ଜୀବନଶୈଳୀ

୨୪ କିଲୋମିଟର ସାଇକେଲ ଚଲାଇ ସ୍କୁଲ ଯାଉଥିବା ଛାତ୍ରୀ ୧୦ମ ବୋର୍ଡ ପରୀକ୍ଷାରେ ଆଣିଲା ୯୮.୭୫ %

ପଢିବା ପାଇଁ ନିଜର ଇଚ୍ଛା ଶକ୍ତି ବଳରେ ସବୁଦିନ ୨୪ କିଲୋମିଟର ସାଇକେଲ ଚଳାଇ ସ୍କୁଲ ଯାଉଥିବା ମଧ୍ୟ ପ୍ରଦେଶର ଏକ ଗ୍ରାମର ୧୫ ବର୍ଷୀୟ ଛାତ୍ର ୧୦ମ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୯୮.୭୫ ପ୍ରତିଶତ ଅଙ୍କ ହାସଲ କରିଛି । ନିଜର ଏହି ଉତ୍କୃଷ୍ଟ ପ୍ରଦର୍ଶନରେ ଖୁସି ହୋଇ ରୋଶନୀ ଭଦୌରିୟା ପ୍ରଶାସନିକ ସେବାରେ ନିଜର କ୍ୟାରିୟର କରିବାକୁ ଚାହାନ୍ତି । ରୋଶନୀ ଭଦୌରିୟାର ପିତା କହିଲେ କି ସେ ନିଜ ଝିଅର ଏହି ଉପଲବଧି ଉପରେ ବହୁତ ଗର୍ବିତ ଅଛନ୍ତି ଓ ବର୍ତ୍ତମାନ ସ୍କୁଲ ଯିବା ଆସିବା ପାଇଁ ସାଇକେଲ ବଦଳରେ ଅନ୍ୟ କୌଣସି ସୁବିଧା କରିବେ ।

ରୋଶନୀ ଭଦୌରିୟା ଚମ୍ବଲ କ୍ଷେତ୍ରର ଭିଣ୍ଡ ଜିଲ୍ଲାର ଅଜନୋଲ ଗ୍ରାମର ନିବାସୀ ଅଟନ୍ତି । ସେ ମଧ୍ୟପ୍ରଦେଶର ମାଧ୍ୟମିକ ଶିକ୍ଷା ମଂଡଲର ୧୦ ମ ବୋର୍ଡ ପରୀକ୍ଷାରେ ୯୮.୭୫ ପ୍ରତିଶତ ଅଙ୍କ ହାସଲ କରି ପ୍ରାବିଣ୍ୟ ସୂଚୀରେ ଅଷ୍ଟମ ସ୍ଥାନ ହାସଲ କରିଛି । ୧୦ ମ ବୋର୍ଡ ପରୀକ୍ଷାର ରେଜଲ୍ଟ ଶନିବାର ଦିନ ଘୋଷିତ ହୋଇଥିଲା । ରୋଶନୀ ଭଦୌରିୟାର ପିତା ପୁରୁଷୋତ୍ତମ ଭଦୌରିୟା କହିଲେ କି ଅଷ୍ଟମ ପର୍ଯ୍ୟନ୍ତ ମୋର ଝିଅ ଅନ୍ୟ ଏକ ସ୍କୁଲରେ ପଢୁଥିଲା ଓ ସେଠି ଯିବା ଆସିବା ପାଇଁ ବସର ସୁବିଧା ଥିଲା ।

କିନ୍ତୁ ନବମରେ ସେ ମେହଗରାମ ସ୍ଥିତ ଶାସକୀୟ କନ୍ୟା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଦାଖିଲ ନେଲା । ଏହି ସ୍କୁଲ ଆମର ଗ୍ରାମ ଅଜନୋଲ ଠାରୁ ୧୨ କିଲୋମିଟର ଦୂରରେ ଅଛି ଓ ସେଠି ଯିବା ଆସିବା ପାଇଁ କୌଣସି ପ୍ରକାରର ସୁବିଧା ବି ନାହିଁ । ସେଥିପାଇଁ ମୋର ଝିଅ ସାଇକେଲ ଦ୍ଵାରା ହିଁ ସ୍କୁଲ ଯାଉ ଥିଲା । ପିତା ପୁରୁଷୋତ୍ତମ ଭଦୌରିୟା କହିଲେ କି ବର୍ତ୍ତମାନ ସେ ନିଜର ଝିଅର ସ୍କୁଲ ଯିବା ଆସିବା ପାଇଁ ଅନ୍ୟ କୌଣସି ପ୍ରକାର ସୁବିଧା କରିବେ ।

ସେ କହିଲେ କି ଅଜନୋଲ ଗ୍ରାମାର ସବୁ ଲୋକମାନେ ମୋର ଝିଅର ଏହି ଉପଲବ୍ଧି ଉପରେ ବହୁତ ଖୁସି ଅଛନ୍ତି । କାରଣ ଆମ ଗ୍ରାମରେ କାହାକୁ ବି ଏହିଭଳି ସଫଳତା ମିଳି ନାହିଁ । ପୁରୁଷୋତ୍ତମ ଭଦୋରିୟା ଜଣେ ଚାଷୀ ଅଟନ୍ତି ଓ ତାଙ୍କର ଦୁଇଟି ପୁଅ ବି ଅଛନ୍ତି । ଯେତେବେଳେ ରୋଶନୀ ଭଦୌରିୟାକୁ ସାଇକେଲରେ ସ୍କୁଲ ଯିବା ଆସିବା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲା କି, ସାଇକେଲରେ ସ୍କୁଲ ଯିବା ବହୁତ କଷ୍ଟକର ଅଟେ ।

ମୁଁ ହିସାବ କରି ନାହିଁ କି ମୁଁ କେତେ ଦିନ ସାଇକେଲରେ ସ୍କୁଲ ଯାଇଛି । କିନ୍ତୁ ଅନୁମାନ ମୁଁ ୬୦ ରୁ ୭୦ ଦିନ ସାଇକେଲରେ ସ୍କୁଲ ଯାଇଛି । ଯେତେବେଳେ ବି ମୋର ପିତାଙ୍କୁ ସମୟ ଥାଏ, ତେବେ ସେ ମୋତେ ତାଙ୍କର ମୋଟର ସାଇକେଲରେ ସ୍କୁଲ ନେଇ ଯାଇଛନ୍ତି । ରୋଶନୀ ଭଦୌରିୟା କହିଲେ କି ସ୍କୁଲରୁ ଆସିବା ପରେ ମୁଁ ସବୁଦିନ ସାତ – ଆଠ ଘଣ୍ଟା ପଢୁଥିଲି ।

ସେ ଆଗକୁ କହିଲେ କି ସେ ସିବିଲ ସର୍ବିସର ପରୀକ୍ଷା ପାସ କରି ଜଣେ ଆଇଏଏସ ଅଧିକାରୀ ହେବାକୁ ଚାହୁଁଛନ୍ତି । ମେହଗ୍ରାମ ଶାସକୀୟ କନ୍ୟା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରୀଶଚନ୍ଦ୍ର ଶର୍ମା ରୋଶନୀର ଏହି ଉପଲବ୍ଧି ଉପରେ ବହୁତ ଖୁସି ଅଛନ୍ତି ଓ ତାଙ୍କର ପ୍ରଶଂସା ବି କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button