ଦେଶ ବିଦେଶ

ମୁମ୍ବାଇ ରୁ ଫେରୁଥିବା ସ୍ୱାମୀ ଙ୍କୁ ଦେଖି କବାଟ ବନ୍ଦ କରିଦେଲା, ସ୍ତ୍ରୀ ତାପରେ…

ଭାରତ ସରକାର କୋରାନା ଭଳି ମାରାତ୍ମକ ଭାଇରସ କୁ ସଂକ୍ରମଣ ରୋକିବା ପାଇଁ ପ୍ରଥମେ କୋରେଣ୍ଟଇନ୍ ଏବଂ ପରେ ସାରା ଦେଶରେ ଲାକଡାଉନ ଲଗାଇଥିଲେ । ଏହି ଲାକଡାଉନ ଧୀରେ ଧୀରେ ବୃଦ୍ଧି ଘଟି ୮୦ ଦିନରେ ଆସି ପହଁଚିଲା । ଭାରତ ରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୁତାଣୁ । ଏହାର ଭ୍ୟାକ୍ସଇନ୍ ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ତେବେ ସରକାର ଏହି କରୋନା ଭାଇରସ କୁ ରୋକିବା ପାଇଁ ସ୍ଥାନ ସ୍ଥାନ ରେ କୋରେଣ୍ଟଇନ୍ ସେଣ୍ଟର ବନେଇ ଅଛନ୍ତି । ଏବଂ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ଏହି ସମୟରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କିପରି କରୋନା ଜୀବାଣୁ ଭୟ ମହିଳାଙ୍କ ଜୀବନକୁ ନଷ୍ଟ କରିଦେଲା ସେ ବିଷୟରେ ଜାଣନ୍ତୁ । ମୁମ୍ବାଇରୁ ଫେରିବା ପରେ ଘର ଗେଟ ପାଖରୁ ସ୍ୱାମୀ ଙ୍କୁ ନିକଟ କୁ ନଆସି ସେହିଠାରୁ ଫେରିବାକୁ ମନା କରିବା ତାଙ୍କୁ ଆଜୀବନ ଯନ୍ତ୍ରଣା ଦେଇଥିଲା । ଏହି ଆଶ୍ଚର୍ଯ୍ୟଜନକ ମାମଲା ହେଉଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲା ର ଜଣେ ବ୍ୟକ୍ତି ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ କାରଣ ତାଙ୍କ ପତ୍ନୀ ତାଙ୍କୁ କୋରେଣ୍ଟିନ୍ ସମୟ ସମାପ୍ତ କରିବା ପରେ ସାକ୍ଷାତ କରିବାକୁ କହିଥିଲେ । କିନ୍ତୁ ସେ ଫେରିବା ପରେ ସ୍ତ୍ରୀ ସ୍ୱାମୀ ଙ୍କୁ ଦେଖି କବାଟ ଲକ କରିଦେଇଥିଲେ ଖୋଲି ନଥିଲେ ଆଉ । ଏହା ପରେ ସ୍ବାମୀ ଜଣକ ଆତ୍ମହତ୍ୟା କରିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ ଏହା ଅଟେ ଯେ କାନପୁରର ଜୟକୁମାର ମୌର୍ଯ୍ୟ (32ବର୍ଷ) । ଜୟକୁମାର ମୌର୍ଯ୍ୟ ଗତ କିଛି ବର୍ଷ ଧରି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଟେଲିକମ୍ ଦୋକାନରେ କାମ କରୁଥିଲେ । କୋଭିଡ 19 ମହାମାରୀ ହେତୁ ଦେଶରେ ଲାକଡାଉନ ହୋଇଯାଇ ଥିବାରୁ କାମ ବନ୍ଦ ହୋଇଥିଲା ଚାରି ଦିନ ପୂର୍ବେ ମୁମ୍ବାଇରୁ ସେ ଉତ୍ତର ପ୍ରଦେଶ ନିଜ ଘରକୁ ଆସିଥିଲେ । ସେ ଘରକୁ ଯିବା ମାତ୍ରେ ତାଙ୍କ ସ୍ତ୍ରୀ ଘର କବାଟ ବନ୍ଦ କରିଦେଇଥିଲେ । ଏବଂ ଏହା କହିଥିଲେ କି ଘରେ ଛୋଟ ପୁଅ ଅଛି ତମ ଠାରୁ କରୋନା ଯଦି ପୁଅ କୁ ଆସେ ।

ଏହି ଆଶଙ୍କା କରି ସେ ଘର ମଧ୍ୟକୁ ଆସିବାକୁ ଦେଇ ନଥିଲେ । ବହୁତ ତର୍କ ବିତର୍କ ପରେ, ଏହା ପରେ ସେ ତାଙ୍କୁ ଗୃହରେ ରହିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଘରେ ଅଶାନ୍ତି ଝଗଡ଼ା ସୃଷ୍ଟି ହୋଇଥିଲା । ଏହାପରେ ଘରୋଇ ହିଂସା ଘଟିଥିଲା ସ୍ତ୍ରୀ ଙ୍କ କଥା କୁ ସହ୍ୟ ନକରି ପାରି ଜୟ କୁମାର ନିଜ ଘର ମଧ୍ୟରେ ଆତ୍ମହତ୍ୟା କରିଥିଲେ । ସ୍ତ୍ରୀ ଙ୍କୁ ଯେବେ ପୋଲିସ କିଛି ପଚାରିଲା ତ ସ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଛଡ଼େଇ କଥା କହିଥିଲେ । ପୋଷ୍ଟ ମଟର୍ମ ରିପୋର୍ଟ ପାଇଁ ଏବେ ପୋଲିସ ଅପେକ୍ଷାରେ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button