ମନୋରଞ୍ଜନ

Amaal Mallik: ଫିଲ୍ମ ମ୍ୟୁଜିକ୍‌ରୁ ବ୍ରେକ୍ ନେଲେ ଅମାଲ୍ ମଲିକ୍‌, ଫ୍ୟାନ୍ସଙ୍କ ବଢିଲା ଚିନ୍ତା

ବଲିଉଡ୍‌ର ସଙ୍ଗୀତ ଜଗତରୁ ଆସିଛି ଏକ ବଡ଼ ଖବର। ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର ଓ ସିଙ୍ଗର ଅମାଲ୍ ମଲିକ୍ ଫିଲ୍ମ ମ୍ୟୁଜିକ୍‌ରୁ କିଛି ସମୟ ପାଇଁ ବ୍ରେକ୍ ନେବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ୨୭ ତାରିଖରେ ଏକ ଲମ୍ବା ନୋଟ୍ ସେୟାର କରି ଅମାଲ୍ ନିଜର ଏହି ନିଷ୍ପତ୍ତି ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ।

ଯେତେବେଳେ ତାଙ୍କର ନୂଆ ଗୀତ ‘ୟେ ଆୱାରାପାନ’ ଚର୍ଚ୍ଚାରେ ରହିଛି ସେହି ସମୟରେ ଅମାଲ୍ ମଲିକ୍ ଏଭଳି ଏକ ସମୟରେ ଏହି ଘୋଷଣା କରିଛନ୍ତି । ଇମରାନ ହାସମୀଙ୍କ ଫିଲ୍ମ ‘ଆୱାରାପାନ ୨’ ସହ ଜଡ଼ିତ ଏହି ଗୀତ ଅମାଲଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ତେବେ ଏହି ସମୟରେ ଅମାଲଙ୍କ ବ୍ରେକ୍ ଘୋଷଣା ତାଙ୍କ ଫ୍ୟାନ୍‌ମାନଙ୍କୁ ଚିନ୍ତିତ କରିଦେଇଛି । ନିଜ ପୋଷ୍ଟରେ ଅମାଲ୍ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି, କିନ୍ତୁ ଏବେ ନିଜ ପାଇଁ, ନିଜ ହୃଦୟ ଓ ସ୍ୱାସ୍ଥ୍ୟ ପାଇଁ ଯାହା ଭଲ, ସେହି କାମ କରିବାକୁ ଚାହୁଁଛନ୍ତି । ସେ ନିଜର ସ୍ବାସ୍ଥ୍ୟକୁ ସୁସ୍ଥ କରିବା ପାଇଁ ତାଙ୍କୁ କିଛି ସମୟର ବିରତି ଆବଶ୍ୟକ ବୋଲି କହିଛନ୍ତି । ଏହା ସହିତ ସେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଆଉ ଚାପ ନଦେବାକୁ ଅନୁରୋଧ କରିଛନ୍ତି ।

ଅମାଲଙ୍କ ଏହି ପୋଷ୍ଟ ପରେ ଆଉ ଏକ ଜିନିଷ ପ୍ରଶଂସକଙ୍କ ନଜରକୁ ଆସିଛି । ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ହସ୍ପିଟାଲ୍ ବେଡ୍‌ରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଅମାଲ୍ ଆହୁରି କହିଛନ୍ତି ଯେ ସଙ୍ଗୀତରୁ ସିନେମା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ତାଙ୍କୁ ବହୁତ ଦୂର ନେଇଛି । କିନ୍ତୁ ଏବେ ସେ ପୁଣି ନିଜ ସଙ୍ଗୀତ ପାଖକୁ ଫେରିବାକୁ ଚାହୁଁଛନ୍ତି । କିଛି ସମୟ ପାଇଁ ସେ ଲାଇମ୍‌ଲାଇଟ୍‌ରୁ ଦୂରେ ରହି ନିଜ ଉପରେ ଧ୍ୟାନ ଦେବେ । ସେ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ସେ ଫେରିବେ। ଏବଂ ଫେରିବା ପରେ ନିଜ ପ୍ରିୟ ପ୍ରଶଂସକମାନଙ୍କ ପାଇଁ ଆହୁରି ଅନେକ ସୁନ୍ଦର ସଙ୍ଗୀତ ନେଇ ଆସିବେ।

ଅମାଲ୍ ମଲିକ୍‌ଙ୍କ ଏହି ନିଷ୍ପତ୍ତି ତାଙ୍କ ଫ୍ୟାନ୍‌ମାନଙ୍କୁ ନିଶ୍ଚିତ ଭାବେ ନିରାଶ କରିଛି। କିନ୍ତୁ ଏହି ସମୟରେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛନ୍ତି ଏବଂ ଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

ତେବେ ଅମାଲ୍ ମଲିକ୍ କେବେ ପୁଣି ଫିଲ୍ମ ମ୍ୟୁଜିକ୍‌କୁ ଫେରିବେ, ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାଙ୍କ ଗୋଟିଏ କଥା ଫ୍ୟାନ୍‌ମାନଙ୍କୁ ଆଶା ଦେଇଛି ଯେ ସେ ଫେରିବେ ଏବଂ ସଙ୍ଗୀତ ସହିତ ଫେରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button