କ୍ରାଇମ

ପୁଣେ ବସ୍ ଦୁଷ୍କର୍ମ ପ୍ରସଙ୍ଗ: ଶୀଘ୍ର ବିଚାର ଓ ଦଣ୍ଡ ମିଳିବା ଜରୁରୀ; ପୂର୍ବତନ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଭିତରେ  ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ କଠୋରଦଣ୍ଡ ଦେବା ପାଇଁ   ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼  ଗୁରୁତ୍ବାରୋପ କରିଛନ୍ତି। ଏବେ ମହାରାଷ୍ଟ୍ରରେ ବିରୋଧୀ ଦଳମାନେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା ସହ ପୁଣେ ବସ୍‌ଷ୍ଟାଣ୍ଡ କାଣ୍ଡର  ତୁଳନା କରୁଥିବା ବେଳେ  ମାମଲାର ପର୍ଦ୍ଦାଫାସ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି।  ଫେରାର ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡ଼େ (୩୭)କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରିଛି।

ଏହି ମାମଲାରେ ଚନ୍ଦ୍ରଚୂଡ଼ ଆଜି ଏକ ସମାବେଶରେ କହିଛନ୍ତି ଯେ ନିର୍ଭୟା ଘଟଣା ପରେ ଆଇନରେ ଅନେକ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ କେବଳ ଆଇନ ଦ୍ବାରା ଆମେ ଏଭଳି ଘଟଣାକୁ ରୋକି ପାରିବା ନାହିଁ।  ଏଭଳି ଘଟଣା ରୋକିବାକୁ ସମାଜ ଉପରେ ମଧ୍ୟ ଏକ ବଡ଼ ଦାୟିତ୍ୱ ରହିଛି । ଏହା ବ୍ୟତୀତ ଆଇନର କାର୍ଯ୍ୟକାରିତା ମଧ୍ୟ ପ୍ରଭାବଶାଳୀ ହେବା ଆବଶ୍ୟକ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ଏଭଳି ମାମଲାରେ ଉପଯୁକ୍ତ ତଦନ୍ତ, ଦୃଢ଼ କାର୍ଯ୍ୟାନୁଷ୍ଠାନ, ଶୀଘ୍ର ବିଚାର ଓ ଦଣ୍ଡ ମିଳିବା ଜରୁରୀ। ଆଇନ ବ୍ୟବସ୍ଥା କାଏମ ରଖିବା ଦିଗରେ ପୁଲିସର ଏକ ବଡ଼ ଦାୟିତ୍ୱ ରହିଛି ବୋଲି  ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button