ଦେଶ ବିଦେଶ

ଯେତେବେଳେ ହୋଟେଲରେ ମିଟିଙ୍ଗ ପାଇଁ ପହଞ୍ଚିଲେ ପର୍ରିକର, ଦରୱାନ ଗେଟରେ ଅଟକାଇ କହିଲା – ତୁମକୁ ଏଣ୍ଟ୍ରି ମିଳିବ ନାହିଁ, ଆଉ ତା ପରେ …

ଗୋଆର ସିଏମ ଏବଂ ପୂର୍ବ ରକ୍ଷାମନ୍ତ୍ରୀ ମନୋହର ପର୍ରିକରଙ୍କର ୬୩ ବର୍ଷ ବୟସରେ ନିଧନ ହୋଇ ଯାଇଛି । ରବିବାର ଦିନ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଗତ ୧ ବର୍ଷ ହେବ ପ୍ୟାନକ୍ରିୟାଟିକ କ୍ୟାନ୍ସରରେ ପୀଡିତ ଥିଲେ । ସୋମବାର ଦିନ କୈମ୍ପଲ ସ୍ଥିତ ଏସଏଜୀ ପଡିଆରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ମନୋହର ପର୍ରିକର ନିଜ ସରଳତା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଏମିତି କି ତାଙ୍କୁ ନିଜର ମିଟିଙ୍ଗ ପାଇଁ କେତେ ଥର ଫାଇବ ଷ୍ଟାର ହୋଟେଲର ଚକ୍କର କାଟିବାକୁ ବି ପଡିଥିଲା ।

ତାଙ୍କର ଡ୍ରେସ ଏବଂ ହାବଭାବ ଦେଖି ଥରେ ଫାଇବ ଷ୍ଟାର ହୋଟେଲର ଦରୱାନ ତାଙ୍କୁ ହୋଟେଲ ଭିତରକୁ ଯିବା ପାଇଁ ମନା କରିଦେଇଥିଲେ ।

ଟୈକ୍ସୀ ଡାକି ଚପଲ ପିନ୍ଧି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାହାରି ପଡିଥିଲେ

ପର୍ରିକରଙ୍କର ସମ୍ପର୍କୀୟମାନଙ୍କର କହିବା ଅଟେ କି ଥରେ କୌଣସି ମିଟିଙ୍ଗ ପାଇଁ ପର୍ରିକରଙ୍କୁ ଫାଇବ ଷ୍ଟାର ହୋଟେଲ ଯିବାର ଥିଲା କିନ୍ତୁ ଠିକ ସେହି ସମୟରେ ହିଁ ତାଙ୍କର ଗାଡି ଖରାପ ହୋଇଗଲା । ସେ ତୁରନ୍ତ ଟୈକ୍ସୀ ଡାକି ଏକ ସାଧାରଣ ଡ୍ରେସ ପିନ୍ଧି ମିଟିଙ୍ଗ ପାଇଁ ବାହାରି ପଡିଲେ । ଯେମିତି ହିଁ ସେ ଟୈକ୍ସୀରୁ ଓଲ୍ହାଇ ହୋଟେଲ ଭିତରକୁ ଗଲେ ସେତେବେଳେ ତାଙ୍କୁ ହୋଟେଲର ଦରୱାନ ଭିତରକୁ ଯିବା ପାଇଁ ମନା କରିଦେଲେ । ଏବଂ କହିଲେ କି ‘ତୁମେ ଭିତରକୁ ଯାଇ ପାରିବ ନାହିଁ ‘ ।

ପରିଚୟ ଦେବା ପରେ ଜୋରରେ ହସିଲେ ଦରୱାନ

ଯେତେବେଳେ ଦରୱାନଙ୍କୁ ପର୍ରିକର ନିଜର ପରିଚୟ ଦେଇ କହିଲେ କି ସେ ଗୋଆର ମୁଖ୍ୟ ମନ୍ତ୍ରୀ ଅଟନ୍ତି । ତେବେ ଏହା ଶୁଣି ଦରୱାନ ହସିବାକୁ ଲାଗିଲା । ଏହା ପରେ କାର୍ଯ୍ୟକ୍ରମର ମୁଖ୍ୟ ଆସି ଦରୱାନଙ୍କୁ ବୁଝାଇବା ପରେ ପର୍ରିକର ହୋଟେଲ ଭିତରକୁ ଆସିଥିଲେ । ଏହା ଛଡା ପର୍ରିକର କେବେ କେବେ ସ୍କୂଟରରେ ବି ଫାଇବ ଷ୍ଟାର ହୋଟେଲକୁ ପହଞ୍ଚି ଯାଉଥିଲେ ।

ସ୍କୂଟରରେ ବୁଲି କରୁଥିଲେ ଅଞ୍ଚଳର ସମୀକ୍ଷା

କହି ଦେଉଛୁ ଯେ କେତେ ଥର ପର୍ରିକର ସ୍କୂଟରରେ ହିଁ ଅଞ୍ଚଳର ସମୀକ୍ଷା କରିବା ପାଇଁ ବାହାରି ପଡୁଥିଲେ । କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ଏକ ସଧାରଣ କପଡା ପିନ୍ଧୁ ଥିଲେ । ପୁଣେର ଆୟୋଜିତ ଏକ ବାହାଘର ସମାରୋହରେ ସେ ଲାଇନ ଲଗାଇ ଖାଦ୍ୟ ନେବାର ବି ନଜର ଆସିଥିଲେ । କିଛି ଏମିତି ସରଳ ମଣିଷଟିଏ ଥିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପର୍ରିକର । ଯେଉଁଥି ପାଇଁ ପୁରା ଦେଶ ଆଜି ତାଙ୍କ ପାଇଁ ଶୋକ ପ୍ରକାଶ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button