ସ୍ୱାସ୍ଥ୍ୟ

ନିଦ ବଟିକା ଏବଂ ପେନ୍ କିଲର୍ ପରିବର୍ତ୍ତେ ଶରୀର ପାଇଁ ଲାଭକାରୀ ହୋଇଥାଏ ଭାଙ୍ଗ

ନିଦ ଏବଂ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଗଞ୍ଜେଇ ଖୁବ୍ ଲାଭକାରୀ ହୋଇଥାଏ। ଯେଉଁ ଲୋକମାନେ ପେନ କିଲର ବା ନିଦ ମେଡିସିନ୍ ରୁ ରକ୍ଷା ପାଇବା ପାଇଁ ଚାହିଁଥାନ୍ତି, ସେହି ଲୋକମାନେ ଏହି ଜିନିଷ ବ୍ୟବହାର କରିଥାନ୍ତି। ଏହା ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଅଫିମ। ଆମେରିକାରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ଯେଉଁ ଲୋକମାନେ ଗଞ୍ଜେଇ ଖାଇଥାନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଲୋକମାନେ ଯନ୍ତ୍ରଣା ଦୂର କରିବା ପାଇଁ ଭାଙ୍ଗ ବ୍ୟବହାର କରିଥାନ୍ତି। ଏହା ମଧ୍ୟରେ ୮୦ ପ୍ରତିଶତ ଲୋକମାନଙ୍କ ପାଇଁ ଖୁବ୍ ଲାଭକାରୀ ହୋଇପାରିଛି। ‘ଜର୍ନଲ ଅଫ୍ ସାଇକୋଆକ୍ଟିଭ ଡ୍ରଗ୍ସ’ ରେ ଏହି ରିସର୍ଚ୍ଚ ପ୍ରକାଶ ପାଇଛି।

painkillerଏହି ରିସର୍ଚ୍ଚରେ ୭୪ ପ୍ରତିଶତ ଲୋକମାନେ କହିଛନ୍ତି ଗଞ୍ଜେଇ ଦ୍ବାରା ସେମାନଙ୍କୁ ଭଲ ନିଦ ହେବାରେ ଖୁବ୍ ଲାଭକାରୀ ହୋଇପାରିଛି। ଏହା ମଧ୍ୟରୁ ଅଧିକାଂଶ ଲୋକମାନେ ନିଦ ପାଇଁ ଖାଉଥିବା ଔଷଧ ମଧ୍ୟ ଛାଡିଦେଇଛନ୍ତି। କାରଣ ପେନ୍ କିଲର ଏବଂ ଅନ୍ୟ ଔଷଧ ଲୋକମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ। ଏହା ଦ୍ବାରା ଅନେକ ଲୋକମାନଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ। ଶରୀରରେ ଓପିୟାଇଡର ଟଲରେସ୍ ବଢିଯିବା କାରଣରୁ ଏହାର ପ୍ରଭାବ ପାଇଁ ଲୋକମାନେ ଡୋଜ୍ ବଢାଇଥାନ୍ତି। ଏହାକୁ ଅତ୍ୟଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ସେହିପରି ନିଦ ବଟିକା ସେବନ କରିବା ଦ୍ବାରା ନିଦ ତ ହୋଇଥାଏ କିନ୍ତୁ ଏହାର ଅଭ୍ୟାସ ପଡ଼ିଯାଇଥାଏ ଏବଂ ଲୋକମାନେ ଏହାକୁ ନଖାଇବା ଦ୍ବାରା ଶୋଇପାରନ୍ତି ନାହିଁ। ସେହିଭଳି ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ଏହି କାରଣରୁ ଅନେକ ଲୋକମାନେ ଗଞ୍ଜେଇର ସାହାଯ୍ୟ ନେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button