ମନୋରଞ୍ଜନ

ଘରେ ଏପରି ପ୍ରସ୍ତୁତ କରନ୍ତୁ ଏକଦମ୍‌ ବଜାର ଭଳି ଆଳୁ ଚାଟ୍‌, ସ୍ୱାଦ ଏକଦମ୍‌ ଖାସ୍‌

ଏବେର ସମୟରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଘର ତିଆରି ଖାଦ୍ୟ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡିଶାବାସୀଙ୍କ ପସନ୍ଦ ଟେଷ୍ଟୀ ଆଳୁ ଚାଟ୍‌ ରେସିପି। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଚଟଣୀ ବନାଇବା ପାଇଁ ସାମଗ୍ରୀ : ୧ କପ୍‌ ଧନିଆ ପତ୍ର, ଗୋଟେ କଞ୍ଚା ଲଙ୍କା, ୧/୨ ଟେବୁଲ ଚାମଚ କଳା ଲୁଣ, ୧/୨ ଲେମ୍ବୁ ରସ

ଚାଟ ବନାଇବା ପାଇଁ ସାମଗ୍ରୀ : ୩ଟି ସିଝା ଆଳୁ, ଗୋଟେ ଚିମୁଟା କଳା ଲୁଣ, ଚିମୁଟାଏ ଗୋଲ ମରୀଚ, ଅଳ୍ପ ଜିରା ପାଉଡର, ୧/୨ ଚାମଚ ଚାଟ୍‌ ମସଲା, ୧/୨ ଲାଲ ଲଙ୍କା ପାଉଡର, ଗୋଟେ ପିଆଜ, ୧/୨ ଲେମ୍ବୁ ରସ, ଗୋଟେ ଚାମଚ ତେନ୍ତୁଳୀ ରସ

ଚଟଣୀ କେମିତି ପ୍ରସ୍ତୁତ

ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଧନିଆ ପତ୍ର ନିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା ଏବଂ କଳା ଲୁଣ ବା ବିଟ୍‌ ଲୁଣ ପକାନ୍ତୁ। ସବୁ ସାମଗ୍ରୀକୁ ଏକା ସାଥିରେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପ୍ରସ୍ତୁତ ହୋଇଥିବା ଚଟଣୀରେ ଖଟ୍ଟା ସ୍ୱାଦ ପାଇଁ ଲେମ୍ବୁ ରସ ପକାନ୍ତୁ। ଏହାପରେ ଭଲଭାବେ ଗୋଳାଇ ଦିଅନ୍ତୁ।

ଚାଟ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ସର୍ବପ୍ରଥମେ ସିଝା ଆଳୁକୁ କାଟି ଗରମ ତେଲରେ ଭାଜି ଦିଅନ୍ତୁ। ଆଳୁକୁ ଗୋଲଡେନ ବ୍ରାଉନ୍‌ ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଏବେ ଆଳୁକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ଏଥିରେ କଳା ଲୁଣ, ଗୋଲ ମରୀଚ, ଜିରା ପାଉଡର, ଚାଟ ମସଲା ଏବଂ ଲାଲ ଲଙ୍କା ପାଉଡର ପକାନ୍ତୁ। ଏହା ଉପରେ କଟା ପିଆଜ ଏବଂ ଲେମ୍ବୁ ରସ ପକାଇ ଦିଅନ୍ତୁ। ଏଥିରେ ଏବେ ତେନ୍ତୁଳୀ ଚଟଣୀ ଏବଂ ପ୍ରସ୍ତୁତ କରି ରଖିଥିବା ଚଟଣୀ ପକାନ୍ତୁ। ଏହି ସବୁ ଜିନିଷକୁ ଆଳୁ ସହିତ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଚାଟକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ପିଆଜ ଏବଂ ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ ଗରମା ଗରମ ଚାଟ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button