ନୀତି

ତୁଳସୀ ଗଛକୁ ପାଣି ଦେବା ପୂର୍ବରୁ ଜପନ୍ତୁ ଏହି ମନ୍ତ୍ର, ତାପରେ ଦେଖନ୍ତୁ ଚମତ୍କାର

ଆମର ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ଅଧିକ ମହତ୍ୱ ରହିଛି । ଶାସ୍ତ୍ରରେ କୁହାଯାଇଛି ଆମେ ଘରେ ଯଦି ଏହି ପବିତ୍ର ଗଛକୁ ପୂଜା କରିଥାଉ ତେବେ ଘରର ପବିତ୍ରତା ବଜାଇ ରହିଥାଏ । ଏବଂ ଘରୁ ସବୁ ନକାରାତ୍ମକ ପ୍ରଭାବ ଦୁରେଇଯାଇ ସକରାତ୍ମକ ପ୍ରଭାବ ପଡିଥାଏ । ଆଉ ମଧ୍ୟ ଘରେ ସୁଖ ଏବଂ ଶାନ୍ତିର ବାତାବରଣ ରହିଥାଏ । ତୁଳସୀ ଗଛରେ ସ୍ଵୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି ବୋଲି କୁହାଯାଏ ।

ସେଥିପାଇଁ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ । ଏହା ଛଡା ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ । ଏହି ପରି ଭାବରେ ତୁଳସୀ ଆମର ବିଭିନ୍ନ ପ୍ରକାରର ଉପକାରରେ ଲାଗିଥାଏ । ତୁଳସୀ ତିନି ପ୍ରକାରର ହୋଇଥାଏ । ଯଥା କୃଷ୍ଣ ତୁଳସୀ, ଧଳା ତୁଳସୀ ଏବଂ ରାମ ତୁଳସୀ । ଏଥିରୁ କୃଷ୍ଣ ତୁଳସୀର ସବୁଠୁ ଅଧିକ ମହତ୍ୱ ରହିଛି । ତୁଳସୀର ପୂଜା କରିବା ଦ୍ୱାରା ପାପ ସାହୁ ନଷ୍ଟ ହୋଇଯାଏ ।

ଏବଂ ଶାନ୍ତି ମିଳିଥାଏ । ତୁଳସୀ ଗଛରେ ଆମେ ପ୍ରତେକ ଦିନ ଜଳ ଅର୍ପଣ କରିଥାଉ କିନ୍ତୁ ତୁଳସୀ ଗଛରେ ଜଳ ଦେବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆମର ସୁଖ ସମୃଦ୍ଧିର ବୃଦ୍ଧି ହେବା ସହ ଘରକୁ ଧନର ଆଗମନ ହୋଇଥାଏ ଏବଂ ତାହା ସହିତ ରୋଗ ବାଧ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ । ଆପଣ ଯେତେବେଳେ ସକାଳେ ତୁଳସୀ ଗଛରେ ପାଣି ଦେଉଛନ୍ତି ସେହି ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କ ଘରକୁ ସୁଖ ଏବଂ ଶାନ୍ତି ଆସିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ।

ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଧିନି ଆଧି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ଵମ ନମସ୍ତେତୁ

ଏହି ଖାସ ମନ୍ତ୍ରକୁ ଯଦି ଆପଣ ପ୍ରତିଦିନ ତୁଳସୀ ଗଛରେ ପାଣି ଦେବା ସମୟରେ କେବଳ ଥରେ ମାତ୍ରା ଜପ କରନ୍ତି ତେବେ ଦେଖିବେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂରେଇ ଯିବ । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରକୁ ଧନର ଆଗମନ ହେବ । ଆପଣଙ୍କ ସବୁ ସମସ୍ୟା ଦୂର ହେବ, ସବୁ ଚିନ୍ତା ଦୁର ହେବ ।

ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଆପଣଙ୍କ ଜୀବନରେ ଖୁସି ଖେଳିଯିବ । ଆପଣଙ୍କ ସବୁ ଅଧା ରହିଥିବା କାମ ପୁରଣ ହେବ । ତେବେ ପ୍ରତିଦିନ ତୁଳସୀ ଗଛରେ ପାଣି ଦେବା ସମୟରେ ନିଶ୍ଚିନ୍ତ ଏହି ମନ୍ତ୍ର ଜପ କରନ୍ତୁ ଏବଂ ନିଜ ଜୀବନରେ ଖୁସି ଶାନ୍ତି ଫେରି ପାଆନ୍ତୁ ।

ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button