ଦେଶ ବିଦେଶ

ସରକାରୀ ସ୍କୁଲ ରେ ଶିକ୍ଷକଙ୍କୁ ଦିଆଗଲା ଅଟେଂଡେଂସ ଟ୍ୟାବଲେଟ, ଅନ କଲା ପରେ ଯାହା ଦେଖାଗଲା…

ଛତିଶଗଡ ରୁ ଏକ ଆଚମ୍ବିତ କରି ଦେଲା ଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସରକାରୀ ସ୍କୁଲର ଶିକ୍ଷକଙ୍କୁ ଦିଆ ଯାଇଥିଲା ଅଟେଂଡେଂସ ନେବା ପାଇଁ ଟୈବଲେଟ, କିନ୍ତୁ ଅନ କରୁ କରୁ ଖୋଲା ଥିଲା ପର୍ନ ୱେବସାଇଟ । କୁହାଯାଉଛି କି ସର୍ଗୁଜା ଏବଂ ଦୁର୍ଗ, ଜିଲ୍ଲାର ସ୍କୁଲ ଶିକ୍ଷକ ଅଭିଯୋଗ କରିଛନ୍ତି କି ଅଟେଂଡେଂସ ନେବାକୁ ଓ ସ୍କୁଲ ସମ୍ବନ୍ଧିତ ସୂଚନା ଅପଡେଟ କରିବାକୁ ଦିଆ ଯାଇଥିବା ଟୈବଲେଟ ସ୍କ୍ରୀନ ରେ ଅଶ୍ଳୀଳ ଫୋଟୋ ଦେଖା ଯାଉଛି ।

ଏହା ପାଇଁ ଶିକ୍ଷକଙ୍କୁ ବିଶେଷତଃ ମହିଳା ଶିକ୍ଷୟତ୍ରି ମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମସ୍ୟା ଆରମ୍ଭରୁ ହେଉଥିଲା କିନ୍ତୁ ଲଜ୍ୟା କାରଣରୁ କେହି ଏହି ବିଷୟରେ ଅଭିଯୋଗ କରୁ ନ ଥିଲେ । କିନ୍ତୁ ଏବେ କିଛି ଶିକ୍ଷକ ମାନେ ସଙ୍କୋଚ ଛାଡି ଏହାର ଅଭିଯୋଗ କରିଛନ୍ତି ।

ଏହି ଟୈବଲେଟ ସ୍କୁଲ ର ସମସ୍ତ କାର୍ଯ୍ୟକୁ ଅପଡେଟ କରିବା ପାଇଁ ଦିଆ ଯାଇଥିଲା କିନ୍ତୁ ସେଥିରେ କୌଣସି ବାୟରସ ଆସି ଯାଇଥିବାରୁ ତାକୁ ଯେତେ ବଳେ ଖୋଲା ଯାଉଛି ପ୍ରଥମେ ଅଶ୍ଳୀଳ ଫୋଟୋ ଦେଖିବାକୁ ମିଳୁଛି । ଜଣେ ଅଧିକାରୀ କହିଛନ୍ତି ଏହି ସମସ୍ୟା ର ସମାଧାନ କରା ଯାଉଛି ।

ଏହି ସମସ୍ୟା ରେ ଚିନ୍ତା ବ୍ୟକ୍ତ କରି ରାଜ୍ୟ ଶାସନ ଏହା ଉପରେ ତତ୍କାଳ ପଦକ୍ଷେପ ନେବା ପାଇଁ ଅଗ୍ରହ ଦେଖାଇ ଛନ୍ତି । ଶିକ୍ଷକ ଶିକ୍ଷୟତ୍ରି ମାନେ ଯେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କାର ଦେବା କଥା ସେଠି ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button