କ୍ରାଇମ

ସେନା କର୍ମଚାରୀଙ୍କ ଘରୁ ଲୁଟ୍, ତାଲା ଭାଙ୍ଗି ନେଇ ଗଲେ ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର

ସୋର: ସେନା କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଠନୂଆଗାଁ ଗାଁର ସେନା କର୍ମଚାରୀ ରାଜେଶ ଶିଅଳଙ୍କ ଘରୁ ଲୁଟ ହୋଇଛି । ତାଙ୍କ ପରିବାର ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ବେଳେ ଏପରି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଜାମୁକାଶ୍ମୀରରେ ରାଜେଶ ଶିଅଳ କାର୍ଯ୍ୟରତ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘର ଭିତରେ ପଶି ଦୁର୍ବୃତ୍ତମାନେ ଗଡରେଜ ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଛନ୍ତି । ଏନେଇ ମିନତି ଶିଅଳ ଖଇରା ଥାନାରେ ଅଭିଯୋଗ କରିଛନ୍ତି l ଖଇରା ଥାନା ଆଇଆଇସି ସଚ୍ଚିନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।  ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ଏକ ଭୁଜାଲି ଓ ଲୁହା ଶାବଳ ଛାଡ଼ି ପଳାଇଥିବା ବେଳେ ଜବତ କରିଛି ପୋଲିସ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button