ଦେଶ ବିଦେଶ

ଏମିତି 6 ଟି ଜାଗା ଯାହା ଉପରେ କେହି ବିଶ୍ଵାସ କରି ପାରନ୍ତି ନାହିଁ, ଆପଣ ବି ଦେଖିଲେ କହିବେ ଏହା କେମିତି ସମ୍ଭବ, ଦେଖନ୍ତୁ

ଦୁନିଆରେ ବହୁତ କିଛି ଅଜୁବା ଦେଖିବାକୁ ମିଳିଥାଏ ଯେମିତ କି ତାଜମହଲ ହେଉ ବା ଭିକ୍ଟୋରିଆ ପାର୍କ ଓ ପ୍ରତ୍ୟେକ ବ୍ୟକ୍ତି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୁଏ । କିନ୍ତୁ ଏହି ଦୁନିଆରେ ଆଉ କିଛି ଏମିତି ଜାଗା ଅଛି ଯିଏ ଏହି ଅଜୁବାଙ୍କୁ ଟକ୍କର ଦେଇଥାଏ ଓ ବିଜ୍ଞାନ ଏହାକୁ ସତ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ । ଆଜ୍ଞା ହଁ, ଏମିତି ଜାଗା ଯିଏ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ।

୧. ଡେଭିଲ୍ସ କେଟିଲ (devil’s kettle)

ଦେଖିବାକୁ ଏହା ଏକ ସାଧାରଣ ଝରଣା ଲାଗିଥାଏ । ମିନିଶୋଠା ରେ ବହୁଥିବା ପୃଲ ନଦୀ ଗୋଟିଏ ଜାଗାରେ ଆସି ଏହା ଦୁଇ ଭାଗ ହୋଇଯାଏ । ଏହି ନଦୀର ଗୋଟିଏ ଧାରା ତ ଆଗକୁ ଯାଇ ପୁଣି ନଦୀରେ ମିଶିଯାଏ ଓ ଦ୍ଵିତୀୟ ଧାରା କୁଆଡେ ଯାଏ ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାଁନ୍ତି । ବୈଜ୍ଞାନିକ ମାନନ୍ତି କି କେଉଁଠି ତ ଯାଇଁ ଏହା ମିଶୁଥିବ କିନ୍ତୁ କେଉଁଠି ଏହା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି ।

୨. ହେସଡାଲେନ ଲାଇଟ୍ସ (Hessdalen lights)

 

ହେସଡାଲେନ ଭ୍ୟାଲି ନରୱେ ରେ ରହୁଥିବା ଲୋକଙ୍କୁ ଏକ ଅଲଗା ନଜାରା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ରାତିରେ ତାଙ୍କୁ ଏକ ଅଜବ ପ୍ରକାରର ଆଲୋକ ଆକାଶରେ ଦେଖିବାକୁ ମିଳିଥାଏ । ଏହା ଏକ ଚମତ୍କାର ହୋଇଥାଏ କି ଏହି ଲାଇଟ ଆକାଶରେ ନାଚିବାକୁ ଲାଗିଥାଏ । ବୈଜ୍ଞାନିକମାନେ ମଧ୍ୟ କିଛି ସନ୍ଧାନ ଲଗାଇ ପାରିଲେ ନାହିଁ । ଏଠାକାର ଲୋକ ମାନନ୍ତି ଏହି ଭ୍ୟାଲିରେ ଯେଉଁ ହ୍ରଦ ଅଛି ତାହା ରେଡିଓଆକ୍ଟିଭ ଅଟେ ଓ ସେ ଏହିପରି ଲାଇଟ କୁ ରିଫ୍ଲେକ୍ଟ କରିଥାଏ ।

୩. ମୋଭିଲେ କେଭ (Movile Cave)

 

