ଓଡିଶା

ବାତ୍ୟା ମିଗଜୋମ ଲ୍ୟାଣ୍ଡ ଫଳରେ ପବନ କମିବ ହେଲେ କମିବ ନାହିଁ ବର୍ଷା….ବର୍ଷା ଫଳରେ ଓଡ଼ିଶାରେ ବଢ଼ିଲା ଥଣ୍ଡା

ନମସ୍କାର ବନ୍ଧୁଗଣ । ବାତ୍ୟା ର ପ୍ରଭାବରେ ଅଦିନିଆ ବର୍ଷା ଆରମ୍ଭ ହୋଇଛି । ଆଉ ଅଦିନିଆ ବର୍ଷା କାରଣରୁ ଥଣ୍ଡା ମଧ୍ୟ ବଢି ଯାଇଛି । କାଲୁଆ କରି ଦେଲା ଓଡିଶାର ତାପମାତ୍ରା କୁ । ଦିନର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଗତ କାଲି ପ୍ରାୟତଃ 10 ସେଲସିୟସ ତାପମାତ୍ରା ଖସି ଯାଇଥିଲା । ଆଉ ସ୍ଥିତି ଏମିତି ହେଲା ଯେ ଶୀତ ଅଧିକ ବଢି ଯାଇଛି । ଏ ଯାଏଁ ରାଜ୍ୟରେ ଶୀତ ଅନୁଭୂତ ହୋଇ ନ ଥିଲା ।

ସାମାନ୍ଯ ଥଣ୍ଡା ପଡିଥିଲା । 2ରୁ 3 ଦିନ ବାତ୍ୟାର ପ୍ରଭାବରେ ରାଜ୍ୟର ପାଗ ପୁରା କୋହଲା ରହିଛି । ଦୁଇ ଦିନ ହେବ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଗତ କଳାଇ ଉପକୂଳରେ ମଧ୍ୟ ବର୍ଷା ହିଛି । ଆଉ ଏହି ବର୍ଷା ଦାଉରୁ ପଶ୍ଚିମ ଓଡିଶା ବି ବାଦ ପଡିନି । ସୂଚନା ଅନୁଯାୟୀ ଆଜି ଟିକେ ପବନ କମିପାରେ କିନ୍ତୁ ବର୍ଷା ଜୋର ରେ କାଚିବା । କୋହଲା ପାଗ ଅଦିନିଆ ବର୍ଷା କାରଣରୁ ହଠାତ ଦିନର ତାପମାତ୍ରା କମିଛି ।

ଗତ କାଇ ଦାରିଙ୍ଗବାଡି ରେ ଦିନର ସର୍ବୋଚ୍ଚ ତାପମାତ୍ରା 17 ଡିଗ୍ରୀ ସେଲସିୟସ ଥିବା ବେଳେ ସୁନ୍ଦଗଡ ରେ 20.5, ହିରାକୁଦ ରେ 21.1, ତାଳଚେର ରେ 23.6, ଗୋପାଳପୁର ରେ 21, ଭୁବନେଶ୍ଵର ରେ 23.6, କେନ୍ଦୁଝର ରେ 20.4, ଝାରସୁଗୁଡା ରେ 22, ରାଉରକେଲା ରେ 22.2, ବରଗଡ ରେ 22.6, ସମ୍ବଲପୁର ରେ 22.4 ଡିଗ୍ରୀ ସେଲସିୟସ ରେକର୍ଡ ହିଛି ।

ଦାରିଙ୍ଗବାଡି ର ଦିନର ତାପମାତ୍ରା ମଙ୍ଗଳବାର ତୁଳନାରେ 5 ଡିଗ୍ରୀ କମିଥିବା ବେଳେ ଭୁବନେଶ୍ଵର ମଧ୍ୟ ପାଖା ପାଖି 5 ଡିଗ୍ରୀ ଖସିଛି । ଏ ସବୁ ଭିତରେ କିନ୍ତୁ ଶୀତ ବଢିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଉମା ଶଙ୍କର ଦାସ ଙ୍କ କହିବା ଅନୁସାରେ ଭୂ-ପୃଷ୍ଠ ରେ ଯେତେ ଉପରକୁ ଉଠିବ କ୍ରମଶ ତାପମାତ୍ରା କମି ଚାଲିବ । ବାୟୁମଣ୍ଡଳ ରେ ଯେଉଁଠି ତାପମାତ୍ରା 0 ଡିଗ୍ରୀ ଥାଏ ତାହାକୁ 0 ଡିଗ୍ରୀ ଉଚ୍ଚତା ବୋଲି କୁହାଯାଏ ।

ଏହା ସାଧାରଣତଃ ଖରା ଦିନରେ ଭୂ-ପୃଷ୍ଠ ରୁ 14ରୁ 15 କିମି ଉପରକୁ ଉଠିଲେ ଓ ଶୀତ ଦିନରେ 9ରୁ 10 କିମି ଉଚ୍ଚ ରେ ଥାଏ । ବିଭିନ୍ନ ମଡେଲ ଅନୁସାରେ ରାଜ୍ୟରେ ଏବେ ବିଶେଷ ଶୀତ ପଡି ନାହିଁ । ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଉତ୍ତର ଦିଗରୁ ଶୀତଳ ପବନ ପ୍ରଭାବିତ ହେବ ଅନେଇ କିଛି ଲକ୍ଷଣ ଦେଖାଯାଇ ନାହିଁ । ଆଉ ଏହାରି ମଧ୍ୟରେ କୋହଲା ପାଗ କମିବ ଅର୍ଥାତ ଶୀତ କମିବ । କିନ୍ତୁ ବର୍ଷା ଲାଗି ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button