କ୍ରୀଡା

ଏସୀୟ ଚାମ୍ପିଅନ୍ସ ଟ୍ରଫି : ଜାପାନକୁ ହରାଇ ଫାଇନାଲରେ ଭାରତ – Utkal Mail


ନୂଆଦିଲ୍ଲୀ : ୨୦୨୧ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତୀୟ ହକି ଦଳ ଜାପାନଠାରୁ ପରାସ୍ତ ହୋଇଥିଲା । ଏବେ ଦୁଇ ବର୍ଷ ପରେ ଭାରତ ତାହାର ପ୍ରତିଶୋଧ ନେଇଛି । ଜାପାନକୁ ୫-୦ରେ ପରାସ୍ତ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଭାରତ ମାଲେସିଆକୁ ଭେଟିବ ।

ଏହି ମ୍ୟାଚର ପ୍ରଥମ କ୍ୱାର୍ଟର ଗୋଲବିହୀନ ହେବା ପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ୩ ଟି ଗୋଲ ସ୍କୋର କରିଥିଲା । ଏହା ପରେ ଦଳ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲା। ଭାରତ ୫-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୨ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ଭାରତ ପକ୍ଷରୁ ପ୍ରଥମ ଗୋଲ ଆକାଶଦୀପ ସିଂ କରିଥିବାବେଳେ ୨ୟ ଗୋଲ ଅଧିନାୟକ ହରମନପ୍ରୀତ ସିଂ ଏକ ପେନାଲଟି କର୍ଣ୍ଣର ମାଧ୍ୟମରେ ଦେଇଥିଲେ । ୩ୟ ଗୋଲ୍ ମନଦୀପ ଓ ୪ର୍ଥ ଗୋଲ୍ ସୁମୀଲ୍ ଦେଇଥିଲେ । ୫ମ ଗୋଲ୍ କାର୍ଥି ସେଲଭମ୍ ଦେଇଥିଲେ ।




Related Articles

Leave a Reply

Your email address will not be published. Required fields are marked *

Back to top button