ମନୋରଞ୍ଜନ

ବର୍ଷା ଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଅନୁଭବ, କହିଲେ “ଲଢିବ ଯଦି ମୋ ସହ ଳଢ….”, ଭିଡିଓ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ ଆମେ ଏହି ଲେଖା ମାଧ୍ୟମରେ ଓଡିଆ ଫିଲ୍ମ କଳାକାର ଅନୁଭବ ମହାନ୍ତିଙ୍କ ଦ୍ଵାରା ଏକ ଦିଆଯାଇଥିବା ଟ୍ଵିଟକୁ ଆପଣଙ୍କ ଆଗରେ ରଖୁଛୁ । ସେ ବର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି କି ”ଛୋଟ ହେଲେ ବି ବହୁତ ଗୁରୁତ୍ଵ ପୂର୍ଣ୍ଣ କଥା କହିବାକୁ ମୁଁ ଏହି କଥା ଗୁଡିକ ଆପଣଙ୍କୁ କହୁଛି , ପୃଥିବୀରେ ଯିଏ ବି ହେଉନା କାହିଁକି ଯଦି ତାଙ୍କ ପ୍ରତି କେହି ଖରାପ ବ୍ୟବହାର କରେ କିମ୍ବା ଖରାପ ବ୍ୟବହାର ଦେଖାଏ ତେବେ ଏହା କେବେ ବି ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ସମାନ ଅଧିକାର ଦରକାର , ସମସ୍ତଙ୍କୁ ସମାନ ଅଧିକାର ମିଳିବାର ବି ହକ ଥାଏ ।

ଆମେ ଯଦି ଗୋଟିଏ ଲୋକକୁ ଆମ ଜୀବନରେ ବହୁତ ଭଲପାଉ ଆଉ ତାକୁ ଆମ ହୃଦୟରେ ବହୁତ ସୁନ୍ଦର ଜାଗାରେ ସାଇତିକି ରଖୁ , ତେବେ ତାଙ୍କର ସବୁ ସମୟରେ ଆମେ ତାଙ୍କ ପାଇଁ ଛିଡା ହୋଇଯାଉ । ତାଙ୍କର ସୁଖ ଦୁଃଖ ସବୁଥିରେ ଆମେ ତାଙ୍କ ସହ ଯୋଡି ହୋଇ ଯାଉ । ସେମିତି ମୋର ଗୋଟିଏ ବହୁତ ବଡ ପରିବାର ଅଛି ସେମାନେ ମୋର ଅଗଣିତ ଫ୍ୟାନ୍ସମାନେ ଆଉ ମୋର ଅଗଣିତ ସମର୍ଥକ ମାନେ , ସେମାନେ ହେଉଛନ୍ତି ମୋ ପାଇଁ ସବୁ କିଛି ।

ମୋ ପ୍ରତି ତାଙ୍କର ଯେତିକି ଭଲପାଇବା ଅଛି ତାଙ୍କ ପ୍ରତି ମୋର ତା ଠାରୁବି ଅଧିକ ଭଲପାଇବା ଅଛି । ତେବେ ବି ମୁଁ ଜାଣିଛି ଜୀବନରେ ଭଲ ମନ୍ଦ , ଅପ ଡାଉନ ସବୁ ଯାହା ବି ଆସେ ମୋ ଫାନ୍ସ ଓ ସମର୍ଥକ ମାନେ ସବୁବେଳେ ମୋ ସାଙ୍ଗରେ ଛିଡା ହୋଇଥାନ୍ତି , କେବେ ମତେ ହାତଛଡା କରି ନାହାନ୍ତି ବା କେବେ ବି ମତେ ଏକା କରି ନାହାନ୍ତି ।”

ସେ ଆହୁରି ମଧ୍ୟ କହିଛନ୍ତି କି “ଫାନ୍ସ ମାନେ ଆମ ପାଖେ ପହଞ୍ଚିବାକୁ ଏବେ ଶୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି , ନ ହେଲେ ନିଜକଥା ଆମ ପାଖେ ପହଞ୍ଚାଇବେ କେମିତି ବା ନିଜ କଥା ଜାହିର କରିବେ କେମିତି । ସେମିତି ମୁଁ ଆଜି ଶୋସିଆଲ ମିଡିଆର ସାହାଯ୍ୟ ନଉଛି ମୋ ମନର କଥା ମୋ ଫାନ୍ସ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ । ପିଲାଟି ବେଳରୁ ଆମେ ପୁଅ ବା ପୁରଷ ମାନଙ୍କୁ ଶିଖା ହୋଇଥାଏ ନାରୀ ମାନଙ୍କୁ ସମ୍ମାନ କରିବା , ମହିଳାଙ୍କୁ , ଝିଅଙ୍କୁ , ନାରୀଜାତିକୁ ଆମେ କେବେ ଆସମ୍ମାନ କରିବା ନାହିଁ ।

ତାଙ୍କୁ ସବୁବେଳେ ଉଚିତ ସମ୍ମାନ ଦେବା ମର୍ଯ୍ୟାଦା ଦେବା , କିନ୍ତୁ ମର୍ଯ୍ୟାଦା ଆଉ ସମ୍ମାନ ପାଇବା ସମସ୍ତଙ୍କର ଅଧିକାର ଥାଏ ଉଭୟ ପୁରୁଷ ଓ ନାରୀ । ଆପଣମାନେ ମୋ ଫାନ୍ସ ଓ ମୋର ସମର୍ଥକ ମାନେ ମୋତେ ନେତା ଓ ଅଭିନେତା ହିସାବରେ ବହୁତ ସ୍ନେହ, ଆଦର , ଭଲପାଇବା ଦେଇଛନ୍ତି । ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି କାହିଁକି ନା ମୁଁ ଜଣେ ଅଭିନେତା ଓ ନେତା ଦୁଇଟି ଯାକ ।

