ସ୍ୱାସ୍ଥ୍ୟ

ଓଜନ କମ୍ ଠୁ ନେଇ କ୍ୟାନ୍ସର ପର୍ଯ୍ୟନ୍ତ ସବୁ ରୋଗକୁ ମାତ୍ ଦେଇଥାଏ ଏହି ପରିବା

ସାଧାରଣତଃ ଲୋକମାନେ ଶରୀରର ଶକ୍ତି ବଢ଼ାଇବା ପାଇଁ ଆୟୁର୍ବେଦିକ ଓୌଷଧର ସାହାରା ନେଉଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଏକ ଏମିତି ପରିବା ରହିଛି, ଯାହାକୁ ଖାଇବା ଦ୍ବାରା ଶରୀରିକ ଶକ୍ତି ବହୁତ ମାତ୍ରାରେ ବଢ଼ିପାରେ। ସେହି ପରିବାର ନାମ ହେଉଛି କାଙ୍କଡ। ଏହାକୁ ଅନନେକ ସ୍ଥାନରେ ମିଠା କଲରା ମଧ୍ୟ କୁହାଯାଏ।

ଏହି ପରିବା ଭାରତରେ ମୌସୁମି ଦିନରେ ଅଧିକ ଦେଖିବାକୁ ମିଳିଥାଏ। ଏହାର ଫାଇଦାକୁ ଦେଖି ଏବେ ପୂରା ଦୁନିଆରେ କାଙ୍କଡ ଚାଷ କରୁଛନ୍ତି। ଭାରତର ପାହାଡି ଇଲାକାରେ ଏହି ପରିବାର ଚାଷ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଆୟୁର୍ବେଦରେ ମଧ୍ୟ କାଙ୍କଡର ଫାଇଦା ସମ୍ପର୍କରେ କୁହାଯାଇଛି।

ମିଠା କଲରା ନାମରେ ପରିଚିତ ଥିବା ଏହି ପରିବା କଲରା ଠାରୁ ମଧ୍ୟ ଅଧିକ ପୋଷକ ତତ୍ତ୍ବ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ

spiny gourdଓଜନ କମ୍ କରେ

କାଙ୍କଡ଼ରେ ଫାଇବରର ମାତ୍ରା ଅଧିକ ରହିଥାଏ। ଯେଉଁ କାରଣରୁ ଏହାକୁ ଖାଇବା ପରେ ଆପଣଙ୍କ ପେଟ ବହୁତ ସମୟ ପର‌୍ୟ୍ୟନ୍ତ ପେଟ ଭାରୀ ଭାରୀ ଲାଗିଥାଏ। ପେଟ ଭାରି ରହିଲେ ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାଠାରୁ ଦୂରେଇ ରହିଥାନ୍ତି। ଏହା ବ୍ୟତୀତ କାଙ୍କଡ଼ରେ କ୍ୟାଲୋରୀ ମଧ୍ୟ ବହୁତ କମ୍ ରହିଥାଏ। ଏଥିପାଇଁ ଆପଣଙ୍କ ଓଜନ କମ୍ କରିବା ପାଇଁ ଏହା ଔଷଧ ରୂପରେ କାର‌୍ୟ୍ୟ କରିଥାଏ।

କ୍ୟାନସରକୁ ନିୟନ୍ତ୍ରଣ କରେ

kontolaକାଙ୍କଡ଼ରେ ଲ୍ୟୁଟେନ୍ ନାମକ ଏକ କ୍ୟାନସର୍ ବିରୋଧୀ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ଆଖି ରୋଗ ଓ ହୃଦ୍ଘାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। କେବଳ ଏତିକି ନୁହେଁ, ଯଦି ଆପଣ କାଙ୍କଡ଼କୁ ନିଜ ନିୟମିତ ଖାଦ୍ୟରେ ସାମିଲ୍ କରିବେ, ତେବେ ଆପଣଙ୍କୁ ଭବିଷ୍ୟତରେ କ୍ୟାନସର୍ ରୋଗର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥିପାଇଁ ସପ୍ତାହକୁ ତିନିରୁ ଚାରିଥର କାଙ୍କଡ଼ ଖାଆନ୍ତୁ।

ଥଣ୍ଡା ଓ ଜ୍ୱରରୁ ରକ୍ଷା କରେ

ଯଦି ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କୁ ଥଣ୍ଡା ଜ୍ୱର ଲାଗି ରହୁଛି, ତେବେ କାଙ୍କଡ଼ ଆପଣଙ୍କ ପାଇଁ ଔଷଧ ଭାବରେ କାମ କରିଥାଏ। କାଙ୍କଡ଼ରେ ଆଣ୍ଟି-ଆଲର୍ଜିକ୍ ଗୁଣ ରହିଛି, ଯାହା ଥଣ୍ଡା, ଜର ଓ କାଶ ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

kankadaପାଚନ ତନ୍ତ୍ରକୁ ମଜଭୁତ୍ କରେ

କାଙ୍କଡ଼ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ମଜଭୁତ୍ ହୋଇଥାଏ। ଯଦି ଆପଣଙ୍କୁ କାଙ୍କଡ଼ରେ ତିଆରି ଖାଦ୍ୟ ପସନ୍ଦ ନୁହେଁ, ତେବେ ଆପଣ ଏହାର ଆଚାର ତିଆରି କରି ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର କୋଷ୍ଠକାଠିନ୍ୟ ଓ ହଜମ ନ ହେବା ସମସ୍ୟା ଜଲ୍ଦି ଭଲ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button