ମନୋରଞ୍ଜନ

ଆଜିର ଏହି ଖାସ୍‌ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ମିଠା ଖେଚୁଡି

ଆଜି ସରସ୍ୱତୀ ପୂଜା ପର୍ବ ପ୍ରତ୍ୟେକ ସ୍ଥାନରେ ଖବୁ ଧୂମଧାମର ସହ ପାଳନ କରାଯାଉଛି। ଏହି ଅବସରରେ ଆଜି ଆପଣ ଘରେ ମିଠା ହଳଦିଆ ରଙ୍ଗର ଚାଉଳ ପ୍ରସ୍ତୁତ କରନ୍ତୁ। ଯେପରି ନିଜ ଘର ପରିବାର ସଦସ୍ୟଙ୍କ ସହ ମିଶି ଏହି ସ୍ୱାଦିଟେ ଖାଦ୍ୟର ମଜା ଉଠାଇପାରିବେ।

ଆବଶ୍ୟକୀୟ ସାମଗ୍ରୀ:

ବାସୁମତି ଚାଉଳ- ୨କପ୍‌

କେସର-୧/୨ କପ୍‌

ଚିନି- ୩କପ୍‌

କାଜୁ- ୧୪ ରୁ ୧୫ଟି

ନଡିଆ- ୧/୨ଟି

rice-ବାଦାମ- ୧୦ଟି

କିସମିସ୍‌- ୮ରୁ ୧୦ଟି

ଅଳେଇଚ- ୫ ରୁ ୬ଟି

ଲବଙ୍ଗ- ୪ ରୁ ୫ଟି

ଘିଅ- ୨ ଟେବୁଲସ୍ପୁନ୍‌

ପାଣି- ୩କପ୍‌

ଗୁରୁରାତି- ୩ଟି

ପ୍ରସ୍ତୁତି ପ୍ରଣାଳୀ:

riceସର୍ବପ୍ରଥମେ କ୍ଷୀରରେ କେସର ମିଶାଇ ଅଲଗା ରଖିଦିଅନ୍ତୁ। ଏବେ ଚାଉଳକୁ ଭଲଭାବେ ଧୋଇ ୧ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିଦିଅନ୍ତୁ। ୧ଘଣ୍ଟା ପରେ ଚାଉଳକୁ ପାଣିରୁ କାଢି ଏକ ପ୍ଲେଟରେ ଖେଳାଇ ରଖିଦିଅନ୍ତୁ। ଏବେ ପ୍ରେସରକୁକରରେ ଚାଉଳ, ପାଣି, କେସର କ୍ଷୀର, ଘିଅ ଏବଂ ଚିନି ପକାଇ ୨ଟି ସିଟି ଆସିବା ପର୍ଯ୍ୟନ୍ତ ବସାନ୍ତୁ। ଏହାପରେ ଗ୍ୟାସକୁ ମିଡିୟମ୍‌ ଆଞ୍ଚରେ ରଖି କଡେଇ ଗରମ ହେବା ପରେ ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଲବଙ୍ଗ, କାଜୁ, ବାଦାମ, ଅଳେଇଚ ପାଉଡରଏବଂ ନଡିଆ ପକାଇ ମଧ୍ୟରେ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ହୋଇଯାଇଥିବା ଚାଉଳ, କିସମିସ୍‌ ଏବଂ ଗୁଜୁରାତି ପକାଇ ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏହାକୁ ଅଳ୍ପ ସମୟ କମ ଆଞ୍ଚରେ ରଖିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ୧ ରୁ ୨ ମିନିଟ୍‌ ପର୍ଯ୍ୟନ୍ତ କଡେଇ ଉପରୁ ଥାଳି କାଢନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button