ଦେଶ ବିଦେଶ

ନେପାଳରେ ପ୍ରବଳ ବର୍ଷା: ସପ୍ତାହରେ ୩୩ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ଅତି କମରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ସ୍ଥାନୀୟ ଅଧିକାରୀଙ୍କ ବୟାନ ଅନୁଯାୟୀ, ମୌସୁମୀ ବର୍ଷାରେ ଉତ୍ତର ପଶ୍ଚିମ ନେପାଳର କରନାଲି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟା ପାଇଁ ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷ ବର୍ଷାରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ଶହ ଶହ ଘର ଭାଙ୍ଗିଯାଇଛି। ବର୍ଷା କାରଣରୁ ୨୨ ଜଣ ନିଖୋଜ ହୋଇଛନ୍ତି ଓ ବହୁ ଲୋକ ଆହତ ହୋଇଥିବା ସୂଚନା ରହିଛି। ବର୍ଷାର କାରଣରୁ ବିଭିନ୍ନ ସ୍ଥାନରେ ହେଉଥିବା ଭୂସ୍ଖଳନ ଓ ବନ୍ୟା ପାଇଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ କାଲିକୋଟ ଜିଲ୍ଲାର ତଳି ଅଞ୍ଚଳରୁ ବହୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ। ନେପାଳର କରନାଲି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ବହୁଛି। ଅନେକ ପୋଲକୁ ଭସାଇ ନେଇଛି ବନ୍ୟା ଜଳ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button