କ’ଣ ଆପଣ ମଧ୍ୟ ଗୋରା ଏବଂ ସୁସ୍ଥ ଛୁଆ ଚାହୁଁଛନ୍ତି , ତେବେ ରଖନ୍ତୁ ଏହି ଜିନିଷ ଉପରେ ଧ୍ୟାନ

ସାଧାରଣତଃ ନବଜାତ ପିଲାର ରଙ୍ଗ ଏବଂ ରୁପ ମା’ବାପାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଗର୍ଭଧାରଣ ସମୟରେ କିଛି ନିର୍ଦ୍ଦିଷ୍ଟ ଜିନିଷ ଉପରେ ଧ୍ୟାନ ଦେଲେ ଆପଣଙ୍କ ଛୁଆ ସୁନ୍ଦର ଏବଂ ହ୍ରୁଷ୍ଟପ୍ରୁଷ୍ଟ ହୋଇଥାଏ। ଏଥିପାଇଁ ଗର୍ଭଧାରଣ ସମୟରେ ମହିଳାଙ୍କୁ କିଛି ଖାସ ବ୍ୟଞ୍ଜନର ସେବନ କରିବାକୁ ପଡିଥାଏ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।
-ଗର୍ଭବତୀ ମହିଳାଙ୍କୁ କମଳାର ସେବନ ଖୁବ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ପିଲାଙ୍କ ରଙ୍ଗ ଗୋରା କରିବାରେ ସହାୟକ ହୋଇଥାଏ।

-ଗର୍ଭଧାରଣ ସମୟରେ କଞ୍ଚା ନଡିଆର ସେବନ ଖୁବ ଲାଭଦାୟକ। ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ। ଯାହା ପେଟରେ ବଢ଼ୁଥିବା ଛୁଆର କେଶ ଏବଂ ଚର୍ମ ପ୍ରତି ଖୁବ ଭଲ ରହିଥାଏ। ଖାଲି କଞ୍ଚା ନଡିଆ ନୁହଁ ତାହା ସହ ମିଶ୍ରୀର ସେବନ ମଧ୍ୟ ଛୁଆ ପାଇଁ ଖୁବ ଭଲ ରହିଥାଏ।
-ଦୈନିକ କଳା ଅଙ୍ଗୁର ଜୁସ ଅଥବା ଖାଲି ସେବନ ଛୁଆ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଛୁଆର ନଖ ସୁନ୍ଦର ହେବା ସହ ତାକୁ ବିଭିନ୍ନ ପ୍ରାକାରର ରୋଗରୁ ବଞ୍ଚାଇଥାଏ।



