ସ୍ୱାସ୍ଥ୍ୟ

ମାତ୍ର ୫ ମିନିଟରେ ଜାଣିହେବ ଆପଣଙ୍କୁ କ୍ୟାନ୍ସର ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଆଜିର ଦୁନିଆରେ କ୍ୟାନ୍ସର ଦେଶ-ଦୁନିଆ ପାଇଁ ବହୁତ ବଡ ସମସ୍ୟା ହୋଇ ଠିଆହେଉଛି। ଏହାସହିତ ଏହାକୁ ନେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କ୍ୟାନ୍ସର ମଧ୍ୟ ବିଭିନ୍ନ ପ୍ରକାର ହୋଇଥାଏ। ଯେଉଁଥିରେ ଗୋଟିଏ ହେଉଛି ଖାଦ୍ୟ ନଳୀର କ୍ୟାସନ୍ସର, ଯାହାଦ୍ୱାରା ପ୍ରତି ବର୍ଷ ୪୨ ହଜାର ଲୋକଙ୍କର ମୃତ୍ୟୁ ହେଉଛି ଏବଂ ଏହାକୁ ନେଇ ୪୭ ହଜାର ନୂଆ ମାମଲା ମଧ୍ୟ ସାମ୍ନାକୁ ଆସୁଛି।

CANCER୫୦ ପ୍ରତିଶତ ଲୋକଙ୍କର ଖାଦ୍ୟ ନଳୀରେ ହେଉଥିବା କ୍ୟାନ୍ସରକୁ ଲୋକମାନେ ଚିହ୍ନି ପାରୁନାହାନ୍ତି। ଯାହା ପରବର୍ତ୍ତୀ ସମୟରେ ଜୀବନ ନେଇଥାଏ। ଏଥିପାଇଁ ନିକଟରେ ନେଦରଲାଣ୍ଡର ରେଡବାଉଡ୍‌ ଇନଷ୍ଟିଚ୍ୟୁଟ୍‌ ଫର ହେଲଥ୍‌ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା ଏକ କ୍ରୁତ୍ରିମ ବୁଦ୍ଧିମତା ସାହାଯ୍ୟରେ ଏକ ଇଲେକଟ୍ରୋନିକ ନାକ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ନିଶ୍ୱାସର ଗନ୍ଧରୁ ଜାଣିହେବ ସମ୍ବନ୍ଧିତ ବ୍ୟକ୍ତିଙ୍କ ଖାଦ୍ୟ ନଳୀରେ କ୍ୟାନ୍ସର ହୋଇଛି ନା ନାହିଁ।

oesophageal cancerବ୍ରିଟେନର ଚ୍ୟାରିଟୀ କ୍ୟାନ୍ସର ରିସର୍ଚ୍ଚ ଅନୁସାରେ ଖାଦ୍ୟ ନଳୀର ଆଖପାଖର କୋଶିକା ଅନିୟନ୍ତ୍ରିତ ହୋଇଯାଏ, ଯେଉଁ କାରଣରୁ ଖାଦ୍ୟ ନଳୀରେ କ୍ୟାନ୍ସର ହେବାର ସମ୍ଭାବନା ୧୧ ପ୍ରତିଶତ ବଢ଼ିଯାଇଥାଏ। ବୈଜ୍ଞାନିକମାନେ ଏଆଇ ଯୁକ୍ତ ଇଲେକଟ୍ରୋନିକ ନାକର ଅଧ୍ୟୟନ ୪୦୨ ଲୋକଙ୍କ ଉପରେ କରିଥିଲେ। ଦୁଇ ରୁ ତିନି ବର୍ଷ ମଧ୍ୟରେ ଏହି ଟେକନିକର ବ୍ୟବହାର କରାଯିବ। ବର୍ତ୍ତମାନ କ୍ୟାନ୍ସରକୁ ଜାଣିବାକୁ ହେଲେ ଏଣ୍ଡୋସ୍କୋପି କରାଯାଉଛି। ଏହି ପ୍ରକ୍ରୀୟା ଜଟିଳ ହେବା ସହିତ ମହଙ୍ଗା ମଧ୍ୟ। କିନ୍ତୁ ଏହି ଟେକିନକ ଦ୍ୱାରା ଖର୍ଚ୍ଚ କମ୍‌ ହେବା ସହିତ ମାତ୍ର ୫ ମିନିଟରେ କ୍ୟାନ୍ସରକୁ ଚିହ୍ନଟ କରିହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button