ଓଡିଶା

ନନ୍ଦନକାନନ ମଝିରେ ଅଟକିଗଲା ଟୟ ଟ୍ରେନ୍

ବାରଙ୍ଗ: ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଘଟିଛି। ୫୭ ଜଣ ପର୍ଯ୍ୟଟକଙ୍କୁ ନେଇ ପରିଭ୍ରମଣ କରାଇବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜଙ୍ଗଲ ମଝିରେ ଟୟଟ୍ରେନ୍‌ ଅଟକି ଯାଇଛି। ପଛ ପଟୁ ଦୁଇଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇ ରହିଯିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଙ୍ଗଲ ମଝିରେ ଅଟକି ରହିଥିବାରୁ ପର୍ଯ୍ୟଟକମାନେ ଭୟଭୀତ ହୋଇଥିଲେ। ଖବରପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଯଥାଶୀଘ୍ର ସମ୍ଭବ ନିଜସ୍ୱ ଗାଡ଼ି ପଠାଇ ଅଟକି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ଜଙ୍ଗଲରୁ ଫେରାଇ ଆଣିଥିଲେ। ସେମାନଙ୍କୁ ଟିକେଟ ମୂଲ୍ୟ ମଧ୍ୟ ଫେରାଇ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ନଭେମ୍ବର ୮ତାରିଖରେ ନନ୍ଦନକାନନରେ ଏହି ଆଧୁନିକ ବ୍ୟାଟେରି ଚାଳିତ ଟୟଟ୍ରେନ୍‌ ଆରମ୍ଭ ହୋଇଥିଲା। ଚାଲିବାର ଠିକ୍‌ ୮ ଦିନ ପରେ ଇଞ୍ଜିନ୍‌ରେ ନିଆଁ ଲାଗିବାରୁ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା। କିଛି ଦିନ ପରେ ମରାମତି କରି ପୁଣି ଚାଲୁ କରାଯାଇଥିଲା। ହେଲେ ଏହା ପରେ ବି ମଝିରେ ମଝିରେ ଖରାପ ହେଉଥିଲା। ଚଳାଚଳ ହେବା ଦିନଠାରୁ ଏଭଳି ବାରମ୍ୱାର ଅଚଳ ହେବାକୁ ନେଇ ଟୟଟ୍ରେନ୍ ପର୍ଯ୍ୟଟକଙ୍କ ଆସ୍ଥା ହରାଇବାରେ ଲାଗିଛି। ତେବେ ଆଜିର ଘଟଣାର ଅନୁସନ୍ଧାନ କରାଯିବ। କାହିଁକି ଏଭଳି ହେଲା ସେ ତାହାର କାରଣ ଖୋଜାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button