ସ୍ୱାସ୍ଥ୍ୟ

ଗର୍ଭଧାରଣ ସମୟରେ ଆଚାର ଖାଇବା ମହିଳାଙ୍କ ପାଇଁ କେତେ ଲାଭଦାୟକ, ଜାଣନ୍ତୁ

ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଯାହାର ସିଧା ପ୍ରଭାବ ତାଙ୍କ ଖାଦ୍ୟପେୟରୁ ଆରମ୍ଭ କରି ମୁଡ୍ ଉପରେ ପଡ଼ିଥାଏ। ସାଧାରଣତଃ ଦେଖାଯାଏ କି, ଏହି ସମୟରେ ମହିଳାମାନେ କିଛି ଖଟା, ଚଟପଟା କିମ୍ବା ଆଚାର ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ତେବେ ଗର୍ଭବତୀମାନଙ୍କୁ ଆଚାର ଖାଇବା ଦରକାର କି ନାହିଁ, ଆସନ୍ତୁ ଜାଣିବା।

କ’ଣ ରହିଛି ଲାଭ

-ଆଚାର ଖାଇବା ସମୟରେ ଗର୍ଭବତୀ ମହିଳାଙ୍କୁ ଧ୍ୟାନ ଦେବାକୁ ପଡ଼ିବ କି, ଯେପରି ଏହାର ମାତ୍ରା ଅଧିକ ହୋଇ ନ ଯାଏ। କଞ୍ଚା ଆମ୍ବ, ଅଁଳା ଓ ଗାଜରରେ ପ୍ରସ୍ତୁତ ଆଚାରରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ଏବଂ କେତେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି। ଏହି ସବୁ ପ୍ରୋଟିନ୍ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
-ଆଚାରରେ କିଛି ବ୍ୟାକ୍ଟେରିଆ ଥାଆନ୍ତି, ଯାହାକି ଗର୍ଭବତୀଙ୍କ ଖାଦ୍ୟନଳୀ ନିମ୍ନଭାଗରେ ପହଞ୍ଚି ଗୁଡ୍ ବ୍ୟାକ୍ଟେରିଆଙ୍କ ବ୍ଦ୍ଧିରେ ସହାୟକ ହୋଇଥାଆନ୍ତି। ଏହାଦ୍ବାରା ମହିଳାଙ୍କୁ ପାଚନ କ୍ରିୟା ସହ ଜଡ଼ିତ ସମସ୍ୟାରୁ ମୁକ୍ତି ମିଳିଥାଏ।
-ଗର୍ଭରେ ବଢ଼ୁଥିବା ଶିଶୁର ଉତ୍ତମ ବିକାଶ ସହିତ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପାଇଁ ଶରୀରରେ ପୋଟାସିୟମ୍, ସୋଡିୟମ୍ ଏବଂ ଖଣିଜ ତତ୍ତ୍ବର ବାଲାନ୍ସ ରହିବା ନିହାତି ଜରୁରୀ। ତେବେ ଆଚାର ଖାଇବା ଦ୍ବାରା ଶରୀରରେ ଏ ସବୁର ବାଲାନ୍ସ ରହିବାରେ ସାହାଯ୍ୟ ମିଳିଥାଏ।

pra22

କ’ଣ ହୋଇପାରେ କ୍ଷତି

– ବ୍ଲଡ୍ ପ୍ରେସର: ଆଚାରରେ ସୋଡିୟମର ମାତ୍ରା ଅଧିକ ରହିଥିବାରୁ ଗର୍ଭବତୀଙ୍କୁ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇପାରେ। ଏହା ମା’ ସହିତ ଗର୍ଭରେ ବଢ଼ୁଥିବା ସନ୍ତାନ ପାଇଁ କ୍ଷତି ପହଞ୍ଚାଇପାରେ।
-ଏସିଡିଟି ବା ଗ୍ୟାସ୍: ଆଚାର ଅଧିକ ଖାଆନ୍ତୁ ନାହିଁ। ଏହା ଅଧିକ ଖାଇବା ଦ୍ବାରା ଏସିଡିଟି, ଛାତି ଜଳାପୋଡ଼ା ହେବାର ସମ୍ଭାବନା ଥାଏ।
-ଗୋଡ଼, ହାତ ଫୁଲିଯିବା: ଶରୀରରେ ପାଣିର ମାତ୍ରା କମ୍ ହେବା କାରଣରୁ ଗୋଡ଼, ହାତ ଫୁଲିଯିବାର ସମସ୍ୟା ଦେଖାଦେଇଥାଏ। ଆଚାର ଅଧିକ ଖାଇବା ଦ୍ବାରା ଶରୀରରେ ସୋଡିୟମ୍ ମାତ୍ରା ଅଧିକ ହେବାରେ ଲାଗିଥାଏ, ଯାହାଫଳରେ ଗର୍ଭବତୀଙ୍କୁ ଏଭଳି ସମସ୍ୟା ଅନୁଭବ ହୋଇଥାଏ।

pre333

ଏହି କଥାକୁ ଧ୍ୟାନ ଦିଅନ୍ତୁ

-ଡିହାଇଡ୍ରେଶନରୁ ମୁକ୍ତି ପାଇଁ ଗର୍ଭବତୀ ମହିଳା ଆଚାର ସହିତ ପାଣି ମଧ୍ୟ ଭରପୂର ମାତ୍ରାରେ ପିଇବା ଦରକାର।
-ବଜାରରେ ମିଳୁଥିବା ଆଚାର ପରିବର୍ତ୍ତେ ଘର ତିଆରି ଆଚାର ଖାଇବା ଉଚିତ।
-ଯେଉଁ ଗର୍ଭବତୀଙ୍କୁ ଗ୍ୟାସ୍ ସମସ୍ୟା ଅଧିକ ରହିଥାଏ, ତାଙ୍କୁ ଆଚାର ସେବନଠାରୁ ଦୂରେଇ ରଖିବା ଉଚିତ।
-ଆଚାର ଖାଇବା ଦ୍ବାରା ଯଦି ଆପଣଙ୍କୁ କିଛି ଏଲର୍ଜି, ଗଳା ସମସ୍ୟା ଦେଖାଦେଇଥାଏ, ତା’ହେଲେ କଦାପି ଏହା ଖାଆନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button