ଓଡିଶା

ଶାଢି କହୁଛି ପରମ୍ପରାର କଥା. ବାନ୍ଧଶିଳ୍ପୀ ଟିକାୟତଙ୍କ ‘ପୁରା ଉଆଁସ’ ଶାଢି

ବୀରମହାରାଜପୁର: ସୋମବାର ଥିଲା ସପ୍ତପୁରୀ ଅମାବାସ୍ୟା। ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ଏହିଦିନ ପାଳିତ ହୋଇଥିଲା ପାରମ୍ପରିକ ‘ପୁରା ଉଆଁସ’ ପର୍ବ। ପରୋକ୍ଷ ଭାବରେ ଛୋଟ ଶିଶୁମାନଙ୍କୁ ବାଲ୍ୟକାଳରୁ ଘରକରଣା ବିଷୟରେ ଶିକ୍ଷା ଦିଆଯାଉଥିବା ଏହି ପର୍ବରେ ଛୋଟ ଛୋଟ ବାଳକ ମାନେ ମାଟି ଓ କାଠରେ ତିଆରି ହାତୀ, ଘୋଡ଼ା, ମାଙ୍କଡ ଆଦି ଗାଁ ଦାଣ୍ଡରେ ଟାଣୁ ଥିବାବେଳେ ବାଳିକାମାନେ କୁଣ୍ଢି କାଞ୍ଚିର ଖେଳ ଖେଳିବା ସହ ସେମାନଙ୍କୁ ବନ୍ଦାପନା କରିବାର ପରମ୍ପରା ରହିଆସିଛି।

ଏହାଦ୍ୱାରା ବାଳିକାମାନେ ବଡହେଲେ ପରିବାର ଚଳାଇବାର କଳା ଶିଖିଥାନ୍ତି। ସେହିଭଳି ପୁଅମାନେ ଘୋଡା, ହାତୀ ଟଣାରୁ ବୀରତ୍ବ ଓ ସୁରକ୍ଷା କଥା ଶିକ୍ଷା କରିଥାନ୍ତି। ତେବେ କ୍ରମଶଃ ଲୁପ୍ତ ହେବାକୁ ବସିଥିବା ଏହି ପାରମ୍ପାରିକ ପର୍ବକୁ ଶାଢିରେ ରୂପ ଦେଇଛନ୍ତି ଜଣେ ଯୁବ ବାନ୍ଧଶିଳ୍ପୀ ଟିକାୟତ ମେହେର। ସେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହନୁମାନପାଲି ଗ୍ରାମର ବାସିନ୍ଦା।

 

ସୁକ୍ଷ୍ମ ପାଟ ସୁତାରେ ପ୍ରସ୍ତୁତ ହୋଇଥିବା ଏହି ଶାଢିରେ ‘ପୁରା ଉଆଁସ’ ବୋଲି ଲେଖା ଥାଇ ଏହି ସମୟରେ ପିଲାମାନେ ଖେଳୁଥିବା କୁଂଢି, କାଂଚି, ହାତୀ, ଘୋଡା ଆଦି ସବୁ କିଛିର ଛାପ ରହିଛି। ଏହି ଶାଢୀଟିକୁ ପ୍ରସ୍ତୁତ ରକିବାକୁ ଦୁଇମାସ ସମୟ ଲାଗି ଥିବାବେଳେ ପୁରା ପରିବାର ଏଥିରେ ସହଯୋଗ କରିଥିବା ସେ କହିଛନ୍ତି। ଟିକାୟତ ଏହା ପୂର୍ବରୁ ବିଭିନ୍ନ ଭାଷାରେ ‘ଜୁହାର’ ଶବ୍ଦ ଲେଖାଥିବା ‘ଜୁହାର ସିଲ୍କ ଶାଢି’ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଶାଢି ପାଇଁ ସେ ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button