ଦେଶ ବିଦେଶ

ସମାଜ ପାଇଁ ଉଦାହରଣ ହେଲେ ଏହି ମହିଳା କନଷ୍ଟେବଳ, ପିଲା ସହ କରୁଛନ୍ତି ନିଜର ଡିଉଟି, ସମସ୍ତେ କରୁଛନ୍ତି ସଲାମ

ଲଖନଊ ର ଗାଜୀପୁର ଥାନାରେ ଥିବା ମହିଳା କନଷ୍ଟେବଳ ସ୍ଵାତି ସିଂହଙ୍କର ଫଟୋ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ସେ ନିଜର ପୋଲିସ ଡିଉଟି ସହିତ ନିଜ ପିଲାର ଦେଖାଶୁଣା କରୁଥିବାର ନଜର ଆସୁଛନ୍ତି ।

ଯିଏବି ଏହି ଫଟୋକୁ ଦେଖୁଛନ୍ତି ସେମାନେ ସମସ୍ତେ ସେହି ମହିଳା କନଷ୍ଟେବଳ ସ୍ଵାତି ସିଂହଙ୍କର ପ୍ରଶଂସା କରୁଛନ୍ତି । ଅନ୍ୟ ପଟେ ନିଜେ ଉତ୍ତର ପ୍ରଦେଶର ଆଈଜୀ ନବନୀତ ସିକେରା ବି ନିଜର ଅଧିକାରିକ ଟ୍ୱୀଟର ହ୍ୟାଣ୍ଡେଲ ଜରିଆରେ ସ୍ଵାତି ସିଂହଙ୍କର ଫଟୋ ଶେୟାର କରିଛନ୍ତି । ଏହା ସହିତ କ୍ୟାପ୍ସନ ରେ ଲେଖିଛନ୍ତି କି ୟୁପି ର ହଜାର ହଜାର ମହିଳା କନଷ୍ଟେବଳ ନିଜ ପିଲାକୁ ସମ୍ଭାଳିବା ସହିତ ନିଜର ଡିଉଟି କୁ ଭଲ ଭାବେ ପାଳନ କରିଥାନ୍ତି । ଏହି ପୋଷ୍ଟ ସେହି ମହିଳାମାନଙ୍କୁ ସମର୍ପିତ ଅଟେ ।

ମା’ର କର୍ତ୍ତବ୍ୟ କୁ ପାଳନ କରି ପୋଲିସର ଡିଉଟି କରୁଥିବା ସ୍ଵାତି ସିଂହଙ୍କୁ ଯେତେବେଳେ ତାଙ୍କୁ ତାଙ୍କର ଅସୁବିଧା ବିଷୟରେ ପଚରାଗଲା ତେବେ ସେ ତାଙ୍କର ପ୍ରତିକ୍ରିୟାରେ କହିଲେ କି ଏକା ସହିତ ଦୁଇଟି ଯାକ ଦାୟିତ୍ଵକୁ ପାଳନ କରୁଛି, ସିପାହୀ ହୋଇ ଦେଶର ସେବା ଏବଂ ଗୋଟିଏ ମା ହୋଇ ନିଜ ପିଲାର ଯତ୍ନ ।

ସ୍ଵାତି ସିଂହ ଆଗକୁ କହିଲେ କି ଡିଉଟି ସମୟରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ତାଙ୍କୁ ସବୁବେଳେ ସମସ୍ତ ପରିସ୍ଥିରେ ନିଜର ପିଲାମାନଙ୍କ ଉପରେ ବି ନଜର ରଖିବା ଦରକାର । କେବେ ବି ପିଲାମାନଙ୍କୁ ଏକୁଟିଆ ଛାଡିବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button