ଜୀବନଶୈଳୀ

ଏକ ଟଙ୍କାରେ ଇଟିଲି ବିକ୍ରି କରନ୍ତି ଏହି ଜେଜେମା, ମହିନ୍ଦ୍ରା କମ୍ପାନୀର ମାଲିକ ବି କରିବାକୁ ଚାହାନ୍ତି ଇନଭେଷ୍ଟମେଣ୍ଟ, ଜାଣନ୍ତୁ କାହିଁକି

ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଦ୍ଵାରା ବହୁତ କମ ଆୟ କରନ୍ତି ଏହା ଦ୍ଵାରା ସେ ଅନ୍ୟ ଲୋକର ବି ଭଲ ଧ୍ୟାନ ରଖିଥାନ୍ତି । ଭାରତରେ ଏକ ଗ୍ରାମରେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ଆୟ କରି ନିଜର ପେଟ ଭର୍ତି କରୁଛନ୍ତି ଓ ଏହା ଛଡା ଗରିବ ଲୋକମାନଙ୍କର ପକେଟର ବି ଧ୍ୟାନ ରଖିଥାନ୍ତି । ୮୦ ବର୍ଷର ଏହି ମହିଳାକୁ ସମସ୍ତେ ଜେଜେମା କୁହନ୍ତି ଓ ସେ ଆଜି ବି ନିଜର ସମସ୍ତ କାମ ନିଜେ ହିଁ କରିଥାନ୍ତି ।

କିଏ ଅଟନ୍ତି ସେହି ଜେଜେମା ଯିଏ ଏକ ଟଙ୍କାରେ ବିକ୍ରି କରୁଛି ଇଟିଲି ?

ଆନନ୍ଦ ମହିନ୍ଦ୍ରା ବିଜନେସ ଦୁନିଆର ଏକ ଚର୍ଚିତ ଚେହେରା ଅଟନ୍ତି ଓ ସେ ନିଜର ଟ୍ୱୀଟ ଜରିଆରେ ବି ବହୁତ ଫେମସ ଅଟନ୍ତି । ଏଥର ସେ ଏକ ଅଲଗା ହିଁ ଟ୍ୱୀଟ କରିଛନ୍ତି ଯେଉଁଥିରେ ତାମିଲନାଡୁର ଜଣେ ବୟସ୍କ ମହିଳା ବିଷୟରେ କହିଛନ୍ତି । ଏତିକି ନୁହେଁ କୋଯଂବଟୂରରେ ରହୁଥିବା ଏହି ୮୦ ବର୍ଷର କମଲାଥଲଙ୍କର ଏହି ବିଜନେସରେ ସେ ନିବେଶ ବି କରିବାର ଇଚ୍ଛା ଜାହିର କରିଛନ୍ତି ।

କମଲାଥଲ ଲୋକମାନଙ୍କୁ କେବଳ ୧ ଟଙ୍କାରେ ଇଟିଲି, ସାମ୍ଭର ଓ ଚଟନୀ ଖାଇବାକୁ ଦେଇଥାନ୍ତି । ଏକ ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା ତାଙ୍କର ବହୁତ ପ୍ରଶଂସା ବି କରିଛନ୍ତି । ମହିନ୍ଦ୍ରା ନିଜ ଟ୍ୱୀଟରେ ଲେଖିଲେ, ‘କିଛି କାହାଣୀ ବହୁତ ସାମାନ୍ୟ ହୋଇ ଥାଏ, କିନ୍ତୁ ଯଦି ଆପଣ ବି କମଲାଥଲ ଭଳି କିଛି ପ୍ରଭାବଶାଳି କାମ କରିବା ପାଇଁ ଆରମ୍ଭ କରୁଛନ୍ତି ତେବେ ବିଶ୍ଵାସ କରନ୍ତୁ ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ ।

 

ମୋତେ ଲାଗୁଛି କି ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି କାଠର ବ୍ୟବହାର କରୁଛନ୍ତି । ଯଦି ତାଙ୍କୁ କେହି ଜାଣିଛନ୍ତି ତେବେ ମୋତେ ତାଙ୍କୁ ଏକ ଏଲପିଜି ଗ୍ୟାସ ଦେବାରେ ଖୁସି ହେବ ଓ ତାଙ୍କ ବିଜନେସରେ ନିବେଶ କରିବାକୁ ଭଲ ଲାଗିବ ।‘ ତାମିଲନାଡୁର କୋୟବଂଟୂର ସହରରୁ ପାଖାପାଖି ୨୦ କିଲୋମିଟର ଦୂର ପେରୁର ପାଖରେ Vadivelampalayam ନାମକ ଏକ ଗ୍ରାମ ଅଛି । ସେଠି କଲମାଥଲ ରୁହନ୍ତି ।

ସେ ନିଜର ଏହି କାମକୁ ଲାଭ ପାଇଁ ନୁହେଁ ନିଜର କାମ ଚଳାଇବା ପାଇଁ ଓ ଲୋକମାନଙ୍କର ପେଟ ଭର୍ତି କରିବା ପାଇଁ ଆରମ୍ଭ କରିଥିଲେ । ଜେଜେମା ସବୁଦିନ ୧୦୦୦ ଇଟିଲି ପ୍ରସ୍ତୁତ କରିଥାନ୍ତି ଓ ୮୦ ବର୍ଷର ଏହି ମହିଳା ଜଣକ କାହାକୁ ନିଜର ସାହାର୍ଯ୍ୟ ପାଇଁ ବି ରଖି ନାହାନ୍ତି । ସେ ଏତେ ଶସ୍ତା ଇଟିଲି ଏଥିପାଇଁ ବିକ୍ରି କରିଥାନ୍ତି କାରଣ ଗରିବ ଶ୍ରମିକ କିମ୍ବା ତାଙ୍କର ସ୍ତ୍ରୀ – ପିଲାମାନେ ପେଟଭର୍ତି ତାଙ୍କ ପାଖରେ ଖାଇ ପାରିବେ ।

ଏଥର ଜେଜେମାଙ୍କର କହିବା ଅଟେ କି ପୂର୍ବେ ସେ ୫୦ ପଇସାରେ ଇଟିଲି ବିକ୍ରି କରୁଥିଲେ । କିନ୍ତୁ ବର୍ତ୍ତମାନ ୧ ଟଙ୍କା ନେଉଛନ୍ତି ଓ ଲୋକମାନେ ବି ତାଙ୍କୁ ପ୍ରାୟତଃ କହିଛନ୍ତି କି ସେ ତାଙ୍କର ଇଟିଲିର ଦାମ ବଢାଇ ଦିଅନ୍ତୁ ତେବେ ସେ ମନା କରି ଦିଅନ୍ତି ଓ କୁହନ୍ତି କି ତାଙ୍କର ଗ୍ରାହକ ବହୁତ ଗରିବ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button