ସ୍ୱାସ୍ଥ୍ୟ

ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପ ରୋଗୀ ବ୍ରେନ୍ ଷ୍ଟ୍ରୋକ ଠାରୁ ନିଜକୁ ଏମିତି କରନ୍ତୁ ରକ୍ଷା

ବ୍ରେନ ଷ୍ଟ୍ରୋକ୍ ପୁର୍ନବାର ନହେଉ ସେଥିପାଇଁ କେମିତି ସର୍ତକତା ଅବଲମ୍ବନ କରିବେ ଜାଣନ୍ତୁ

ସର୍ବପ୍ରଥମେ ପାରାଲିଟିକ୍ ଷ୍ଟ୍ରୋକ୍ କ୍ଲଟ୍ ଜମିବା ପ୍ରବ୍ରୁତ୍ତିକୁ କମ୍ କରିବା ପାଇଁ ରକ୍ତ ପତଳା କରିବାର ଔଷଧ ନିଅନ୍ତୁ। ଯଦି ରୋଗୀ ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା କୋଲେଷ୍ଟ୍ରଲ କମ୍ କରିବା ଔଷଧ ଖାଉଛନ୍ତି ତେବେ ସେସବୁକୁ ନିୟମିତ ନିଅନ୍ତୁ। ଯଦି ଏହି ରୋଗର ପୀଡିତ ବ୍ୟକ୍ତି ଧୂମ୍ରପାନ କରୁଛନ୍ତି ତେବେ ତୁରନ୍ତ ବନ୍ଦ କରନ୍ତୁ। ନିୟମିତ ରୂପରେ ଏକ୍ସରସାଇଜ୍ କରି ଓଜନ କମ୍ କରନ୍ତୁ। ଛଣା ହୋଇଥିବା କିମ୍ବା ଭଜା ହୋଇଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ। ହାର୍ଟ ସମ୍ପଦ୍ଧୀୟ ରୋଗରୁ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ। ଏଥିପାଇଁ ଚେକଅପ୍ ନିଶ୍ଚୟ କରନ୍ତୁ।

ଯଦି ବ୍ୟକ୍ତି ହାଇ ବିପି ପାଇଁ ନିୟମିତ ଔଷଧ ନେଉଛନ୍ତି କଣ ତାଙ୍କୁ ପୁଣି ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ ?

bpହାଇ ବ୍ଲଡପ୍ରେସରରେ ନିୟମିତ ଔଷଧ ନେବା ଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ର ଭୟ କମ୍ ହୋଇଯିବ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଶେଷ ହେବ ନାହିଁ। ରୋଗର ଅନେକ କାରଣ ମଧ୍ୟରୁ ହାଇ ବିପି ଗୋଟିଏ। ଏମିତିରେ ଯିଦ ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ରହିଛି ଏବଂ ଅନ୍ୟ କାରକ ଅନିୟନ୍ତ୍ରିତ ରହିଥାଏ ତେବେ ମଧ୍ୟ ଷ୍ଟ୍ରୋକର ଭୟ ରହିଥାଏ।

ବ୍ରେନ ଷ୍ଟ୍ରୋକର ଲକ୍ଷଣ କଣ ?

strokeଏହାର ଲକ୍ଷଣକୁ ଇଂରାଜୀ ଶବ୍ଦ ଫାଷ୍ଟ (ଏଫଏସଟି)ରୁ ଚିହ୍ନି ପାରିବେ। ଏଫ (ଫେସ୍) ଚେହେରା ଟେଢ଼ା ହେବା। ଏ (ଆର୍ମ) ଗୋଟିଏ ହାତ କାମ ନ କରିବା। ଏସ୍ (ସ୍ପିଚ୍) ବୋଲିବା, ବୁଝିବାରେ ଅସୁବିଧା ଏବଂ ଟି (ଟାଇମ) ଏମରଜେନ୍ସୀ ଅଟେ। ଷ୍ଟ୍ରୋକରେ ପୀଡିତ ରୋଗୀଙ୍କୁ ତୁରନ୍ତ ହସପିଟାଲ ନେଇ ଯାଆନ୍ତୁ। ଆହୁରି ମଧ୍ୟ ବହୁତ ଲକ୍ଷଣ ଦେଖାଯାଇଥାଏ କିନ୍ତୁ ଏହା ସବୁଠାରୁ ବଡ ପ୍ରମୁଖ ଲକ୍ଷଣ ଅଟେ।

କଣ ବ୍ରେନ୍ ଷ୍ଟ୍ରୋକ୍ ଉପରେ କାବୁ କରାଯାଇପାରିବ ?

ହଁ, ଷ୍ଟ୍ରୋକର ଲକ୍ଷଣ ଦେଖାଯିବା ଦ୍ବାରା ରୋଗୀଙ୍କୁ ତୁରନ୍ତ ହସପିଟାଲ ନେଇଯାନ୍ତୁ। ସେଠାରେ କ୍ଲଟ ଡିଜଲଭିଂ ଡ୍ରଗ୍ସ ଦେଇ କିମ୍ବା ଇଣ୍ଟରଭେସନ ଟେକନିକ ଦ୍ବାରା କ୍ଲଟ୍ ବାହାର କରାଯାଇ ରୋଗୀଙ୍କୁ ପ୍ରାରମ୍ଭିକ ଷ୍ଟେଜରେ ନିୟନ୍ତ୍ରଣ କରାଯାଇପାରିବ। ବଡ ମେଡିକାଲରେ ଚିକିତ୍ସା ପାଇଁ ଆଧୁନିକ ସୁବିଧା ଉପଲବ୍ଧ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button