କିନ୍ତୁ ମୁଁ ଆଜି ମୋ ଫାନ୍ସ , ସପୋର୍ଟର ମାନଙ୍କ ପାଇଁ କିଛି କହୁଛି । ମୋର ପ୍ରଶଂସକ ମୋର ସମର୍ଥକ ସମସ୍ତଙ୍କ ପାଇଁ ମୁଁ କିଛି କହିବାକୁ ଯାଉଛି । ମତେ କ୍ଷତି ପହଞ୍ଚାଇବା ପାଇଁ କି ମତେ କଷ୍ଟ ଦେବାପାଇଁ ଯଦି ମୋର ଫାନ୍ସଙ୍କର ବ୍ୟବହାର କରାଯାଏ, ତାହାଲେ ମୁଁ ଏହାକୁ କେବେ ବି ଗ୍ରହଣ କରିପାରିବି ନାହିଁ ।’

ସେ ଆହୁରି ମଧ୍ୟ କହିଲେ କି ‘ଯାହାଙ୍କର ଲଢେଇ ମୋ ସହିତ ଅଛି ମୋ ସହ ଲଢନ୍ତୁ ମୋ ଫାନ୍ସ ମାନଙ୍କ ସହ ନୁହଁ । ଗୋଟିଏ ପରିବାରରେ ଯଦି ଗୋଟିଏ ଲୋକକୁ କଷ୍ଟ ଦିଆଯାଏ କି ଦୁଃଖ ଦିଆଯାଏ ତା ହେଲେ ପରିବାରର ପ୍ରତ୍ୟକଟି ସଦସ୍ୟକୁ କଷ୍ଟ ହୁଏ ଦୁଃଖ ଲାଗେ । ଆଉ ମୋର ଫାନ୍ସ ଓ ସମର୍ଥକ ହେଉଛନ୍ତି ମୋ ପରିବାର ମୁଁ ଏହା ଆଗରୁ ବି କହିଛି ଏବେ ବି କହୁଛି , ଶେଷ ନିଶ୍ଵାସ ପର୍ଯ୍ୟନ୍ତ କହିବି । ଯେଉଁ ମାନଙ୍କର ମୋ ସହିତ ଲଢିବାର ଅଛି , ମୋ ସହିତ ସାମ୍ନା କରିବାର ଅଛି ମୁଁ ପ୍ରସ୍ତୁତ ଅଛି , ଯେ କୌଣସି ଅସୁବିଧାର ସାମ୍ନା କରିବାକୁ ମୁଁ ଦମ ରଖୁଛି , କିନ୍ତୁ ମୋ ପରିବାରକୁ ମଝିକୁ ଆଣଲେ ଠିକ ନୁହଁ , ଏହା ମୋର ମୋର ବିନମ୍ର ଅନୁରୋଧ ।

ଏ ପର୍ଯନ୍ତ ମୁଁ ଚୁପ ଥିଲି ଆଉ ବୋଧେ ମୋ ଚୁପ ରହିବାଟିକୁ ମୋର କମ୍ଜୋରି ବୋଲି ଭାବି ନିଆ ଯାଉଛି , କିନ୍ତୁ ଯେତିକି ହେଲା ବହୁତ ହେଇଗଲା ଆଜ୍ଞା ଆଉ ଚୁପ ରହିବିନି , କିନ୍ତୁ ଏବେ ଆପଣ ମୋ ପରିବାର ଉପରେ ଆଙ୍ଗୁଠି ଉଠେଇବାକୁ ଆରମ୍ଭ କରିସାରିଲେଣି । ମୋ ଫାନ୍ସ ମାନେ ମୋ ପରିବାର କିନ୍ତୁ ସେମାନଙ୍କର କିଛି କ୍ଷତି ହେଲେ , ସେମାନଙ୍କୁ ଜାଣିଶୁଣି ଆଞ୍ଚ ଆଣିବାକୁ ଚେଷ୍ଟା କଲେ ମୁଁ କେବେ ବି ଚୁପ ରହିବିନି । ମୁଁ ମୋର ଫାନ୍ସ ମାନଙ୍କ ପାଇଁ ନିଶ୍ଚୟ ଠିଆ ହେବି ।

ମୋ ପରିବାର ମୋ ପାଇଁ ସବୁଠାରୁ ଉପରେ , ମୋ ବାପା ମା ମତେ ଏହା ହିଁ ଶିଖେଇ ବଡ କରିଛନ୍ତି । ମୋ ବାପା ମୋତେ କହିଛନ୍ତି ଭଲପାଇବା ଓ ସ୍ନେହ ଯେଉଁଠୁ ପାଇଥିବୁ ତାଙ୍କୁ କେବେ ଅସମ୍ମାନ କରିବୁନି । ତାଙ୍କ ପ୍ରତି ଯଦି କିଛି ବିପତ୍ତି ଆସେ ତେବେ କେବେ ତାଙ୍କ ହାତ ଛାଡ଼ିବୁନି । ତେଣୁ ମୁଁ ହାତ ଯୋଡି ଅନୁରୋଧ କରୁଛି ମୋ ପରିବାରକୁ ଅଯଥା ଏହା ଭିତରକୁ ଟାଣନ୍ତୁ ନାହିଁ , ମୋର ସେ ଶକ୍ତି ଅଛି ମୁଁ ସେହି ପରିସ୍ଥିତିକୁ ସାମନା କରି ପାରିବି ।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button