ଦେଶ ବିଦେଶ

ଏହି ଗ୍ରାମରେ ବିବାହ ପାଇଁ ଅପେକ୍ଷା କରି ରହିଛନ୍ତି ଝିଅମାନେ, କିନ୍ତୁ ମିଳୁ ନାହିଁ ଗୋଟିଏ ବି ପୁଅ !

ବାହାଘର ମଣିଷର ଜୀବନ ପାଇଁ ଏକ ବହୁତ ବଡ ଆବଶ୍ୟକତା ଅଟେ । ପୁରୁଷ ହେଉ କିମ୍ବା ମହିଳା ସମସ୍ତେ ଜୀବନରେ ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏମିତି ଏକ ଜାଗା ଅଛି ଯେଉଁଠି ମହିଳାମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଅପେକ୍ଷା କରିଥାନ୍ତି କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ସେଠି ଗୋଟିଏ ହେଲେ ବି ପୁରୁଷ ନାହାଁନ୍ତି । ଚାଲନ୍ତୁ ଆପଣଙ୍କୁ ସେହି ଜାଗା ବିଷୟରେ କହିଦେଉଛୁ ।

ବ୍ରାଜିଲର ନୋଇବା ଅଞ୍ଚଳର ଝିଅମାନଙ୍କୁ ମିଳୁ ନାହିଁ ବିବାହ ପାଇଁ ବର

ବ୍ରାଜିଲରେ ଏମିତି ଏକ ଜାଗା ଅଛି ଯାହାର ନାମ ନୋଇବା । ଯେଉଁଠି ପାଖାପାଖି ୨୦ ରୁ ୩୫ ବର୍ଷର ଝିଅମାନେ ଆଜି ବି ଅପେକ୍ଷା କରି ବସିଛନ୍ତି କି କେଉଁଠୁ ନା କେଉଁଠୁ ତାଙ୍କୁ ନିଜର ସ୍ଵପ୍ନର ରାଜକୁମାର ନିଶ୍ଚିତ ମିଳିଯିବ ।

କିନ୍ତୁ ଦୁଃଖର କଥା ଏହା ଅଟେ କି ତାଙ୍କୁ ଏହି ଗ୍ରାମରେ ପୁରୁଷ ଦେଖିବାକୁ ବି ମିଳେ ନାହିଁ । ଯେଉଁଠି ଗୋଟିଏ ପଟେ ଭାରତରେ ଲୋକମାନେ ପୁଅ ଜନ୍ମ ଉପରେ ଅଧିକ ମହତ୍ଵ ଦେଇଥାନ୍ତି ଅନ୍ୟ ପଟେ ବ୍ରାଜିଲରେ ଏମିତି କିଛି ନାହିଁ ।

ସେଠିକାର ଲୋକମାନେ ନିଜର ପ୍ରଥମ ସନ୍ତାନ ରୂପରେ ଝିଅକୁ ଦେଖି ଅତ୍ୟଧିକ ଖୁସି ହୋଇଥାନ୍ତି । ବ୍ରାଜିଲର ନୋଇବାରେ ପାଖାପାଖି ୬୦୦ ମହିଳା ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ଏହି ଛୋଟ ସୁନ୍ଦର ଗ୍ରାମରେ ଆପଣଙ୍କୁ ଗୋଟିଏ ବି ପୁରୁଷ ଦେଖିବାକୁ ମିଳିବ ନାହିଁ ।

କୁଆଁରୀ ରହିବା ପଛରେ ଏକ କାରଣ ବି ଅଛି

ଏଠିକାର ଝିଅମାନଙ୍କର ବିବାହ ନ ହେବାର କାରଣ ଏହା ତ ବିଲକୁଲ ନୁହେଁ କି ଏମାନେ ସୁନ୍ଦର ନୁହନ୍ତି ଓ ଏହାର କାରଣ ତାଙ୍କୁ କୌଣସି ପୁରୁଷ ମିଳୁ ନାହିଁ । କହିବାକୁ ଗଲେ ଏହି ବ୍ରାଜିଲିୟନ ଯୁବତୀମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ବୋଧେ କୌଣସି ଏମିତି ପୁରୁଷ ଥିବ ଯିଏ ଏମାନଙ୍କ ସହ ବିବାହ ନ କରିବାକୁ ଚାହୁଁଥିବ ।

ଏମାନଙ୍କର କୁଆଁରୀ ହେବାର ଗୋଟିଏ କାରଣ ଏହା ଅଟେ କି ଏମାନେ ନିଜର ଗ୍ରାମକୁ ଛାଡି ଅନ୍ୟ କେଉଁଠିକୁ ଯିବାକୁ ଚାହାନ୍ତି ନାହିଁ ଓ କୌଣସି ବି ଯୁବକ ବାହାଘର ପରେ ଶଶୁରଘରେ ଆସି ରହିବାକୁ ବି ପସନ୍ଦ କରେ ନାହିଁ । ଏଠିକାର ଝିଅମାନେ ଚାହାଁନ୍ତି କି ତାଙ୍କ ଜୀବନରେ ଏମିତି ଏକ ଯୁବକ ଆସୁ ଯିଏକି ତାଙ୍କ ସହିତ ତାଙ୍କ ଗ୍ରାମକୁ ଆସି ରହିବ ଓ କେବେ ବି ତାଙ୍କୁ ସେହି ଗ୍ରାମକୁ ଛାଡି ଯିବାକୁ ନ ପଡେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button