ନୀତି

ପ୍ରତିଦିନ ଠିକ ନିୟମରେ କିଭଳି କରିବେ ମାତା ବୃନ୍ଦାବତୀଙ୍କ ପୂଜା ? ତୁଳସୀରେ ଜଳ ଚଢାଇବାର ବିଧି ଜାଣନ୍ତୁ ।

ତୁଳସୀ ବୃକ୍ଷରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁ ଘରେ ପ୍ରତିଦିନ ସକାଳ ଓ ସନ୍ଧ୍ଯାରେ ଅତି ନିଷ୍ଠାର ସହ ତୁଳସୀ ପୂଜା କରାଯାଇଥାଏ । ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ସଦା ସର୍ବଦା ରହିଥାଏ । ବନ୍ଧୁଗଣ ତୁଳସୀ ପୂଜନ ଆପଣ କେମିତି ଉଚିତ ନିୟମର ସହ କରିବେ ଆସନ୍ତୁ ସେହି ବିଷୟରେ ଜାଣିବା । ସକାଳୁ ଶୀଘ୍ର ସ୍ନାନ ଆଦି କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିସାରିବା ପରେ ମାତା ତୁଳସୀଙ୍କର ପୂଜା କରାଯିବା ଉଚିତ ।

ପୂର୍ବ ଦିଗକୁ ମୁଖ କରି ତୁଳସୀ ବୃକ୍ଷ ଅର୍ଥାତ ବୃନ୍ଦାବତୀ ମାତାଙ୍କୁ ପ୍ରଥମେ ପ୍ରଣାମ କରନ୍ତୁ । ତାପରେ ତୁଳସୀ ମୂଳରେ 3 ଥର ଜଳ ଅର୍ପଣ କରି 3 ଥର ତୁଳସୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ । ଅର୍ଥାତ ଥରେ ଜଳ ତୁଳସୀ ମୂଳରେ ଅର୍ପଣ କରି ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ । ତାପରେ ପୁଣି ଜଳ ଅର୍ପଣ କରି ପୁଣି ଥରେ ପରିକ୍ରମା ଏବଂ ତୃତୀୟ ଥର ମଧ୍ୟ ଠିକ ସେହିପରି ତୁଳସୀ ମୂଳରେ ଜଳ ଅର୍ପଣ କରି ତୃତୀୟ ଥର ପାଇଁ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ ।ବାକି ବଳିଥିବା ସମସ୍ତ ଜଳ ତୁଳସୀ ବୃକ୍ଷରେ ଦେଇ ଦିଅନ୍ତୁ । ମାତାଙ୍କୁ ଚନ୍ଦନ, ସିନ୍ଦୁର ଲଗାଇ ଦିଅନ୍ତୁ । ଏଥିସହ ତୁଳସୀ ମାତାଙ୍କ ନିକଟ ଘିଅ ଦୀପ ପ୍ରଜ୍ଵଳନ କରି ନିଜ ପରିବାରର ମଙ୍ଗଳ କାମନା କରନ୍ତୁ । ନୂତନ ତୁଳସୀ ବୃକ୍ଷ ଘରେ ଲଗାଇବାକୁ ଚାହୁଁଥିଲେ । କାର୍ତ୍ତିକ ମାସରେ ଘରେ ନୂଆ ତୁଳସୀ ବୃକ୍ଷ ଲଗାଇବା ସବୁଠାରୁ ଉତ୍ତମ ଅଟେ । ଏହା ବ୍ଯତୀତ କୌଣସି ମାସର ଗୁରୁବାର ଓ ଶୁକ୍ରବାରକୁ ଘରେ ନୂଆ ତୁଳସୀ ବୃକ୍ଷ ଲଗାଇବାକୁ ମଧ୍ୟ ଶୁଭ ବୋଲି ମାନାଯାଇଥାଏ ।

ତୁଳସୀ ବୃକ୍ଷକୁ ଘରର ମଝି ଅଗଣାରେ ଲଗାନ୍ତୁ । ଯଦି ଘରର ଅଗଣା ନଥାଏ । ତେବେ ଘରର ବାଲ୍କୁନୀର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ । ରବିବାର, ଏକାଦଶୀ, ସୂର୍ଯ୍ୟଗ୍ରହଣ, ଚନ୍ଦ୍ରଗ୍ରହଣ, ସଙ୍କ୍ରାନ୍ତି ଏହିଭଳି କିଛି ଦିନ ମାନଙ୍କରେ ତୁଳସୀ ବୃକ୍ଷର ପତ୍ର ଛିଡାନ୍ତୁ ନାହିଁ । ତୁଳସୀର ପତ୍ରକୁ କେବଳ ସକାଳ ସମୟରେ ତୋଳନ୍ତୁ ।

ଦିନର ଅନ୍ୟ ସମୟରେ ତୁଳସୀ ବୃକ୍ଷର ପତ୍ର ତୋଳିବା ଉଚିତ ହୋଇନଥାଏ । ତୁଳସୀର ପତ୍ର କେବେବି ବାସି ହୋଇନଥାଏ । ଏହାକୁ ତୋଳି ରଖିବାର କିଛି ଦିନ ପର୍ଯ୍ୟନ୍ତ ଆପଣ ତାହାକୁ ପୂଜାରେ ବ୍ୟବହାର କରିପାରିବେ । ରବିବାରକୁ ତୁଳସୀ ବୃକ୍ଷରେ ଜଳ ଚଢାଇବା ଅନୁଚିତ । ଆପଣ ରବିବାର ସନ୍ଧ୍ଯାରେ ତୁଳସୀଙ୍କୁ ସ୍ପର୍ଶ ନକରି ତାଙ୍କ ନିକଟରେ ଦୀପ ଜଳାଇପାରିବେ ।

ତୁଳସୀ ଗଛ ଶୁଖିଗଲେ ବ୍ୟସ୍ତ ନହୋଇ ଯେତେ ଶୀଘ୍ର ସମ୍ଭବ ଶୁଖି ଯାଇଥିବା ବୃକ୍ଷକୁ ମୂଳରୁ ବାହାର କରି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ପୁନଶ୍ଚ ତୁଳସୀ ବୃକ୍ଷ ଆଣି ପ୍ରତିଦିନ ତାହାର ପୂଜା କରିବା ସହ ଠିକ ଭାବେ ତୁଳସୀ ଗଛର ଯତ୍ନ ନିଅନ୍ତୁ । ତୁଳସୀ ପତ୍ରକୁ ଚୋବାଇ ନଖାଇ ଢୋକି ଦିଅନ୍ତୁ । ଏହା ବହୁତ ଲାଭକାରୀ ବୃକ୍ଷ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button