କେନ୍ଦ୍ର ସରକାରଙ୍କ ବଡ ଘୋଷଣା, କାର୍ଡ ନଥିଲେ ବି ମିଳିବ ରାସନ

କରୋନା କାଳରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କାର୍ଡ ନଥିଲେ ବି ଆପଣ ପାଇବେ ରାସନ । ଅର୍ଥାତ ରାସନ କାର୍ଡ ଧାରୀଙ୍କ ସମେତ ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ବି ମାଗଣାରେ ରାସନ ସାମଗ୍ରୀ ଉପଲବ୍ଧ କରାଇବେ କେନ୍ଦ୍ର ସରକାର । ତେବେ ଏ ନେଇ କେନ୍ଦ୍ର ସରକାର ଗତ 3 ମାସ ପୂର୍ବରୁ ହିଁ ଘୋଷଣା କରି ସାରିଛନ୍ତି । ସାରା ଦେଶରେ କୋଭିଡ 19 ମହାମାରୀକୁ ନଜରରେ ରଖି ପ୍ରବାସୀ ଶ୍ରମିକ ଓ ଗରିବ ଅସହାୟ ପରିବାରକୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ ମୋଦୀ ସରକାର ଗତ 3 ମାସ ତଳେ ଘୋଷଣା କରିଥିଲେ ।
ଏଥି ସହିତ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ତା ସତ୍ବେ ବି ସେମାନଙ୍କୁ ମାସିକ 5 କିଲୋ ଚାଉଳ କିମ୍ବା ଗହମ ଏବଂ 1 କିଲୋ ଡାଲି ଦେବାକୁ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର ।

କେଉଁଠି ଓ କେମିତି ପାଇବେ ରାସନ

ପ୍ରଧାନ ମନ୍ତ୍ରୀ ଜନ କଲ୍ୟାଣ ଯୋଜନା ପାର୍ଟ 2 ଅନୁସାରେ ଦେଶର 80 କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ନଭେମ୍ବର ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା 5 କିଲୋ ଗହମ କିମ୍ବା ଚାଉଳ ଓ 1 କେଜି ଡାଲି ଯୋଗାଇ ଦିଆଯିବ ।
କେନ୍ଦ୍ର ଖାଦ୍ଯ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାସନ ଙ୍କ ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ରାସନ କାର୍ଡ ନାହିଁ ତେବେ ମଧ୍ୟ ସେ ଆଧାର କାର୍ଡ ଦେଖାଇ ନିଜ ନାଁ ରେଜିଷ୍ଟ୍ରେସନ କରାଇ ପାରିବେ । ଯାହା ପରେ ତାଙ୍କୁ ସରକାରଙ୍କ ପକ୍ଷରୁ ଏକ ସ୍ଲିପ ପ୍ରଦାନ କରାଯିବ । ଏବେ ଏହି ସ୍ଲିପ କୁ ଦେଖାଇ ସେମାନେ ମାଗଣାରେ ରାସନ ଦୋକାନରୁ ରାସନ ନେଇ ପାରିବେ ।

