ସ୍ୱାସ୍ଥ୍ୟ

ସିଗାରେଟ ଓ ଗୁଟୁଖା ଖାଇବା ଦ୍ବାରା ହୋଇଯାଇଛି ଦାନ୍ତ ଖରାପ, ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନେ ସିଗାରେଟ ଏବଂ ଗୁଟୁଖା ସେବନ କରିଥାନ୍ତି। କିନ୍ତୁ ଏହା ସେବନ କରିବା ଦ୍ବାରା କେବଳ ଶରୀର ଉପରେ ଖରାପ ପଡ଼ିନଥାଏ ବରଂ ଦାନ୍ତ ମଧ୍ୟ କଳା ପଡ଼ିଯାଇଥାଏ। ଦାନ୍ତରେ ଏହି ଦାଗ ଦେଖବା ପରେ ଖରାପ ଲାଗିଥାଏ କିନ୍ତୁ ଏହି ଦାଗ ଲିଭାଇବା ମଧ୍ୟ ସହଜ ହୋଇନଥାଏ। ଏହା ଦ୍ବାରା ଆପଣଙ୍କୁ ଲୋକମାନଙ୍କ ସାମ୍ନାରେ ଲଜିତ ହେବାକୁ ପଡିଥାଏ। ତେବେ ଜାଣନ୍ତୁ ଘରେ ବସି ମଧ୍ୟ କିପରି ଦାନ୍ତକୁ ଧଳା କରିବା ସହ ପୂର୍ବ ପରି ଦେଖିପାରିବେ।

teeth-ପ୍ରଥମେ ଦିନରେ ଦୁଇଥର ଭଲ ଭାବେ ବ୍ରସ୍ କରନ୍ତୁ। ଏଥିସହ ଦିନରେ ଥରେ ମାଉଥ୍ ୱାଶ କରିବା ଉଚିତ। ଏପରି କରିାବ ଦ୍ବାରା ଦାନ୍ତରେ ଜମି ଥିବା ମଇଳା ଧୀରେ ଧୀରେ ସଫା ହେବାକୁ ଲାଗିଥାଏ।

-ହଳଦୀରେ ସୋରିଷ ତେଲ ଏବଂ ଲୁଣ ମିଶାଇ ବ୍ରସ୍ କରିବା ଦ୍ବାରା ହଳଦିଆ ଦେଖାଯାଉଥିବା ଦାନ୍ତ ସଫା ହୋଇଥାଏ ଏବଂ ଦାନ୍ତ ମଜଭୁତ ମଧ୍ୟ ହୋଇଥାଏ।

Teeth Whitening-ବେକିଙ୍ଗ ସୋଡା ମଧ୍ୟ ହଳଦିଆ ପଡିଯାଇଥିବା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ। ବ୍ରସ୍ କରିବା ପରେ ଅଳ୍ପ କିଛି ବେକିଙ୍ଗ ସୋଡା ନେଇ ଦାନ୍ତରେ ଘଷିବା ଦ୍ବାରା ଦାନ୍ତ ସଫା ହୋଇଥାଏ।

-ଏହା ବ୍ୟତୀତ କଞ୍ଚା ଫଳ ବା ପନିପରିବା ଶରୀର ସହ ଦାନ୍ତ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଏକ କଞ୍ଚା ଗାଜର ଚୋବାଇ ଖାଆନ୍ତୁ। ଏହା ଆପଣଙ୍କ ଦାନ୍ତ ସଫା କରିବାରେ ସାହାଯ୍ୟ କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button