ଦେଶ ବିଦେଶ

ବୈଜ୍ଞାନିକ ମାନେ ଜାଣି ପାରୁନାହାନ୍ତି, ଏହି ମନ୍ଦିରର ରହସ୍ୟ

ଆଜି ଆମେ କହିବୁ ଏମିତି ଏକ ରହସ୍ୟମୟ ମନ୍ଦିର ବିଷୟରେ ଯାହା ଆଗରେ ବଡ ବଡ ସାଇଣ୍ଟିଷ୍ଟମାନେ ହାର ମାନିଛନ୍ତି । କେରଳରେ ଥିବା ଭଗବାନ ବିଷ୍ଣୁଙ୍କ ଏହି ମନ୍ଦିର କୌଣସି ଆଶ୍ଚର୍ଯ୍ୟଠାରୁ କମ ନୁହେଁ । ବହୁତ ବୈଜ୍ଞାନିକ ଏମିତି କି ଭାରତ ସରକାର ଏହି ମନ୍ଦିରର ରହସ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେମାନେ ସେଥିରେ ସଫଳ ହୋଇପାରି ନାହାଁନ୍ତି । ପ୍ରତ୍ଯେକ ହିନ୍ଦୁ ଏହି ମନ୍ଦିର ବିଷୟରେ ଜାଣିବା ନିହାତି ଦରକାର ।


ଭାରତରେ ଆପଣଙ୍କୁ ପ୍ରାଚୀନରୁ ବହୁ ପ୍ରାଚୀନ ବଡ ବଡ ମନ୍ଦିର ଦେଖିବାକୁ ମିଳିଯିବ । ଏମାନଙ୍କ ମଧ୍ୟରୁ ବହୁତ ମନ୍ଦିର ଏବେ ବି ବୈଜ୍ଞାନିକ ରିସର୍ଚ ଠାରୁ ବହୁତ ଦୂରରେ । ଏହି ମନ୍ଦିରସବୁ ଭାରତର ପୁରାତନ ବିଜ୍ଞାନର ଜ୍ଵଳନ୍ତ ଉଦାହରଣ । ଆମେ ଆଜି ଏମିତି ଏକ ମନ୍ଦିର ବିଷୟରେ ଜାଣିବା ଯାହାର ରହସ୍ୟ ବୈଜ୍ଞାନିକମାନେ ଜାଣି ପାରୁ ନାହାଁନ୍ତି ।

ଏହି ମନ୍ଦିର ହେଉଛି ପଦ୍ମନାଭ ସ୍ଵାମୀ ମନ୍ଦିର ଯାହାକି କେରଳରେ ଅଛି । ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିର ଯେତିକି ଆକର୍ଷଣୀୟ ସେତିକି ରହସ୍ୟମୟ । ଏହି ମନ୍ଦିରର ତଳ ଭାଗରେ ଥିବା କିଛି ଘର ବହୁ ଦିନ ଆଗରୁ ଚର୍ଚ୍ଚାର ବିଷୟ ରହି ଆସିଛି ଓ ମାଟି ତଳେ ଥିବା ଘର ଗୁଡିକୁ ଖୋଲିବା ପାଇଁ ୧୯୩୧ ମସିହାରୁ ଚେଷ୍ଟା କରା ଯାଉଛି ।

୧୯୩୧ ମସିହାରେ ଜଣେ ଇଂରେଜଙ୍କ ଦ୍ଵାରା ଲେଖାଯାଇଥିଲା ଗୋଟିଏ ବହି ଯାହାର ନାମ ଥିଲା “ଟ୍ରାଭାଙ୍କୋର ଏ ଗାଇଡ ବୁକ ଫର ଭିଜିଟର” ଯେଉଁଥିରେ ସେହି ଇଂରେଜ ଲେଖକ ଲେଖିଛନ୍ତି କି ଯେତେବେଳେ ଇଂରେଜମାନେ ପଦ୍ମନାଭ ସ୍ଵାମୀ ମନ୍ଦିରକୁ ଖୋଲିବା ପାଇଁ ଚେଷ୍ଟା କଲେ ସେତେବେଳେ ଏହି ଘରୁ ଏକା ସାଙ୍ଗରେ ବହୁତ ଗୁଡିଏ ବିଷଧର ସାପ ବାହାରିଲେ ଯାହା ଦ୍ଵାରା ଇଂରେଜମାନେ ସେହି ଘରକୁ ଖୋଲିପାରିଲେ ନାହିଁ ଓ ଯେଉଁ ଇଂରେଜମାନେ ସେହି ଘରକୁ ଖୋଲିବା ପାଇଁ ଚେଷ୍ଟା କରିଥିଲେ ସେମାନଙ୍କୁ ରାତିରେ ବିଭିନ୍ନ ରହସ୍ୟମୟ ସ୍ଵପ୍ନ ଦେଖାଗଲା ।

