ଦେଶ ବିଦେଶ

ପୁଣି ଏକ ଦିଗଜ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ହେଲା ପରଲୋକ, ଏହି ସବୁ ରୋଗରେ ଅନେକ ଦିନ ହେଲା ପୀଡିତ ଥିଲେ ସେ

ବର୍ତ୍ତମାନ ଖବର ଆସିଛି କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ନିଧନ ହୋଇଛି । ତାଙ୍କର ସ୍ୱାସ୍ଥ୍ୟ ଠିକ ନଥିବାରୁ ଗତ ୯ତାରିଖରୁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ଦିନ ୧୨ଟା ରେ ତାଙ୍କର ସେହି ହସ୍ପିଟାଲରେ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ସେ ଏ ସଂସାରରୁ ବିଦାୟ ନେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।

ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ଅନ୍ୟାନ୍ୟ ନେତା ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏମ୍ସ ଯାଇ ବହୁତ ଥର ତାଙ୍କୁ ଦେଖା କରି ଆସୁଥିଲେ । ଏହି କିଛି ଦିନ ତଳେ ବିଜେପିର ବରିଷ୍ଟ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ପୁଣି ଦୁଃଖର ଘେରରେ ବିଜେପି ।

ତେବେ ଅରୁଣ ଜେଟଲୀ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କର ବହୁତ ଘନିଷ୍ଟ ମିତ୍ର ଥିଲେ ଓ ତାଙ୍କୁ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କରାଇବାରେ ବହୁତ ସାହାଜ୍ଯ ମଧ୍ୟ କରିଥିଲେ ।

ତେବେ ସୂଚନା ମୁତବକ ଜେଟଲୀ ବହୁତ ଦିନ ହେବ ଅନେକ ରୋଗରେ ପୀଡିତ ଥିଲେ, ଏମିତିକି ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ମଧ୍ୟ ହୋଇଥିଲା। ଏମିତି କି କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ତାଙ୍କ ମୃତ୍ୟୁରେ ସାରା ସରକାର ଏବେ ଦୁଃଖ ପ୍ରକାଶ କରି ଟୁଇଟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button