ମନୋରଞ୍ଜନ

ଶୀତୁଆ ପାଗରେ ମଜା ହେବ ନିଆରା, ଯଦି ପ୍ରସ୍ତୁତ କରିବେ ଅଣ୍ଡା ପକୋଡି

ଶୀତୁଆ ପାଗରେ ଥଣ୍ଡା ଥଣ୍ଡା ଅନୁଭବ ସାଙ୍ଗକୁ କିଛି ଅଲଗା ଖାଇବାକୁ ମନ ହୋଇଥାଏ। ସଂଧ୍ୟାରେ ତ କିଛି ନୂଆ ସ୍ୱାଦର ରେସିପି ଖାଇବାର ମଜା କିଛି ଅଲଗା। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ରେସିପି ବିଷୟରେ ଜଣାଇବୁ ଯାହା କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ‘ଅଣ୍ଡା ପକୋଡା’ ତିଆରି କରିବାର ରେସିପି। ତେବେ ଆସନ୍ତୁ ଜାଣିବା ଏହାପାଇଁ କଣ ସବୁ ସାମଗ୍ରର ଆବଶ୍ୟକ।

ସାମଗ୍ରୀ

ଅଣ୍ଡା – ୪ଟି ସିଝା

ପାଣି – ୧/୨ କପ୍‌

କଞ୍ଚା ଲଙ୍କା – ୨

ରସୁଣ ପେଷ୍ଟ – ୧ ଟେବୁଲ ଚାମଚ

ଲାଲ ଲଙ୍କା – ଏକ ଟେବୁଲ ଚାମଚ

ଗୋଲ ମରୀଚ – ୧ ଟେବୁଲ ଚାମଚ

ତେଲ – ୨ ଟେବୁଲ ଚାମଚ

ବେସନ – ୩ ଟେବୁଲ ଚାମଚ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତତି ପ୍ରଣାଳୀ

ସର୍ବପ୍ରଥମେ ସମସ୍ତ ସିଝା ଅଣ୍ଡାକୁ ନେଇ ତାକୁ ଦୁଇ ଭାଗରେ କାଟି ଦିଅନ୍ତୁ। ଏବେ କଞ୍ଚା ଲଙ୍କାକୁ ବି ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବେସନ, ଲୁଣ, ଲାଲ ଲଙ୍କା, ଗୋଲମରୀଚ, ରସୁଣ ପେଷ୍ଟ ଏବଂ ସାମାନ୍ୟ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏତିକି କରିବା ପରେ ଏକ କଡା ନିଅନ୍ତୁ ଏବଂ ସେଥିରେ ତେଲ ଗରମ କରନ୍ତୁ। ଏବେ ଅଣ୍ଡାକୁ ନେଇ ବେସନ ଘୋଳରେ ବୁଡାଇ ତେଲରେ ଛାଣନ୍ତୁ। ଏବେ ଏହା ଭଲଭାବେ ଛାଣି ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଅଣ୍ଡା ପକୋଡି ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button