ରୋମାନିଆ ର ଦକ୍ଷିଣ ଭାଗରେ ଥିବା ଏହି ଗୁମ୍ଫା ଆପଣଙ୍କୁ ଚମକାଇ ଦେବ ଆପଣ ବୋଧେ ବିଶ୍ଵାସ କରିବେ ନାହିଁ କିନ୍ତୁ ଏହା ସତ୍ୟ ଅଟେ କି ଏହି ଗୁମ୍ଫାରେ ଆଲୋକର ଏକ କିରଣ ଗତ ୫୫ ଲକ୍ଷ ବର୍ଷରୁ ବନ୍ଦ ଅଛି ଯାହା ଏଠାରେ ଏକ ଅଲଗା ବାତାବରଣ ସୃଷ୍ଟି କରିଥାଏ । ଏହି ଗୁମ୍ଫାରେ ବିଷ ଭରି ରହିଛି । ଏଠାରେ ଏକ ଅଲଗା ପ୍ରକାରର ଜୀବ ରୁହନ୍ତି ।

୪. ଲେକ କାରାଛେ (Lake Karachay)

ଦୁନିଆ ଜାଣିଛି କି ସୋଭିୟତ ୟୁନିଅନ ପାଖରେ ବହୁତ ବଡ ନ୍ୟୁକ୍ଲିୟର ସିଷ୍ଟମ ଅଛି ଓ ତାହା ମଧ୍ୟରୁ ଅଧିକାଂଶ ମାନବଜାତି ପାଇଁ ଭୟାନକ ଅଟେ ଓ ଏହିପରି ଏକ ପ୍ଳାଣ୍ଟରେ ଏକ ଲେକ ଅଛି ଓ ଏହାର ପାଣି ସବୁଠୁ ଅଧିକ ରେଡିଓ ଆକ୍ଟିଭ ଅଟେ । ଏହା ଏତେ ଭୟାନକ ଅଟେ କି ଯଦି ଆପଣ ଏହା ପାଖରେ ଏକ ଘଣ୍ଟାରୁ ଅଧିକ ଠିଆ ହୋଇ ରହିବେ ତେବେ ଆପଣଙ୍କ ଜୀବନ ଯିବା ସୁନିଶ୍ଚିତ ଅଟେ ।

୫. ଦ ଡବଲ ଟ୍ରି ଅଫ କାଶୋର୍ଜୋ (The double tree of Casorzo)

ଇଟାଲୀ ର ପିଆମୁଣ୍ଡି ଅଞ୍ଚଳରେ କିଛି ଅଜବ ଦେଖିବାକୁ ମିଳେ । ଏଠାରେ ଏକ ଚେରୀ ଗଛ ଅଛି ଯିଏ ସାଧାରଣ ଚେରୀ ଗଛ ଭଳି ଦେଖିବାକୁ କିନ୍ତୁ ଆଶ୍ଚର୍ଯ କଥା ହେଲା ଏହି ଗଛ ଆଉ ଏକ ଗଛ ଉପରେ ଉଠିଛି । ଯେତେବେଳେ ଉପର ଗଛରେ ଚେରୀ ହୋଇଥାଏ ତେବେ ତଳ ଗଛ ଖାଲି ଥାଏ ଓ ଯେତେବେଳେ ତଳ ଗଛରେ ଚେରୀ ହୋଇଥାଏ ଉପର ବାଲା ଖାଲି ରହିଥାଏ ।

୬. ଦ ସ୍ଳିପିଙ୍ଗ ସିଟି ଅଫ କଲାଚି (The sleeping city of kalachi)

କାଜ୍ଲକ ସ୍ଥାନର କଲାଚି ସହର କୌଣସି ଫିଲ୍ମ କାହାଣୀ ନୁହେଁ ଏହା ବିଲକୁଲ ସତ୍ୟ ଅଟେ, ଏଠାକାର ଲୋକ ଏକ ଅଲଗା ରୋଗର ସାମ୍ନା କରୁଛନ୍ତି ଓ ତାହା ହେଲା ଶୋଇବାର ରୋଗ । ଆଜ୍ଞା ହଁ, ଏଠାକାର ଲୋକ ଚାଲୁଥିବା ବୁଲୁଥିବା ସମୟରେ କେଉଁଠି ବି ଶୋଇ ପଡନ୍ତି ସେ ତେଣିକି ବାଇକ ଚଲାଉ ଥାଆନ୍ତୁ ନା କାହିଁକି ଓ ଉଠିବା ପରେ ତାଙ୍କର କିଛି ମନେ ନଥାଏ । ବୈଜ୍ଞାନିକମାନେ ଏହା ଉପରେ ବହୁତ ଟେଷ୍ଟ କଲାପରେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାଁନ୍ତି ଏହା କାହିଁକି ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button