ଓଡିଶା

ଗ୍ରୀଷ୍ମ ପ୍ରବାହ ମୁକାବିଲା: ମାର୍ଗ ଦର୍ଶିକା ପାଳନ ସହ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ସ୍ଥିତି ଓ ମୁକାବିଲା  ନେଇ ଜିଲ୍ଲାପାଳଙ୍କ ସହ  ମୁଖ୍ୟ ଶାସନ ସଚିବଙ୍କ ବୈଠକ ।  ଚଳିତ ବର୍ଷ  ଗ୍ରୀଷ୍ମ ପ୍ରବାହର  ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଗତ ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଓ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା ।  ମୁଖ୍ୟ ଶାସନ ସଚିବ  କହିଥିଲେ ଯେ ଗ୍ରୀଷ୍ମ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳେ ନିୟମିତ ତଦାରଖ କରନ୍ତୁ ।  ବିଭିନ୍ନ ଜିଲ୍ଲାରେ ଜଳର ଉପଲବ୍ଧତା ବିଶେଷ କରି ପାନୀୟ ଜଳର ସ୍ଥିତି କିପରି ରହିଛି , ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଥିପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଜିଲ୍ଲାଓ୍ୱାରୀ ସମୀକ୍ଷା କରିଥିଲେ ।

ପଞ୍ଚାୟତ ସ୍ତରରୁ ନିୟମିତ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି । ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀମାନଙ୍କୁ  ପଂଚାୟତସ୍ତରରେ ଓ  ବ୍ଲକ ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ଗ୍ରୀଷ୍ଣ ପ୍ରବାହ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।    ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରହିଥିବା ମାର୍ଗଦର୍ଶିକା  ବା ଏସଓପିକୁ  କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଉନ୍ନୟନ  କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଂଜନ କୁମାର ସିଂ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button