ଓଡିଶା

ଆଜି ପ୍ରବଳ ଛେଚିବ… ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ… ଆଉ ପ୍ରବଳ ଶୀତ ହେବ!

ବଦଳିଥିଲା ପାଗ ପୁଣି ଏବେ ବଦଳୁଛି ପାଗ । ହଁ ଦର୍ଶକ ବନ୍ଧୁ ଏବେ ସାରା ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳୁଥିବା ଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ପରିମାଣରେ ବର୍ଷା ହୋଇପାରେ । ଆଜି ରାଜ୍ୟର କିଛି ସ୍ଥାନରେ ଠାଏ ଠାଏ ବର୍ଷା ହୋଇପାରେ । ଆସନ୍ତା କାଲି ଠାରୁ ପାଗ ଶୁଖିଲା ହେବ । କିନ୍ତୁ ଆଜି ପାଗ କୋହଲା ରହିବ । ଶିତୁଆ ପବନ ବୋହିବ ।

ଆଉ ଏହା ସହ ସ୍ଥାନେ ସ୍ଥାନେ ତୁହା କୁ ତୁହା ବର୍ଷା ହେବ । ଗତ 24 ଘଣ୍ଟା ମଧ୍ୟରେ ରାଉରକେଲା ରେ 45, ନୂଆପଡା ରେ 44.8, ବରଗଡ ରେ 44.2, ବୌଦ୍ଧ ରେ 43.3, ଗୋପାଳପୁର ରେ 42, ହିରାକୁଦ ରେ 40.2, ସମ୍ବଲପୁର ରେ 37.5, ଭବାନିପାଟଣା ରେ 30.2, ଟିଟିଲାଗଡ ରେ 24.4, ସୁନ୍ଦରଗଡ ରେ 1.4, ରାଉରକେଲା ରେ 6 ଓ ଝାରସୁଗୁଡା ରେ 5 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗତ 24 ଘଣ୍ଟା ରେ ଏତିକି ପରିମାଣର ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ପୁଣି ବର୍ଷା ରହିଛି ।

କୋହଲା ପବନ ବହିବ । ଆକାଶ ମେଘାଛନ ରହିବ ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଠାରେ କହି ରଖୁଛୁ ଗତ 2 ଦିନର ଲଗାଣ ବର୍ଷା କାରଣରୁ ରାଜ୍ୟରେ ବ୍ୟାପକ କ୍ଷୟ କ୍ଷତି ଘଟିଛି । ବାତ୍ୟା ଆନ୍ଧ୍ର ରେ ସ୍ଥଳ ଭାଗ ଛୁଇଁ ଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶାରେ ଢେର ଅଧିକ ଦେଖା ଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ବାତ୍ୟା ପ୍ରଭାବରେ ।

ଉଜୁଡି ଯାଇଛି ଚାଷୀ ର ଚାଷ । କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଜିଲ୍ଲା ରେ ଧାନ ଚାଷ ସହ ମାଣ୍ଡିଆ ଓ କପା ଚାଷ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି । ଚାଷ ଜମିରେ ବ୍ୟାପକ କ୍ଷୟ କ୍ଷତି ହୋଇ ଥିବାରୁ କ୍ଷୟ କ୍ଷତି ର ଆକଳନ କରିବା ପାଇଁ ଆସନ୍ତା 12 ତାରିଖ ଯାଏଁ ସମୟ ଦିଆ ଯାଇଛି । ଆଉ 12 ତାରିଖ ସୁଧା ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳ ଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷା ଛାଡିବା ପରେ ମାଲକାନଗିରି ଜିଲ୍ଲା ସହ ଅନ୍ୟ ଜିଲ୍ଲା ଗୁଡିକରେ ସର୍ଭେ ଆରମ୍ଭ ହୋଇଛି । 33 ଶତକଡା ରୁ ଅଧିକ କ୍ଷୟ କ୍ଷତି ହୋଇଥିଲେ ତାହାକୁ ହିସାବ କୁ ନିଆଯିବ । ଆଉ ଏହାରି ମଧ୍ୟରେ ବଡ ଖବର ହେଉଛି ଆଜି ବି ବର୍ଷା ଅଛି । କାହିଁକି ନା ପାଗ ବଦଳିଲାଣି । ମେଘୁଆ ପାଗ ହେଲାଣି । ରାଜ୍ୟରେ ପୁଣି ଭୟ ବଢିବାରେ ଲାଗିଛି । ତେବେ ଯେଉଁ ଜିଲ୍ଲା ରେ ବର୍ଷା ହେବ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button