ଦେଶ ବିଦେଶ

୨୩ ବର୍ଷର ଝିଅ ୧୦ ବର୍ଷ ଛୋଟ ପୁଅ ସହିତ କଲା ବିବାହ, ଇଏ କଣ ରିଅଲ ଲାଇଫ ‘ପହରେଦାର ପିୟା କି’, ଜାଣନ୍ତୁ ପୁରା ଘଟଣା

କହିବାକୁ ଗଲେ ଆନ୍ଧ୍ର ପ୍ରଦେଶରେ କୁରନୂଲ ଜିଲ୍ଲାର ଉପପରହଲ ଗ୍ରାମରେ ୧୩ ବର୍ଷର ପିଲା ନିଜ ଠାରୁ ୧୦ ବର୍ଷ ବଡ ଝିଅ ସହ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ମାମଲା ଲଭ ମ୍ୟାରେଜର ନୁହେଁ, ଏହା ଏକ ଆରେଞ୍ଜ ମ୍ୟାରେଜ ଅଟେ ଓ ଆହୁରି ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସ୍ଥାନୀୟ ଅଧିକାରୀମାନଙ୍କୁ ଏହି ଖବର ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ସୋସିୟାଲ ମିଡିୟାରେ ସେମାନଙ୍କର ଫଟୋ ଭାଇରାଲ ହେବାକୁ ଲାଗିଲା ।

ଏହି କନ୍ୟା କର୍ନାଟକ ର ବେଲ୍ଲାରୀ ଜିଲ୍ଲା ର ଚନିକିକୁର ଗ୍ରାମର ନିବାସୀ ଅଟେ । ଏହି ଦୁଇ ଜଣଙ୍କର ବିବାହ ପରିବାରର ସହମତି ଦ୍ଵାରା ହୋଇଛି । ଯେତେବେଳେ ଜିଲ୍ଲା ମହିଳା ବିକାଶ ଏବଂ ବାଲ କଲ୍ୟାଣ ଅଧିକାରୀ ସାରଦା ଓ ସ୍ଥାନୀୟ ତହସୀଲଦାର ଶ୍ରୀନିବାସ ରାୱଙ୍କ ନେତୃତ୍ୱରେ ସରକାରୀ ଅଧିକାରୀ ମାନଙ୍କର ଏକ ଟିମ ଗ୍ରାମରେ ଏହି କଥାର ଯାଞ୍ଚ କରିବାକୁ ଗଲେ ତ ସେମାନଙ୍କ ଘରେ ତାଲା ଲାଗିଥିଲା ।

ସ୍ଥାନୀୟ ନିବାସୀମାନଙ୍କର କହିବା ଅଟେ କି, ରୋଗରେ ପୀଡିତ ମହିଳା ଓ ତାହାର ସ୍ଵାମୀ ଚାଷ ଜମିରେ କାମ କରି ନିଜର ଭରଣ – ପୋଷଣ କରୁଥିଲେ । ମହିଳାର ସ୍ଵାମୀର ମୁର୍ତ୍ୟୁ ପରେ ମହିଳାକୁ ଚିନ୍ତା ଥିଲା କି ତାହାର ପରିବାରର ଭରଣ ପୋଷଣ କିଏ କରିବ । ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ବି ଅଛି । ଏମିତିରେ ମହିଳା ଜଣକ ଚାହୁଁ ଥିଲା କି ତାହାର ବଡ ପୁଅ ଯିଏକି ୧୩ ବର୍ଷର ଅଟେ । ତାହାର କୌଣସି ଏମିତି ଝିଅ ସହିତ ବିବାହ ହୋଇଯାଉ, ଯିଏ ବୟସରେ ବଡ ହୋଇଥିବ ଓ ଘରକୁ ବି ସମ୍ଭାଳି ପାରୁଥିବ ।

ଏହା ପରେ ମହିଳା ନିଜର କୌଣସି ସମ୍ପର୍କୀୟ ଦ୍ଵାରା ଜଣା ପଡିଲା କି କର୍ନାଟକ ର ଚନିକିକୁର ଗ୍ରାମରେ ଏକ ଦମ୍ପତି ନିଜର ଝିଅର ବିବାହ କରିବାକୁ ଚାହୁଁଛନ୍ତି । ଏହା ପରେ ସେହି ପରିବାରକୁ ସମ୍ପର୍କ କରି ୨୭ ଏପ୍ରିଲକୁ ଏକ ଛୋଟ ସମାରୋହ କରି ପୁଅ ଝିଅଙ୍କର ବିବାହ କରି ଦିଆଗଲା ।

ତହସୀଲଦାର ଶ୍ରୀନିବାସ ରାୱଙ୍କର କହିବା ଅଟେ କି ଏହି ବିବାହ ଆଇନ ବିରୁଦ୍ଧ ଅଟେ, ଯଦି ଦୁଇ ଦିନ ମଧ୍ୟରେ ପରିବାର ଲୋକମାନେ ବର ଓ କନ୍ୟାକୁ ଜିଲ୍ଲା ଅଧିକାରୀ ପାଖରେ ନ ପହଞ୍ଚାଇବେ ତେବେ ତାଙ୍କ ବିରୁଦ୍ଧରେ ମାମଲା ଦର୍ଜ କରାଯିବ । ଯେତେବେଳେ ଝିଅର ମାତା ପିତା ସହ ସମ୍ପର୍କ କରାଗଲା ତେବେ ତାଙ୍କର ମୋବାଇଲେ ବି ସୁଇଚ ଅପ ଆସିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button