ମନୋରଞ୍ଜନ

ଶାଶୁ ଘରେ ସମସ୍ତଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ୫ ନାମ ଥିବା ଝିଅମାନେ- Jyotisha Shastra

ଝିଅ ମାନଙ୍କୁ ସାକ୍ଷାତ ମାଆ ଲକ୍ଷ୍ମୀଙ୍କର ପ୍ରତିରୂପ ମାନନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ମହିଳାଙ୍କ ଠାରେ ଏମିତି କିଛି ବିଶେଷତଃ ଥାଏ ଯାହା ତାଙ୍କୁ ବାକି ଲୋକଙ୍କଠୁ ଅଲଗା ଓ ସୌଭାଗ୍ୟଶାଳୀ କରିଥାଏ। ଏହି ଝିଅ ମାନଙ୍କର ସୌଭାଗ୍ୟ ତାଙ୍କ ଆଖ ପାଖରେ ଥିବା ଲୋକଙ୍କ ଭାଗ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ।ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି । ଏମାନେ ଘରେ ବାହାରେ ସବୁ ପ୍ରକାର କାର୍ଯ୍ୟରେ ନିପୁଣ ଥାନ୍ତି। ଆଜି ଆମେ ଆପଣଙ୍କୁ କିଛି ଏପରି ନାମ ଥିବା ଝିଅଙ୍କର ନାମ କହିବୁ ଯେଉଁମାନେ ନିଜ କାର୍ଯ୍ୟ ଓ ବ୍ୟବହାରରେ ଶ୍ୱଶୁର ଘରେ ସମସ୍ତଙ୍କ ମନ ଜିତି ନିଅନ୍ତି।

ନଂ.୧- P ଅକ୍ଷରରେ ରେ ନାମ ଥିବା ଝିଅ ମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ବହୁତ ଭଲ ହୃଦୟ ଟିଏ ଥାଏ। ଅନ୍ୟମାନଙ୍କର ସୁଖ ଦୁଃଖରେ ସବୁବେଳେ ଠିଆ ହୁଅନ୍ତି ଏମାନେ। ବିବାହ ପରେ ମଧ୍ୟ ଏମାନଙ୍କର ଏହି ସ୍ୱଭାବରେ କୌଣସି ପରିବର୍ତନ ହୁଏନାହିଁ । ଏମାନେ ନିଜ ଜୀବନସାଥୀ ଓ ତାଙ୍କ ସହ ଜଡିତ ଥିବା ପ୍ରତେକଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାନ୍ତି। ଶ୍ୱଶୁରଘରେ ପ୍ରତ୍ୟେକଙ୍କ ସମ୍ମାନ କରିବା ସହ ଏମାନେ ସମସ୍ତଙ୍କର ଯତ୍ନ ନେଇଥାନ୍ତି। ନିଜ କଥାବାର୍ତ୍ତା ଓ ସ୍ୱଭାବ ଦ୍ୱାରା ଏହି ନାମ ଥିବା ଝିଅ ମାନେ ଶ୍ୱଶୁର ଘରେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି।

ନଂ.୨- D ଅକ୍ଷରରେ ନାମ ଥିବା ଝିଅ ମାନେ

ଜ୍ୟୋତିଷ ଶାସ୍ତ୍ର କୁହେ ଯେଉଁ ଝିଅ ମାନଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଶ୍ୱଶୁର ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଯୋଗ୍ୟତା ଓ ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ଏମାନେ ଘରେ ବାହାରେ ସବୁ ପ୍ରକାର କାର୍ଯ୍ୟରେ ନିପୁଣ ଥାନ୍ତି । ଠିକ ସମୟରେ ନିଜ କାର୍ଯ୍ୟ ଓ ବ୍ୟବହାରରେ ଶ୍ୱଶୁର ଘରେ ସମସ୍ତଙ୍କ ମନ ଜିତି ନିଅନ୍ତି।

ନଂ.୩- N ଅକ୍ଷର ନାମ ଥିବା ଝିଅମାନେ

ଏହି ଅକ୍ଷରରେ ନାମ ଥିବା ଝିଅମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାହାରୁ କଠୋର ହୋଇଥିଲେ ମଧ୍ୟ ବହୁତ ନରମ ହୃଦୟର ହୋଇଥାନ୍ତି । ବିବାହ ପରେ ଏମାନେ ସ୍ବାମୀ ଓ ଶ୍ବଶୁର ଘର ଲୋକମାନଙ୍କ ଜୀବନର ବହୁତ ଖୁସି ଭରି ଦିଅନ୍ତି। ଏମାନେ ଘରେ ଛୋଟ ବଡ଼ ସମସ୍ତ ସଦସ୍ୟଙ୍କ ବହୁତ ଯତ୍ନ ରଖନ୍ତି। ଘରେ ସବୁବେଳେ ସମସ୍ତଙ୍କୁ ଖୁସି ରଖିବା ସହ ନିଜ ସ୍ଵଭାବ ଦ୍ୱାରା ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି।

ନଂ.୪- S ଅକ୍ଷରରେ ନାମ ଥିବା ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ସ୍ୱଭାବରେ ଟିକେ ଜିଦିଆ ହେଲେ ମଧ୍ୟ ଶ୍ୱଶୁରଘରେ ଏମାନଙ୍କ ପାଦ ପଡ଼ିବା ବହୁତ ଶୁଭ ହୋଇଥାଏ। ସବୁପ୍ରକାର ପରିସ୍ଥିତିକୁ ସମ୍ଭାଳିବାରେ ଏମାନେ ପାରଙ୍ଗମ ହୋଇଥାନ୍ତି । ଏମାନେ ଏପରି କାର୍ଯ୍ୟ ସବୁ କରିଥାନ୍ତି ଯାହାଦ୍ଵାରା ଶ୍ୱଶୁରଘରେ ସମସ୍ତଙ୍କ ସମ୍ମାନ ରଖିବା ସହ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ନଂ.୫- R ଅକ୍ଷରରେ ନାମ ଥିବା ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମ ଥିବା ଝିଅମାନେ ବହୁତ୍ ଉଚ୍ଚାକାଂକ୍ଷୀ ହୋଇଥାନ୍ତି। ଏମାନେ ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ ମଧ୍ୟ ଘର ପରିବାରକୁ ପ୍ରାଧାନ୍ୟ ମଧ୍ୟ ଦେଇଥାନ୍ତି ଓ ନିଜ ସହ ସମସ୍ତଙ୍କର ଧ୍ୟାନ ରଖିଥାନ୍ତି। ନିଜ ଜୀବନସାଥି ସହ ଘରେ ସମସ୍ତଙ୍କୁ ପ୍ରେମ ଦେଇଥାନ୍ତି ଓ ଜୀବନରେ ସଫଳ ମଧ୍ୟ ହୋଇଥାନ୍ତି। ଏଥିପାଇଁ ଏମାନେ ମଧ୍ୟ ଶ୍ବଶୁର ଘରେ ସମସ୍ତଙ୍କର ପ୍ରିୟ ହୋଇପାରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button