣ ଏବଂ ଇନଫେକସନ ଆଦିକୁ କମ୍‌ କରିଥାଏ।

cumin-ଦୁଇ ଚାମଚ ଜିରାକୁ ଗୋଟେ ଗ୍ଲାସ ପାଣିରେ ଭିଜାଇ ରାତି ସାରା ରଖି ଦିଅନ୍ତୁ। ସକାଳୁ ଉଠି ଏହାକୁ ଫୁଟାଇ ଗରମ ଚା ଭଳି ପିଅନ୍ତୁ। ବଳକା ରହିଥିବା ଜିରାକୁ ଚୋବାଇ ଖାଇଦିଅନ୍ତୁ। ଏହାର ନିୟମିତ ସେବନ ଦ୍ୱାରା ଅନାବଶ୍ୟକ ଚର୍ବିୀ କମି ଯାଇଥାଏ।

-ଜିରାର ଅଧିକ ସେବନ ଦ୍ୱାରା ଗର୍ଭପାତ ଏବଂ ସମୟ ପୂର୍ବ ପ୍ରସବ ଭଳି ସମସ୍ୟା ମଧ୍ୟ ହୋଇଥାଏ।

-ଜିରା ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ଗ୍ୟାସ୍‌ ସମସ୍ୟା ହୋଇନଥାଏ।

-ଜିରା ଓଜନ କରିବାରେ ବହୁତ ସାହାଯ୍ୟକାରୀ ଉପାୟ।

-ଡାଇବେଟିଜ୍‌ ରୋଗୀଙ୍କୁ ଜିରା ଅଧିକ ଖାଇବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button