ଏହା ପରେ ଇଂରେଜ ସରକାର ସେହି ଘରକୁ ଖୋଲିବା ପାଇଁ ସମସ୍ତ ଚେଷ୍ଟା ବନ୍ଦ କରିଦେଲେ । ଆହୁରି ଅନେକ ପୁସ୍ତକରେ ମଧ୍ୟ ଏହି ମନ୍ଦିରର ରହସ୍ୟମୟୀ ଘର ବିଷୟରେ ବର୍ଣ୍ଣନା କରାଯାଇଛି ।

ଏହା ପରେ ୨୦୧୧ ମସିହାରେ ସୁପ୍ରିମ କୋର୍ଟଙ୍କ ଆଦେଶରେ ଗୋଟିଏ ଟିମ ଗଠନ କରାଗଲା ଏହି ରହସ୍ୟମୟ ଘରକୁ ଖୋଲିବା ପାଇଁ । ବିଭିନ୍ନ ସାଇଣ୍ଟିଷ୍ଟମାନଙ୍କ ଦ୍ଵାରା ଗଠିତ ଏହି ଟିମ ମନ୍ଦିର ତଳୁ ୮ ଟି ବଡ ବଡ ଘର ଠାବ କରିଥିଲେ ।

ଏହା ମଧ୍ୟରୁ ଗୋଟିଏ ଘରକୁ ଛାଡି ବାକି ସମସ୍ତ ଘରକୁ ଖୋଲାଯାଇ ପାରିଲା ଓ ତା ମଧ୍ୟରୁ ସୁନାର ମୂର୍ତ୍ତି, ଅଳଙ୍କାର, ହୀରାର ଅଳଙ୍କାର ଭଳି ଦାମୀ ଜିନିଷ ମିଳିଲା ଯାହାର ମୂଲ୍ୟ ପାଖାପାଖି ୩ ଲକ୍ଷ କୋଟି ଟଙ୍କା । କିନ୍ତୁ ଗୋଟିଏ ଘର ଯାହାର କବାଟରେ ସାପର ଚିହ୍ନ ଥିଲା ତାହାକୁ ଖୋଲାଯାଇ ପାରିଲା ନାହିଁ । କାରଣ ସେମାନେ ଯେତେବେଳେ ତା’ର ଗୋଟିଏ କବାଟକୁ ଭାଙ୍ଗୁଥାନ୍ତି ପୁଣି ଏକ କବାଟ ସାମ୍ନାକୁ ଆସୁଥାଏ ।

ସେହି ଟିମ ରିସର୍ଚ କରିବା ପାଇଁ ବଡ ବଡ ସାଧୁଙ୍କ ପାଖକୁ ଗଲେ ଓ ସେମାନଙ୍କ ପାଖରୁ ଯାହା ତଥ୍ୟ ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେମାନେ କହିଲେ କି ଏହି ଘରର କବାଟ “ନାଗ ବନ୍ଧନମ୍” ନାମକ ଏକ ମନ୍ତ୍ରରେ ବନ୍ଦ କରାଯାଇଛି ଓ ଏହି ମନ୍ତ୍ର ଜାଣିଥିବା ସିଦ୍ଧ ପୁରୁଷ ହିଁ ଏହି କବାଟକୁ ଖୋଲି ପାରିବେ ।

୧୯୩୧ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଘରକୁ ଖୋଲାଯାଇ ପାରୁନାହିଁ । ପ୍ରକୃତରେ ଏହି ମନ୍ଦିର ଭିତରେ କଣ ଅଛି ଯାହା ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ସମସ୍ତଙ୍କ ମନରେ ଥିବା ଏହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button