ଦେଶ ବିଦେଶ

ଦେଖନ୍ତୁ ଭିଡିଓ : ନିଜର କଥା ଦ୍ଵାରା ପୁଣି ଥରେ ISRO ପ୍ରମୁଖ ସିବନ ଲୁଟିଲେ ହୃଦୟ, କହିଲେ – ପ୍ରଥମେ ତ ମୁଁ ଏକ ଭାରତୀୟ…

ଇଣ୍ଡିଆନ ସ୍ପେସ ରିସର୍ଚ ଅର୍ଗନାଇଜେଶନ (ISRO) ବର୍ତ୍ତମାନ ହିଁ ଚନ୍ଦ୍ରରେ ଚନ୍ଦ୍ରୟାନ -୨ର ବିକ୍ରମ ଲ୍ୟାଣ୍ଡରକୁ ପହଞ୍ଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଲ୍ୟାଡିଙ୍ଗର କିଛି ସମୟ ପୂର୍ବେ ହିଁ ବୈଜ୍ଞାନିକମାନଙ୍କର ସମ୍ପର୍କ ବିକ୍ରମ ଠାରୁ କଟି ଗଲା । ଯାହା ଦ୍ଵାରା ବୈଜ୍ଞାନିକମାନେ ଓ ଦେଶସାରା ଲୋକମାନେ ବହୁତ ନିରାଶ ହୋଇଥିଲେ । କିନ୍ତୁ ପୁଣି ଥରେ ସମସ୍ତଙ୍କର ଚେହେରାରେ ଖୁସି ଚାଲି ଆସିଛି ଯେତେବେଳେ ତାଙ୍କୁ ଜଣା ପଡିଲା କି ବିକ୍ରମର ଲୋକେଶନ ଟ୍ରେସ ହୋଇସାରିଛି ।

ଇସରୋର ଏହି ପ୍ରୟାସ ପରେ ପୁରା ଦୁନିଆ ଭାରତର ପ୍ରଶଂସା କରୁଛି । ଆପଣଙ୍କୁ କହିଦେଉଛୁ କି ଯେଉଁ କ୍ଷେତ୍ରରେ ବିକ୍ରମ ଲ୍ୟାଡିଙ୍ଗ ହୋଇଛି ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର କୌଣସି ବି ଦେଶ ପହଞ୍ଚି ନାହିଁ । ଇସରୋ ର ଏହି ଚନ୍ଦ୍ରୟାନ – ୨ ମିସନକୁ ୯୫ % ପର୍ଯ୍ୟନ୍ତ ସଫଳ କୁହାଯାଇଛି ।

ଲ୍ୟାଡିଙ୍ଗ ପୂର୍ବରୁ କଟିଯାଇଥିଲା ସମ୍ପର୍କ

ଇସରୋ ସଫଳତାପୂର୍ବକ ନିଜର ଅର୍ବିଟରକୁ ଚନ୍ଦ୍ରମାର କକ୍ଷରେ ସ୍ଥାପିତ କରିଥିଲା କିନ୍ତୁ ଲ୍ୟାଡିଙ୍ଗରୁ କିଛି ମିନିଟ ପୂର୍ବରୁ ହିଁ ଇସରୋର ସମ୍ପର୍କ ବିକ୍ରମ ସହ କଟିଗଲା । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ବିକ୍ରମକୁ ଖୋଜି ନେଇଛନ୍ତି ଓ ଅର୍ବିଟର ଥର୍ମଲ ଇମେଜ ବି ପଠାଇଛି ।

ଭାଇରାଲ ହେଲା ପୁରୁଣା ଭିଡିଓ

 

ବର୍ତ୍ତମାନ ଡାକ୍ତର ସିବନଙ୍କର ଏକ ପୁରୁଣା ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓ ପାଇଁ ଡାକ୍ତର ସିବନ ସୋସିଆଲ ମିଡିଆରେ ଚର୍ଚାରେ ଆସି ଯାଇଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ଯେତେବେଳେ ଇଣ୍ଟରଭ୍ୟୁ ନେଉଥିବା ଜଣେ ବ୍ୟକ୍ତି ସିବନଙ୍କୁ ପଚାରିଲେ କି, ‘ଏକ ତାମିଲ ରୂପରେ ଏତେ ବଡ ପଦ ଉପରେ ରହିଥିବା ଯୋଗୁ ଆପଣ ତାମିଲନାଡୁ ଲୋକମାନଙ୍କୁ କଣ କହିବାକୁ ଚାହିଁବେ ?’

ଏହା ଉପରେ ଡାକ୍ତର ସିବନ ଜବାବ ଦେଲେ କି, ‘ସର୍ବ ପ୍ରଥମେ ତ ମୁଁ ଏକ ଭାରତୀୟ ଅଟେ । ମୁଁ ଏକ ଭାରତୀୟ ରୂପରେ ଇସରୋକୁ ଜଏନ କରିଥିଲି । ଇସରୋ ସେହି ଜାଗା ଅଟେ ଯେଉଁଠି ସମସ୍ତ କ୍ଷେତ୍ର ଓ ଭାଷାର ଲୋକମାନେ ଏକା ସହିତ ମିଶି କାମ କରନ୍ତି । କିନ୍ତୁ ମୋ ପାଇଁ ଖୁସି ପାଳନ କରୁଥିବା ଭାଇମାନଙ୍କୁ ମୋର ହୃଦୟର ସହିତ ଧନ୍ୟବାଦ ।‘ ସିବନ ତାଙ୍କର ଏହି ଉତ୍ତରରେ ସମସ୍ତ ଭାରତୀୟଙ୍କର ହୃଦୟ ଜିତି ନେଲେ । ଆପଣଙ୍କୁ କହିଦେଉଛୁ କି ଏହି ଇଣ୍ଟରଭ୍ୟୁକୁ ସନ ନ୍ୟୁଜ ବର୍ଷ ୨୦୧୮ରେ କରିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button