ସ୍ୱାସ୍ଥ୍ୟ

ଋତୁ ପରିବର୍ତ୍ତନରେ ଗଳାରେ ସମସ୍ୟା ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଥଣ୍ଡା ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଋତୁ ପରିବର୍ତ୍ତନ ସମୟରେ ହିଁ ଅନେକ ରୋଗ ଦେଖାଯାଇଥାଏ। ବିଶେଷରୂପେ ଛୋଟ ପିଲାମାନଙ୍କ ଠାରେ ଏହାର ପ୍ରଭାବ ଦେଖାଯାଇଥାଏ। ଥଣ୍ଡା, କାଶ ସହ ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଜାଣନ୍ତୁ ଋତି ପରିବର୍ତ୍ତନ ସମୟରେ ଦେଖାଯାଉଥିବା ଗଳା ସମସ୍ୟାରୁ କିପରି ରକ୍ଷା ପାଇ ପାରିବେ।

-ଅଧିକାଂଶ ସମୟରେ ଆପଣମାନେ ହଳଦୀ କ୍ଷୀର କୁ ଖରାପ କହି ଅଶଦେଖା କରିଥାନ୍ତି। କିନ୍ତୁ ଏହି କ୍ଷୀରରେ ଅନେକ ବଡ-ବଡ ଗୁଣ ରହିଛି। କାରଣ ଗଳାରେ ଦେଖାଯାଉଥିବା ସମସ୍ୟା ପାଇଁ ହଳଦୀ କ୍ଷୀର ଖୁବ୍‌ ଲାଭକାରୀ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଇନଫ୍ଲୋମେଟରୀ ଗୁଣ ଗଳା ସମସ୍ୟାରୁ ରକ୍ଷା କରିଥାଏ।

milk-ଏହାବ୍ୟତୀତ ଲୁଣ ପାଣି ରେ କୁଳି କଲେ ଗଳାରେ ଦେଖାଯାଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଲୁଣ ପାଣିରେ କୁଳି କରିବା ଦ୍ୱାରା ଲୁଣ ଗଳାରେ ଥିବା ଫ୍ଲୁଇଡସ୍‌ କୁ ବାହାର କରିଦେଇଥାଏ, ଯାହା ଫଳରେ ଗଳା ସମସ୍ୟାରୁ ମୁକ୍ତି ମିଳିଥାଏ। ଲୁଣ ବଦଳରେ ଆପଣ ପାଣିରେ ଅଳ୍ପ ବେକିଂ ସୋଡା ମିଶାଇ ମଧ୍ୟ କୁଳି କରିପାରିବେ। କାରଣ ବେକିଂ ସୋଡା ସଂକ୍ରମଣ ଦୂର କରିବାରେ ସାହାଯ୍ୟ କରିଥାଏ।

-ମହୁରେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଗୁଣ ଲୁଚି ରହିଛି। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ଇନଫ୍ଲୋମେଟରୀ ଗଳା ସମସ୍ୟାରୁ ଆରାମ ଦେଇଥାଏ। ଆପଣ ମହୁକୁ ଗରମ ପାଣି କିମ୍ବା କ୍ଷୀର ସହିତ ମଧ୍ୟ ସେବନ କରିପାରିବେ।

water-ସବୁଜ ପନିପରିବା ମଧ୍ୟ ଥଣ୍ଡା ସମସ୍ୟା ଦୂର କରିବା ପାଇଁ ଲାଭକାରୀ ହୋଇଥାଏ। ମେଥୀରେ ଥିବା ଆଣ୍ଟି ମାଇକ୍ରୋବିୟଲ ଗଳା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହା ଗଳା ଯନ୍ତ୍ରଣା ଏବଂ ଗଳା ଫୁଲିବା ଭଳି ସମସ୍ୟା ଦୂର କରିଥାଏ।

-ଏହା ବ୍ୟତୀତ ରସୁଣ ମଧ୍ୟ ଗଳା ସମସ୍ୟା ଭଲ କରିବାରେ ଲାଭକାରୀ ହୋଇଥାଏ। କାରଣ ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହିକାରଣରୁ ରସୁଣ ପ୍ରଦୂଷଣ ସହ ଲଢିବାରେ ସାହାଯ୍ୟ କରିବା ସହ ଯନ୍ତ୍ରଣାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button